ଆଜିର ଅନୁଚିନ୍ତା 

ତାରିଖ : ୧୭.୦୧.୨୦୨୨,ସୋମବାର

0 670

ଆଜିର ନୀତିବାଣୀ 
➡️”ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !!
➡️”ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ !!
➡️”ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ !!
➡️”ମଣିଷ ସଂସାରର ମାୟା ଜାଲରେ ବାନ୍ଧି ହୋଇଥାଏ । ତା ଆଖିରେ ସ୍ୱାର୍ଥ, ଲୋଭ, ମୋହର ଅନ୍ଧପୁଟୁଳି ବନ୍ଧା ଯାଇଥାଏ । ଏସବୁର ଉଦ୍ଧ୍ୱର୍ରେ ରହିପାରିଲେ ଜଣେ କାଳ ବିଜୟୀ ହୋଇପାରିବ !!
ଆଜିର ଅନୁଚିନ୍ତା 
➡️”ଯେପରି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଇଥାଏ , ଠିକ୍ ସେହିପରି ଦୁଖ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ଯ ଏଠି ଠିକଣା ବଦଳାଇ ଦିଅନ୍ତି !!”
➡️”ଆଜି ପାଖରେ ଛିଡ଼ା ହୋଇ ଭରଷା ଦେବା ଲୋକ କେହି ନାହାଁନ୍ତି , କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ବି ନାହାଁନ୍ତି . କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକଙ୍କ ଅଭାବ ହିଁ ନାହିଁ !!”
➡️”ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣପତ୍ରର ଅବ୍ୟଶ୍ୟକତା ପଡିନଥାଏ . କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ ହୋଇଥାଏ !!”
➡️”ଅଢେଇ ଦିନିଆ ଜୀବନକୁ ନେଇ ବେଶୀ ବଢେଇ ହୁଅନ୍ତୁ ନାହିଁ , କାହିଁକିନା ଏ ସଂସାରକୁ ଆମେ ଆସିଛନ୍ତି ଏକା ଆଉ ଯିବା ବି ଏକା , ଏ ମାଟି ଦେହ ମାଟିରେ ମିଶିଯିବ !!ଶୁଭ ସକାଳ,ଜୟ ଶ୍ରୀକୃଷ୍ଣ!!
ଆଜିର ସୁବିଚାର
➡️”କାହାକୁ ହୃଦୟରେ ବସେଇବା ଯେତିକି ସହଜ ହୋଇଥାଏ , ସେମିତି ଜଣକୁ ହୃଦୟରୁ ବାହାର କରିବା ସେତିକି ସହଜ ହୋଇନଥାଏ !!
➡️”ନିଜ ସ୍ବପ୍ନ କୁ ପାଇବାକୁ ହେଲେ ଖାଲି ସ୍ବପ୍ନ ଦେଖିଲେ ହେବନି ସ୍ବପ୍ନ ପଛରେ ପାଗଳ ହେବାକୁ ପଡିବ !!”
➡️”ବେଳେ ବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖଖିବା ପାଇଁ କିଛି କଥାକୁ ଅଣଦେଖା କରିବାକୁ ପଡିଥାଏ କେବେ ମୁକ ହୋଇ ତ ଆଉ କେବେ ଅନ୍ଧ ହୋଇ !!

➡️କେତେବି ଧରିରଖିବାକୁ ଚେଷ୍ଟା କର ଯେମିତି ହେଲେ ହାତରୁ ଖସିଯାଏ ଏ ସମୟ ସାହେବ୍ ନିଶ୍ଚିତ ବଦଳିଥାଏ !!

 

Leave A Reply

Your email address will not be published.