ଆଜିର ଅନୁଚିନ୍ତା

ତାରିଖ - ୦୮:୦୧:୨୦୨୧ (ଶୁକ୍ରବାର)

0 364

➡️ଦୂରେଇ ଦିଅ ମନକୁ ଝିଅମାନଙ୍କ ପ୍ରତି ଆସୁଥିବା ଅସତ୍ ଭାବନା
ଭାବି ଦେଖ ତୁମେ ବି ଦିନେ ହୋଇପାର ଗୋଟେ ଝିଅର ବାପା ।
➡️ଯଦି ନିଜେ ସତ୍ ପଥରେ ଅଛ,ତେବେ ନୀରବତାର ସହ କାମ କରିଚାଲ ।କୁଟ,କପଟୀ ଲୋକଙ୍କ ଚିତ୍କାରକୁ ଧ୍ୟାନ ନଦେଇ ନିଜ କାମକୁ ପ୍ରାଧାନ୍ୟ ଦିଅ ।ସମୟ ହିଁ ସବୁ କଥା ପ୍ରକାଶ କରିବ , ଏହା ନିଶ୍ଚିତ ।
➡️ସମ୍ପର୍କକୁ କଳହ କେବେ ଦୁର୍ବଳ କରିନଥାଏ ।କିନ୍ତୁ ଭୁଲ୍ ବୁଝାମଣା ପାଇଁ ସୁନ୍ଦର ସମ୍ପର୍କଟିଏ ଦୁର୍ବଳ ହୋଇଯାଏ ।
➡️ଶବଦାହର ପାଉଁଶ ଦେଖିବା ପରେ ମନକୁ ଏକ ପ୍ରଶ୍ନ ଆସିଲା —
ଜଣେ ବ୍ୟକ୍ତି କେବଳ ଶେଷରେ ପାଉଁଶ ହେବା ପାଇଁ ଜୀବନରେ ଅନ୍ୟ ଉପରେ କେତେଯେ ଇର୍ଷାରେ ଜଳିଥାଏ ତାହାର କୌଣସି ଠିକଣା ନଥାଏ ।
➡️ଯେଉଁ ମଣିଷର ନୀତି ନିୟମ ଠିକ୍ ଥାଏ, ସେ ମଣିଷକୁ ତା \’ଠାରୁ ବଡ ଲୋକ ବି ସମ୍ମାନ କରିଥାନ୍ତି — ଯେଉଁ ମଣିଷର ନୀତି ନିୟମ ଠିକ୍ ନ ଥାଏ ସେ ମଣିଷକୁ ସାନ ପିଲାମାନେ ମଧ୍ୟ ସମ୍ମାନ କରିବାକୁ କୁଣ୍ଠାବୋଧ କରନ୍ତି ।
➡️ଜୀବନରେ ଏମିତି ମଣିଷକୁ ହରାନ୍ତୁ ନାହିଁ,ଯିଏ ତୁମ ଉପରେ ରାଗିଯାଏ ଆଉ ପୁଣି ଆସି Sorry କହିଥାଏ । କାହିଁକି ନା ସେ ତୁମକୁ ନିଜଠାରୁ ଅଧିକ ଭଲ ପାଏ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Leave A Reply

Your email address will not be published.