ଆଜିର ଅନୁଚିନ୍ତା

ତାରିଖ - ୨୭:୧୨:୨୦୨୦ ( ରବିବାର )

0 385

➡️ପ୍ରତ୍ୟେକ ମଣିଷର ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ , ଯାହାର ସାକ୍ଷୀ କେବଳ ସେ ନିଜେ ।
➡️ସମୟ, ଯେବେ ପରୀକ୍ଷା ନିଏ ସବୁ ଦିଗରୁ ପ୍ରହାର କରିଥାଏ, ସେ ଧନୀ ହେଉ ବା ଗରିବ, ଜ୍ଞାନୀ ହେଉ ବା ଅଜ୍ଞାନୀ ।
➡️ଚେଷ୍ଟା କରୁଥିବା ଲୋକ କେବେ ଜୀବନରେ ହାରିନଥାଏ ଓ ଅନ୍ୟକୁ ଦେଖି ଇର୍ଷା କରୁଥିବା ମଣିଷ ତା ଜୀବନରେ କେବେ ସଫଳତା ପାଇନଥାଏ ।
➡️ହସ ଓ ନିରବତା ଦୁଇଟି ଯାକ ଭାରି ଶକ୍ତିଶାଳୀ ହସ ଦ୍ଵାରା ବହୁ ଅସୁବିଧାର ସମାଧାନ ହୋଇଯାଉଥିବା ବେଳେ ନିରବତା ଦ୍ଵାରା ବହୁ ଅସୁବିଧାକୁ ଅଣଦେଖା କରି ହୋଇଥାଏ ।
➡️ଆଜିକାଲି ଦୁନିଆରେ ପାଖରେ ପଇସା ଥିଲେ How are you ?ପାଖରେ ପଇସା ନ ଥିଲେ Who are you  ?
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନାଥ!

Leave A Reply

Your email address will not be published.