୨୦୨୪ ମସିହା ଜୁଲାଇମାସ ୨୩ ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ଘ୫/୨୨/୫୦,ସୂର୍ଯ୍ୟାସ୍ତ- ଘ୬/୨୩/୮,ଶ୍ରାବଣମାସ,କୃଷ୍ଣପକ୍ଷ,
ଭୌମବାସ,ତିଥି- ଦ୍ବିତୀୟା ଦିବା ଘ୧୦/୪୧ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ରାତ୍ରି ଘ୯/୯ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୧୦/୪୧ମି ପରେ ଆଗ୍ନେୟ କୋଣରେ। ମଙ୍ଗଳବାର, ବିଷ୍ଟିକରଣ, ରବିସପ୍ତ ପରେ ଶନିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧୦/୧୨ମି ପରେ ମେଷ,ବୃଷ,ସିଂହ,କନ୍ୟା ବିଛା, ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ସିଂହରାଶିର ଏବଂ ଦିବାଘ୧୦/୧୨ମିପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୯/୯ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଏବଂ ଦିବା ଘ୧୦/୪୧ମିପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା—(ବାରବେଳା) ଦିବା ଘ୭/୨ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।(କାଳବେଳା) ଦିବା ଘ୧/ ୩୦ମି ରୁ ଘ୩/୭ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୪୪ମି ରୁ ଘ୯/୭ମି ପର୍ଯ୍ୟନ୍ତ।ଶୁଭବେଲା-ଦିବା ଘ୭/୫୯ମି ରୁ ଘ୧୦/୨୩ମି ମଧ୍ୟେ, ଘ୧୨/୪୭ମି ରୁ ୨/୨୩ମି ମଧ୍ୟେ, ଘ୩/୧୧ମି ରୁ ଘ୪/୪୭ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୯ମି ମଧ୍ୟେ, ଘ୯/୩୩ମି ରୁ ଘ୧୧/୫୭ମି ମଧ୍ୟେ, ଘ୨/୨୧ମି ରୁ ଘ୩/୫୭ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ
ମୃତ ବ୍ୟକ୍ତିର ୨ପାଦ ବାର ଓ ତିଥି ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ। ଦିବା ଘ୧୦/୪୧ମି ପରେ ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମି ଦାନ ସହିତ ହୋମାଦି ଶାନ୍ତି ବିଧେୟ।ଶୁଭକର୍ମ- ନାହିଁ।
🐏ମେଷ👉 ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ ଲାଭ ହେବ। ଉଦାସ ହେବା କାରଣରୁ ନକାରାତ୍ମକ ବିଚାର ଆସିପାରେ ଏଥିରୁ ବଞ୍ଚିତ ରୁହନ୍ତୁ। ଅତ୍ୟଧିକ ଧନ ପ୍ରାପ୍ତିର ସମ୍ଭାବନା ଅଛି। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ସ୍ୱାସ୍ଥ୍ୟ ପାଇଁ ଠିକ ରହିବ।
🐮ବୃଷ👉 ଦୃଢ଼ତାର ସହିତ ଆପଣ ସାବଧାନପୂର୍ବକ କାମ କରିବେ। ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।
👩❤️👨ମିଥୁନ👉 ଆପଣଙ୍କ ବାଣୀ କିମ୍ବା ବ୍ୟବହାର ଆଜି କାହା ସହିତ ଭୁଲ ବୁଝାବଣା ସୃଷ୍ଟି କରିପାରେ। ପରିବାରର ଲୋକମାନଙ୍କ ସହିତ ମନମାଳିନ୍ୟ ହୋଇପାରେ, ସମ୍ଭାଳିକରି ରୁହନ୍ତୁ। ବାହନ ଏବଂ ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରୁହନ୍ତୁୁ,ମାନ-ପ୍ରତିଷ୍ଠାରେ ଉନ୍ନତି ହେବ। ଆଜି ମନୋରଞ୍ଜନର ପଛରେ ଖର୍ଚ୍ଚ ହୋଇପାରେ। ମସ୍ତିସ୍କକୁ ଶାନ୍ତ ରଖିବାକୁ ଉପଦେଶ।
🦀କର୍କଟ👉 ଆର୍ଥିକ ଆୟୋଜନମାନଙ୍କ ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ। ବ୍ୟାପାରରେ ଲାଭ, ଚାକିରିରେ ପଦୋନ୍ନତି ଏବଂ ଆୟ ସ୍ରୋତରେ ବୃଦ୍ଧି ହେବାରୁ ଆପଣ ଖୁବ ଆନନ୍ଦ ଏବଂ ସନ୍ତୋଷର ଭାବନା ଅନୁଭବ କରିବେ। ମିତ୍ର, ପତ୍ନୀ, ପୁତ୍ର ଆଦିଙ୍କର ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରା ତଥା ବିବାହର ଯୋଗ ଅଛି। ପ୍ରଣୟ ପାଇଁ ଅନୁକୂଳ ଦିନ ଅଟେ। ଉତ୍ତମ ବୈବାହିକ ସୁଖର ଆନନ୍ଦ ଉଠାଇ ପାରିବେ।
🦁ସିଂହ👉ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଲାଭଦାୟକ ଏବଂ ସଫଳ ଦିନ ଅଟେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ଜମାଇ ପାରିବେ। ଭରପୂର ଆତ୍ମବିଶ୍ଵାସ ଏବଂ ଦୃଢ଼ ମନୋବଳରେ ଆପଣଙ୍କ କାର୍ଯ୍ୟ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ। ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା କାମର ସମ୍ମାନ ମିଳିବ। ପଦୋନ୍ନତିର ସମ୍ଭାବନା ଅଛି। ପିତାଙ୍କଠାରୁ ଲାଭ ହେବ। ଜମି ତଥା ବାହନ ସମ୍ବନ୍ଧୀତ କାମକାର୍ଯ୍ୟ ପାଇଁ ଅନୁକୂଳ ସମୟ ଅଟେ।
🙎♀️କନ୍ୟା👉 ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।
⚖️ତୁଳା👉 ଆକସ୍ମିକ ଧନ ଲାଭର ଦିନ ଅଟେ। ଆଧ୍ୟାତ୍ମିକ ପ୍ରବୃତ୍ତି ତଥା ସିଦ୍ଧି ପ୍ରାପ୍ତ କରିବା ପାଇଁ ଉତ୍ତମ ଦିନ ଅଟେ। ତଥାପି ମଧ୍ୟ ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରୟାସ କରିବେ। ଜଲାଶୟ ଏବଂ ମହିଳାଙ୍କଠାରୁ ସତର୍କ ରୁହନ୍ତୁ। ଈଶ୍ଵର ଭକ୍ତି ଏବଂ ଗଭୀର ଚିନ୍ତନ ଶକ୍ତି ମନକୁ ଶାନ୍ତି ଦେବ।
🦂ବିଛା👉 ଦୈନିକ ଘଟଣାଚକ୍ରର ପ୍ରବୃତ୍ତିଗୁଡ଼ିକରେ ଆଜି ପରିବର୍ତ୍ତନ ଆସିବ। ଆଜି ଆପଣ ମଉଜ-ମସ୍ତୀ ଏବଂ ମନୋରଞ୍ଜନର ଦୁନିଆରେ ବୁଲିବାକୁ ଇଚ୍ଛା ହେବ। ଏଥିରେ ମିତ୍ରମାନଙ୍କ, କୁଟୁମ୍ବମାନଙ୍କ ସାଥି ମିଳିବ। ସାର୍ବଜନିକ ଜୀବନରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ନୂଆ ବସ୍ତ୍ର ପରିଧାନ ଏବଂ ବାହନସୁଖର ପ୍ରାପ୍ତି ହୋଇପାରେ। ଭାଗୀଦାରୀରେ ଲାଭ ହେବ। ଦାମ୍ପତ୍ୟଜୀବନର ଉତ୍ତମ କ୍ଷଣର ଅନୁଭବ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବେ ଏବଂ ଧନଲାଭ ହେବ।
🏹ଧନୁ👉 ଚାକିରିପେଶା ବର୍ଗଙ୍କ ପାଇଁ ଆଜି ଲାଭର ଦିନ ଅଟେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଘରେ ଆନନ୍ଦର ବାତାବରଣ ରହିବ। ନୌକର ଏବଂ ସହକର୍ମିମାନଙ୍କ ସମ୍ପୂର୍ଣ୍ଣ ସାଥି ମିଳିବ। କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ବିରୋଧୀ ଏବଂ ଶତ୍ରୁ ନିଜର ଚାଲରେ ନାକାମ ହେବେ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ସାଥିରେ ଅଛି।
🐊ମକର👉 ସାହିତ୍ୟ କ୍ଷେତ୍ରରେ ରୁଚି ରଖୁଥିବା ବ୍ୟକ୍ତି ଆଜି ନିଜର କାର୍ଯ୍ୟକ୍ଷେତ୍ରରେ ବିଶେଷ ଯୋଗଦାନ ଦେଇ ପାରିବେ। ନିଜର ରଚନାତ୍ମକ ଏବଂ ସୃଜନାତ୍ମକ ଶକ୍ତିଗୁଡ଼ିକର ପରିଚୟ କରି ପାରିବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଘନିଷ୍ଠତା ଏବଂ ପ୍ରେମ ବଢ଼ିବ। ତାଙ୍କ ସହ ସାକ୍ଷାତକରି ରୋମାଞ୍ଚକ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ସନ୍ତାନଙ୍କର କାମ ହାସଲ ହେବ। ମିତ୍ରମାନଙ୍କଠାରୁ ଲାଭ ହେବ।
🏺କୁମ୍ଭ👉ସ୍ଵଭାବରେ ଭାବୁକତା ଅଧିକ ହେବାରୁ ମାନସିକ ଚିନ୍ତା ରହିବ। ଆର୍ଥିକ ବିଷୟଗୁଡ଼ିକର ଆୟୋଜନ ହେବ। ମାତାଙ୍କର ତରଫରୁ ଅଧିକ ପ୍ରେମ ଏବଂ ଭାବନାର ଅନୁଭବ ହେବ। ମହିଳାମାନଙ୍କର ଧନ ସୌନ୍ଧର୍ଯ୍ୟ ପ୍ରଶାଧନ, ବସ୍ତ୍ର କିମ୍ବା ଆଭୂଷଣର କ୍ରୟ ପଛରେ ଖର୍ଚ୍ଚ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ସ୍ଵଭାବରେ ପରିବର୍ତ୍ତନ ଆସିବ। ସାର୍ବଜନିକ ରୂପରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ।
🐟ମୀନ👉କାର୍ଯ୍ୟରେ ସଫଳତା ପାଇବା ପାଇଁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଆଜି ଉତ୍ତମ ଦିନ ଅଟେ। ଆପଣଙ୍କ ନିକଟରେ ବିଚାରରେ ଆଜି ସ୍ଥିରତା ରହିବ, ଯେଉଁଥିରେ କୌଣସି କାର୍ଯ୍ୟ ଭଲ ଭାବରେ କରି ପାରିବେ। କଳାକାମାନଙ୍କୁ ନିଜର କଲା ପ୍ରଦର୍ଶିତ କରିବାପାଇଁ ମୌକା ମିଳିବ ଏବଂ ତାଙ୍କର ସମ୍ମାନ ମଧ୍ୟ ହେବ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।ଜୟ
ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ଆଜିର ରାଶିଫଳ
Prev Post
Next Post
