ଆଜିର ଅନୁଚିନ୍ତା

ତାରିଖ - ୨୫:୧୧:୨୦୨୧(ଗୁରୁବାର)

0 247

🦋ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ ଯଦି ମଣିଷ ପାଖରେ ଶାନ୍ତି ନାହିଁ ।
🦋ଆତ୍ମନିର୍ଭରଶୀଳ ହୁଅନ୍ତୁ,ନିଜର ପ୍ରଶଂସା ନିଜେ ହିଁ କରନ୍ତୁ…କାରଣ ନିନ୍ଦା କରିବା ପାଇଁ ଏଠି ବହୁତ ଲୋକ ଅଛନ୍ତି।
🦋ଝିଅମାନଙ୍କର ଜୀବନ ସେତେବେଳେ ପୂର୍ଣ୍ଣ ଲାଗେ ଯେତେବେଳେ ବଏଫ୍ରେଣ୍ଡ୍ ପଇସା ବାଲା ନୁହେଁ,ହସେଇଲା ବାଲା ମିଳିଯାଏ।
🦋କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ , କାହିଁକିନା ଭବିଷ୍ୟତରେ ତାହା ଆପଣଙ୍କର ଦୁଃଖର କାରଣ ହୋଇପାରେ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !
ଆଜିର ଭାଗବତ ବାଣୀ-ରାଜା ପରୀକ୍ଷିତଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀଶୁକଦେବ କହୁଛନ୍ତି – ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିଦେଲେ, ପ୍ରଭୁଙ୍କ ଭକ୍ତମାନଙ୍କର ସେବା କଲେ, ପାପୀମନୁଷ୍ୟର ଯେଉଁଭଳି ଚିତ୍ତଶୁଦ୍ଧି ହୋଇଥାଏ,ତପସ୍ୟା ଆଦିଦ୍ବାରା ସେଭଳି ଶୁଦ୍ଧି ହୁଏ ନାହିଁ । ଜଗତରେ ଭକ୍ତିର ପଥ ହେଉଛି ସର୍ବୋତ୍ତମ, ଭୟରହିତ ଓ କଲ୍ୟାଣସ୍ବରୂପ;କାରଣ ଏହି ମାର୍ଗରେ ଭଗବତ୍ ପରାୟଣ, ସୁଶୀଳ ଓ ସାଧୁଜନମାନେ ଚାଲନ୍ତି । ମଦ୍ୟପୂର୍ଣ୍ଣ ପାତ୍ରକୁ ଯେପରି ଅନେକ ନଦୀରେ ବୁଡାଇଲେ ମଧ୍ୟ ତାହାକୁ ନଦୀମାନେ ପବିତ୍ର କରିପାରନ୍ତି ନାହିଁ, ଠିକ୍ ସେହିପରି ବାରମ୍ବାର କରାଯାଉଥିବା ବଡ଼ ବଡ଼ ପ୍ରାୟଶ୍ଚିତ ମଧ୍ୟ ଭଗବତ୍ ବିମୁଖ ମନୁଷ୍ୟକୁ ପବିତ୍ର କରିପାରେ ନାହିଁ । (କ୍ରମଶଃ)🙏🏾ଓଁ ମା ମହାଲକ୍ଷ୍ମୀ ନମଃ🙏🏾ଶୁଭ ସକାଳ,ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏🏾  ଜୟ ଜଗନ୍ନାଥ🙏🏾

Leave A Reply

Your email address will not be published.