ଆଜିର ଅନୁଚିନ୍ତା

ତାରିଖ - ୨୦:୦୮:୨୦୨୧(ଶୁକ୍ରବାର)

0 262

🦋ସମୟ କାହାକୁ ଅପେକ୍ଷା କରେ ନାହିଁ,ବୁଦ୍ଧିମାନ ସିଏ ଯେ ସମୟର ମୂଲ୍ୟ ବୁଝି ଠିକ୍ ସମୟରେ ଠିକ୍ କାମ କରେ ।
🦋ଜୀବନରେ ମଣିଷ କେବେହେଲେ ଗୋଟିଏ ଦିନରେ ବଦଳି ଯାଏ ନହିଁ, କିଛି ପରିସ୍ଥିତି, କିଛି ଆଘାତ ଅବା କୌଣସି ଅପମାନ ବାଧ୍ୟ କରିଥାଏ ବଦଳିଯିବାକୁ ।
🦋ଏଠି ସମସ୍ତେ ରାଗଟା ହିଁ ଦେଖନ୍ତି, କିନ୍ତୁ ରାଗର କାରଣଟା କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।
🦋କଥରେ ଅଛି ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବ ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ ଅପେକ୍ଷା କରିବ ନାହିଁ ।
🦋ସଫଳତାର ପ୍ରଥମ ପାହାଚ ହେଉଛି Self confidence ।
♻️ଧନୀକୁ ଦାନ ଦେଲେ ସେ ଦାନର ମହତ୍ତ୍ଵ ରହେ ନାହିଁ ।
♻️ବିଳାସ ବ୍ଯସନରେ ସବୁ ଧନ ଖର୍ଚ୍ଚ କରି ନ ଦେଇ ଦୁଃସମୟ ପାଇଁ ସଚେତନ ହେବା ପ୍ରତ୍ୟେକ ପ୍ରାଣୀର କର୍ତ୍ତବ୍ୟ ।ପିମ୍ପୁଡି ଠାରୁ ଏସବୁ କଥା ଶିକ୍ଷା କରିବା ଆବଶ୍ୟକ ।
♻️ସ୍ବର୍ଗ ମର୍ତ୍ତ୍ଯ ବୋଲି କିଛି ନାହିଁ ।ଏଇଠି ସ୍ବର୍ଗ ଏଇଠି ନର୍କ ।ଭଲ କାମ କଲେ ସ୍ବର୍ଗ ସୁଖ ମିଳେ ।ମନ୍ଦ କାମ ପାଇଁ ନର୍କ ଯନ୍ତ୍ରଣା ସହିବାକୁ ପଡିଥାଏ ।
♻️ସେବା – ପ୍ରେମ ତ୍ଯାଗ ହିଁ ମଣିଷର ବିକାଶର ମୂଳ ମନ୍ତ୍ର ।
♻️ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହେଉଥିବା ମଣିଷ ଲୁହା ସଦୃଶ ।
♻️କୀଟ କପଡାକୁ ନଷ୍ଟ କଲାଭଳି ଗର୍ବ ମଣିଷକୁ ନଷ୍ଟ କରିଦିଏ ।
♻️ଉଚ୍ଚ ପାଟିରେ କଥା କହିବା ବିପଦର ସୂଚନା ।
♻️ଯିଏ ସର୍ବଦା ନତମସ୍ତକ,ପ୍ରସନ୍ନମୁଖ ରହନ୍ତି ସେ ଜୀବନରେ ସଫଳ ହୁଅନ୍ତି ।
ଆଜିର ନୀତିବାଣୀ
➡️”ଘରର ସିଡ଼ି ଭିତରକୁ ପଶିବାର ଡାହାଣ ପାର୍ଶରେ ରହିଲେ – ଏହା ଘରର ଶାନ୍ତି ସୁଖ ଦେଇଥାଏ !!
➡️”କେବଳ ପାଖରେ ଥିଲେ ନୁହେଁ,ଜଣେ ଯେତେବେଳେ ଆମ ପାଖରୁଦୁରେଇଯାଏ, ତାର ଆବଶ୍ୟକତା ଟା କେତେ ବେଶି ଜଣା ପଡେ.. !!
➡️”ସ୍ୱପ୍ନ ଦେଖିବା ପାପ ନୁହେଁ…କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ… !!
➡️”କେବେବି ବିଛଣା ତଳେ ପଇସା ରଖନ୍ତୁ ନାହିଁ – ଏହା ଲକ୍ଷ୍ମୀ ଛଡ଼ାର ଲକ୍ଷଣ ଅଟେ !!
➡️”ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନା କୁ ଘରେ ଠୁଳ କରି ରଖନ୍ତୁ ନାହିଁ !!
ଆଜିର ସୁବିଚାର
➡️”ଯେପର୍ଯ୍ୟନ୍ତ ଆପଣ ନିଜକୁ ଉତ୍ସାହିତ ନକରନ୍ତି, କେହି ଆପଣଙ୍କୁ ଉତ୍ସାହିତ କରିପାରିବେ ନାହିଁ !!
➡️”ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ୍ , କାହିଁକିନା ଅଭିମାନ ଯେତେବେଳେ ଅହଂକାରର ରୂପ ନିଏ ସେତେବେଳେ ବର୍ଷ ବର୍ଷ ର ସମ୍ପର୍କ ଭାଙ୍ଗିଯାଏ !!
➡️”ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରିଯାଇଥାଏ !!
➡️”ସମ୍ପର୍କ ତାହାକୁ ହିଁ କୁହାଯାଏ ଯେଉଁଠାରେ ଶବ୍ଦ କମ ବୁଝିବା ଅଧିକା ଥାଏ , ଯେଉଁଠାରେ ଝଗଡ଼ା କମ ପ୍ରେମ ଅଧିକ ଥାଏ , ଯେଉଁଠାରେ ଆଶା କମ ବିଶ୍ବାସ ଅଧିକ ଥାଏ … !!
➡️”ଦୁଃଖ କହିବା ଆଉ ଶୁଣିବା ଭିତରେ ଅନେକ ଫରକ୍ ଥାଏ …. କାହିଁକି ନା ଶୁଣୁ ଥିବା ଲୋକଟି କେବଳ ଅନୁଭବ କରିଥାଏ …. କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗ ଲିଭାଇ ଥାଏ …. !!
➡️”ଯେତେ ତୀର୍ଥ ଜାଗାକୁ ଗଲେବି ଯେତେ ଭକ୍ତିରେ ପୂଜା କଲେବି ଯଦି କର୍ମ ଓ ବ୍ୟବହାର ଭଲ ନଥାଏ ତେବେ ସେଗୁଡ଼ିକର କିଛିବି ମହତ୍ବ ରହିପାରେ ନାହିଁ !!
➡️”ଯିଏ କନ୍ଦାଏ ସିଏ ବି ଦିନେ କାନ୍ଦିବ, ଏଇଟା ଅଭିଶାପ ନୁହେଁ ଉପର ବାଲାର ବିଚାର !!

🙏ଜୟ ସନ୍ତୋଷୀ ମାତା🙏. ଶୁଭ ସକାଳ ଆଜି ଶୁକ୍ରବାର ମା ସନ୍ତୋଷୀ ମାତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ। ମା ସନ୍ତୋଷୀ ମାତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ମିନତୀ

Leave A Reply

Your email address will not be published.