ଆଜିର ଅନୁଚିନ୍ତା

0 789

‼️ସୁପ୍ରଭାତମ୍ ‼️
୨୦୨୨ ମସିହା ଏପ୍ରିଲ ମାସ ୧୧ ତାରିଖ (ସୋମବାର)
ସତର ପଥ ବହୁତ କଠିନ….ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ….ତଥାପି ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି.
🪔 ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ ର ସଂଜ୍ଞା ।
🪔 ଇଚ୍ଛାକୁ ଜୟ କର କିମ୍ବା ନିୟନ୍ତ୍ରଣ କର ତାପରେ ତୁମେ ଶାନ୍ତିରେ ବଞ୍ଚି ପାରିବ”ନଚେତ୍”ମଣିଷ ଯେ ପର୍ଯ୍ୟନ୍ତ ସେ ଇଚ୍ଛା ପଛରେ ଦୌଡ଼ିବ ସେ ପର୍ଯ୍ୟନ୍ତ ଶାନ୍ତିରେ ବଞ୍ଚିପାରିବ ନାହିଁ !
🪔 ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ। କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ।
📝ମଣିଷ ଜନମ ଦୁର୍ଲଭ ଜୀବନ,ଭଗବାନ ଙ୍କର ସୃଷ୍ଟି ,
ପଞ୍ଚମନ ଆଉ ପଚିଶ ପ୍ରକୃତିଅନ୍ତରରେ ଭରିଛନ୍ତି ।
📝ଆପଣ ଯେତେ ଭଲ ମଣିଷ ହୋଇଥାଆନ୍ତୁ ନା କାହିଁକି, କାହାର ଜୀବନରେ ଆପଣ ନିଶ୍ଚିତ ଭାବରେ ଶତ୍ରୁ ପାଲଟି ଯାଇଥିବେ ।
📝ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହଁ, ଜଣେ କୋଟିପତି ବ୍ଯକ୍ତି ସମୟ ଚକ୍ରରେ ଭିକାରୀ ହୋଇପାରେ ଆଉ ଜଣେ ଗରିବ କାଲିବି କୋଟିପତି ହୋଇପାରେ ସେଥିପାଇଁ ଟଙ୍କା ପଇସାର ଅହଙ୍କାରରେ କାହାରିକୁ ଛୋଟ ଭାବିବା ଅନୁଚିତ୍ ।
📝ଗାଡିରେ ଯଦି Break ନାହିଁ ତେବେ Accident ନିଶ୍ଚିତ ”ଆଉ” ଜୀବନରେ ଯଦି ସଂସ୍କାର ଓ ମର୍ଯ୍ଯାଦା ନାହିଁ ତାହା ହେଲେ ପତନ ନିଶ୍ଚିତ ଅଟେ …. ସତର ପଥ ବହୁତ କଠିନ….
ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ…. ତଥାପି
ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି….
🦋 ଏ ଦୁନିଆରେ ସମୟ ହିଁ ବଳବାନ,କାହିଁକିନା ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ,ଧୈର୍ଯ୍ୟର ସହ ପରିସ୍ଥିତି କୁ ସାମ୍ନା କରନ୍ତୁ ଦେଖିବେ ନିଶ୍ଚିତ କିଛି ନୂତନ ଉପହାର ମିଳିବ ।
🦋 କଦାପି ଆତ୍ମବିଶ୍ୱାସ ହରାନ୍ତୁ ନାହିଁ ! ଆପଣ ଏହି ବ୍ରହ୍ମାଣ୍ଡରେ କିଛିଭୀ ହାସଲ କରିପାରିବେ ! କଦାପି ଦୁର୍ବଳତାର ଶିକାର ହୁଅନ୍ତୁ ନାହିଁ !
🦋 ”ଜୀବନ”ହେଉଛି ଗୋଟିଏ ଏମିତି ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କିଛି କିଛି ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ !ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ !
🙏🏻ଜୟ ଜଗନ୍ନାଥ, ଜୟ ସୋମନାଥ🙏🏻

Leave A Reply

Your email address will not be published.