ଆଜିର ରାଶିଫଳ

0 42

ଗ୍ରହ୍ମା ପୂର୍ଣ୍ଣିମା ଓ ଶ୍ରୀ ମନ୍ଦିରରେ ଝୁଲଣ ଶେଷ,୨୦୨୨ ମସିହା ଅଗଷ୍ଟ ମାସ ୧୨ ତାରିଖ (ଶୁକ୍ରବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ଦିବା ଘ୭/୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୯/୨୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୪୨ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସ୍ତ୍ରୀ ତୈଳ ବର୍ଜନ ଓ ମାଛ , ମାଂସ ଦିବା ଘ୭/୮ ଗତେ ପାଣି କଖାରୁ ଭକ୍ଷଣ ନିଷେଧ ।
ମେଷ-ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ ଲାଭ ହେବ। ଉଦାସ ହେବା କାରଣରୁ ନକାରାତ୍ମକ ବିଚାର ଆସିପାରେ ଏଥିରୁ ବଞ୍ଚିତ ରୁହନ୍ତୁ। ଅତ୍ୟଧିକ ଧନ ପ୍ରାପ୍ତିର ସମ୍ଭାବନା ଅଛି। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ସ୍ୱାସ୍ଥ୍ୟ ପାଇଁ ଠିକ ରହିବ।
ବୃଷ-ଦୃଢ଼ତାର ସହିତ ଆପଣ ସାବଧାନପୂର୍ବକ କାମ କରିବେ। ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।
ମିଥୁନ-ଆପଣଙ୍କ ବାଣୀ କିମ୍ବା ବ୍ୟବହାର ଆଜି କାହା ସହିତ ଭୁଲ ବୁଝାବଣା ସୃଷ୍ଟି କରିପାରେ। ପରିବାରର ଲୋକମାନଙ୍କ ସହିତ ମନମାଳିନ୍ୟ ହୋଇପାରେ, ସମ୍ଭାଳିକରି ରୁହନ୍ତୁ। ବାହନ ଏବଂ ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରୁହନ୍ତୁ। ମାନ-ପ୍ରତିଷ୍ଠାରେ ଉନ୍ନତି ହେବ। ଆଜି ମନୋରଞ୍ଜନର ପଛରେ ଖର୍ଚ୍ଚ ହୋଇପାରେ। ମସ୍ତିସ୍କକୁ ଶାନ୍ତ ରଖିବାକୁ ଉପଦେଶ।
କର୍କଟ-ଆର୍ଥିକ ଆୟୋଜନମାନଙ୍କ ଏବଂ ନୂଆକାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ। ବ୍ୟାପାରରେ ଲାଭ, ଚାକିରିରେ ପଦୋନ୍ନତି ଏବଂ ଆୟ ସ୍ରୋତରେ ବୃଦ୍ଧି ହେବାରୁ ଆପଣ ଖୁବ ଆନନ୍ଦ ଏବଂ ସନ୍ତୋଷର ଭାବନା ଅନୁଭବ କରିବେ। ମିତ୍ର, ପତ୍ନୀ, ପୁତ୍ର ଆଦିଙ୍କର ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର‌୍ୟ୍ୟ ହେବ। ଯାତ୍ରା ତଥା ବିବାହର ଯୋଗ ଅଛି। ପ୍ରଣୟ ପାଇଁ ଅନୁକୂଳ ଦିନ ଅଟେ। ଉତ୍ତମ ବୈବାହିକ ସୁଖର ଆନନ୍ଦ ଉଠାଇ ପାରିବେ।
ସିଂହ-ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଲାଭଦାୟକ ଏବଂ ସଫଳ ଦିନ ଅଟେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ଜମାଇ ପାରିବେ। ଭରପୂର ଆତ୍ମବିଶ୍ଵାସ ଏବଂ ଦୃଢ଼ ମନୋବଳରେ ଆପଣଙ୍କ କାର୍ଯ୍ୟ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ। ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା କାମର ସମ୍ମାନ ମିଳିବ। ପଦୋନ୍ନତିର ସମ୍ଭାବନା ଅଛି। ପିତାଙ୍କଠାରୁ ଲାଭ ହେବ। ଜମି ତଥା ବାହନ ସମ୍ବନ୍ଧୀତ କାମକାର୍ଯ୍ୟ ପାଇଁ ଅନୁକୂଳ ସମୟ ଅଟେ।
କନ୍ୟା-ଆଜି ଆପଣ ଧାର୍ମିକକାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।
ତୁଳା-ଆକସ୍ମିକ ଧନ ଲାଭର ଦିନ ଅଟେ। ଆଧ୍ୟାତ୍ମିକ ପ୍ରବୃତ୍ତି ତଥା ସିଦ୍ଧି ପ୍ରାପ୍ତ କରିବା ପାଇଁ ଉତ୍ତମ ଦିନ ଅଟେ। ତଥାପି ମଧ୍ୟ ନୂଆକାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରୟାସ କରିବେ। ଜଲାଶୟ ଏବଂ ମହିଳାଙ୍କଠାରୁ ସତର୍କ ରୁହନ୍ତୁ। ଈଶ୍ଵର ଭକ୍ତି ଏବଂ ଗଭୀର ଚିନ୍ତନ ଶକ୍ତି ମନକୁ ଶାନ୍ତି ଦେବ।
ବିଛା-ଦୈନିକ ଘଟଣାଚକ୍ରର ପ୍ରବୃତ୍ତିଗୁଡ଼ିକରେ ଆଜି ପରିବର୍ତ୍ତନ ଆସିବ। ଆଜି ଆପଣ ମଉଜ-ମସ୍ତୀ ଏବଂ ମନୋରଞ୍ଜନର ଦୁନିଆରେ ବୁଲିବାକୁ ଇଚ୍ଛା ହେବ। ଏଥିରେ ମିତ୍ରମାନଙ୍କ, କୁଟୁମ୍ବମାନଙ୍କ ସାଥି ମିଳିବ। ସାର୍ବଜନିକ ଜୀବନରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ନୂଆ ବସ୍ତ୍ର ପରିଧାନ ଏବଂ ବାହନସୁଖର ପ୍ରାପ୍ତି ହୋଇପାରେ। ଭାଗୀଦାରୀରେ ଲାଭ ହେବ। ଦାମ୍ପତ୍ୟଜୀବନର ଉତ୍ତମ କ୍ଷଣର ଅନୁଭବ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରିବେ ଏବଂ ଧନଲାଭ ହେବ।
ଧନୁ-ଚାକିରିପେଶା ବର୍ଗଙ୍କ ପାଇଁ ଆଜି ଲାଭର ଦିନ ଅଟେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଘରେ ଆନନ୍ଦର ବାତାବରଣ ରହିବ। ନୌକର ଏବଂ ସହକର୍ମିମାନଙ୍କ ସମ୍ପୂର୍ଣ୍ଣ ସାଥି ମିଳିବ। କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ବିରୋଧୀ ଏବଂ ଶତ୍ରୁ ନିଜର ଚାଲରେ ନାକାମ ହେବେ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ସାଥିରେ ଅଛି।
ମକର-ସାହିତ୍ୟ କ୍ଷେତ୍ରରେ ରୁଚି ରଖୁଥିବା ବ୍ୟକ୍ତି ଆଜି ନିଜର କାର୍ଯ୍ୟକ୍ଷେତ୍ରରେ
ବିଶେଷ ଯୋଗଦାନ ଦେଇ ପାରିବେ। ନିଜର ରଚନାତ୍ମକ ଏବଂ ସୃଜନାତ୍ମକ ଶକ୍ତିଗୁଡ଼ିକର ପରିଚୟ କରି ପାରିବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଘନିଷ୍ଠତା ଏବଂ ପ୍ରେମ ବଢ଼ିବ। ତାଙ୍କ ସହ ସାକ୍ଷାତକରି ରୋମାଞ୍ଚକ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ସନ୍ତାନଙ୍କର କାମ ହାସଲ ହେବ। ମିତ୍ରମାନଙ୍କଠାରୁ ଲାଭ ହେବ।
କୁମ୍ଭ-ସ୍ଵଭାବରେ ଭାବୁକତା ଅଧିକ ହେବାରୁ ମାନସିକ ଚିନ୍ତା ରହିବ। ଆର୍ଥିକ ବିଷୟଗୁଡ଼ିକର ଆୟୋଜନ ହେବ। ମାତାଙ୍କର ତରଫରୁ ଅଧିକ ପ୍ରେମ ଏବଂ ଭାବନାର ଅନୁଭବ ହେବ। ମହିଳାମାନଙ୍କର ଧନ ସୌନ୍ଧର୍ଯ୍ୟ ପ୍ରଶାଧନ, ବସ୍ତ୍ର କିମ୍ବା ଆଭୂଷଣର କ୍ରୟ ପଛରେ ଖର୍ଚ୍ଚ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ସ୍ଵଭାବରେ ପରିବର୍ତ୍ତନ ଆସିବ। ସାର୍ବଜନିକ ରୂପରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ।
ମୀନ-କାର୍ଯ୍ୟରେ ସଫଳତା ପାଇବା ପାଇଁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଆଜି ଉତ୍ତମ ଦିନ ଅଟେ। ଆପଣଙ୍କ ନିକଟରେ ବିଚାରରେ ଆଜି ସ୍ଥିରତା ରହିବ, ଯେଉଁଥିରେ କୌଣସି କାର୍ଯ୍ୟ ଭଲ ଭାବରେ କରି ପାରିବେ। କଳାକାମାନଙ୍କୁ ନିଜର କଲା ପ୍ରଦର୍ଶିତ କରିବାପାଇଁ ମୌକା ମିଳିବ ଏବଂ ତାଙ୍କର ସମ୍ମାନ ମଧ୍ୟ ହେବ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।
ନିତୀବାଣୀ- ଆରମ୍ଭରେ ଅନ୍ତୁଡିଶାଳ, ଶେଷରେ ଶ୍ମଶାନ- ଏହି ଦୁଇଟି ମଧ୍ୟରେ ବାକି ଯାହା ରହିଗଲା ସେ ସବୁ ଅନିଶ୍ଚିତ ।
✡ବାସ୍ତୁ ଟିପ୍ପଣୀ✡କେଉଁସବୁ ଗଛ ଘରେ ଥିଲେ ମାଡିଆସିଥାଏ ଘୋର ଅର୍ଥାଭାବଟ୍ଟ
ବାସ୍ତୁ ଶାସ୍ତ୍ରରେ ବୃକ୍ଷର ଅନେକ ମହତ୍ୱ ରହିଛି। ଗଛ ଲତା ଅକ୍ସିଜେନ୍ ଦେବା ସହ ପରିବେଶକୁ ସନ୍ତୁଳିତ ବି କରିଥାଏ । ଖାଲି ଏତିକି ନୁହେଁ ଘରର ଚର୍ତୁପାଶ୍ୱରେ ଥିବା ବୃକ୍ଷ ମଣିଷର ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇଥାଏ। ଏହା କେତେବେଳେ ଶୁଭଫଳ ଦେଇଥାଏ ତ ଆଉ କେତେବେଳେ ଅଶୁଭ।
ଏମିତି ଅନେକ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ଏହିସବୁ ଗଛକୁ କେବେହେଲେ ଘରେ ଲଗାଇବା ଉଚିତ୍ ନୁହେଁ।
କଣ୍ଟାଗଛ –ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କଣ୍ଟାଗଛ ଲଗାଇବା ଉଚିତ ନୁହେଁ। ଏହି ଗଛ ନକାରାତ୍ମକ ପ୍ରଭାବ ଦେଇଥାଏ। ଏମିତିକି କଳି ଝଗଡା ହେବାର ଆଶଙ୍କା ରହିଥାଏ। ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଆସନ୍ତୁ ଜାଣିବା ଘରେ କେଉଁସବୁ ଗଛ ଲଗାଇବା ଉଚିତ୍ ନୁହେଁ ।
ଅଶୋକଗଛ- ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ବାସ୍ତୁଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ। ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏ ଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ । ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଗଛଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ ।
ଅରଖଗଛ- ଏହା ଆମ ଜୀଵନରେ ଆସୁଥିବା ସବୁ ବାଧାବିଘ୍ନକୁ ଦୂର କରିଥାଏ । ଯେଉଁ ଘରେ ଆପେଆପେ ଅରଖ ଗଛ ଉଠିଥାଏ ସେ ଘରେ କୈାଣସି ଅଭାବ ରହେ ନାହିଁ। ଘରେ ଧନଧାନ୍ୟରେ ଘର ପୂରିଉଠେ । ବାସ୍ତୁଶାସ୍ତ୍ର ଅନୁସାରେ ଘର ସମ୍ମୁଖରେ ଏହି ଗଛ ଉଠିଲେ ତାକୁ ଉପାଡିବା ଅନୁଚିତ୍ ।
ଅଶ୍ୱତ୍ଥଗଛ- ଘରପାଖରେ ରହିଲେ ଏହା ନକାରାତ୍ମକ ଶକ୍ତି ପକାଇଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ବା ଆଖ ପାଖରେ ଲଗାନ୍ତୁ ନାହିଁ ବା ରହିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଲଗାଇ ପାରିବେ।
ବରଗଛ- ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ପୂର୍ବ ଦିଗରେ ରହିଲେ ଖୁବ୍ ଭଲ । ଏହି ଦିଗରେ ଗଛ ରହିଲେ ଘରେ କୌଣସି ପ୍ରକାରର ଅଭାବ ଅସୁବିଧା ରହେ ନାହିଁ । କିନ୍ତୁ ଯଦି ଘରର ପଶ୍ଚିମ ଦିଗରେ ବରଗଛ ରହିଛି ତାହେଲେ ଅଶୁଭ ହୋଇଥାଏ । ଏପରିକି ଗଛର ଛାଇ ଘର ଉପରେ ପଡିଲେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ
ଡାଳିମ୍ବଗଛ- ଖୁବ୍ ଶୁଭଫଳ ମିଳିଥାଏ । କିନ୍ତୁ ଅଗ୍ନି ଓ ନୈରତ୍ୱ କୋଣରେ ଏହି ଗଛ ଲଗାଇବା ଅନୁଚିତ୍ । ଏହା ନକରାତ୍ମକ ଶକ୍ତି ଉତ୍ପନ କରିଥାଏ ।
ହଳଦୀଗଛ- ଘର ପରିସରରେ ରହିବା ଅନୁଚିତ୍ । ଯଦି ଏହି ଗଛ ଆପଣାଛାଏଁ ଘରେ ଉଠେ ତେବେ ତାକୁ ଉପାଡି ଫିଙ୍ଗି ଦେବା ଉଚିତ୍। ଏହି ଗଛ ରହିଲେ ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।ଆଜିର ଦିନଟି ମଙ୍ଗଳ ମୟ ହେଉ
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

Leave A Reply

Your email address will not be published.