ଆଜିର ଅନୁଚିନ୍ତା

ତାରିଖ - ୦୧:୦୧:୨୦୨୨ (ଶନିବାର)

0 473

🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ ।
🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,◆ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ ।
🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ ଯଦି ସତରେ ଭଗବାନଙ୍କୁ ଖୁସି କରିବା ପାଇଁ ଭାବୁଛନ୍ତି ତାହାଲେ ଆଜିର ଏହି ନୂଆ ବର୍ଷରେ ପ୍ରଥମେ ନିଜ ଘରେ ଥିବା ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।
🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ଆଉ ରାସ୍ତା ବି ସରିଯିବ ହେଲେ ଭବିଷ୍ୟତ ସେଇଠି ଅଟକି ଯିବ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ
May this new year bring you joy, happiness, and all that your heart wishes for. Happy New Year 2022.

 

Leave A Reply

Your email address will not be published.