ଖୋଲିଲା ମୟୂରଭଞ୍ଜ ରାଜ ପ୍ରାସାଦ

ବର୍ତ୍ତମାନର ସନ୍ଧ୍ୟା ମୁଖ୍ୟ ଖବର

0 317

➡️ ୱାଶିଂଟନ: ଆମେରିକାର କ୍ୟାପିଟୋଲ ବିଲଡିଂରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ସହ ପୁଲିସ୍‌ର ପ୍ରବଳ ସଂଘର୍ଷ‌ ହୋଇଛି। କ୍ୟାପିଟୋଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି ।
➡️ କୋଭିଡ୍-୧୯ ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀବାସୀଙ୍କୁ ବ୍ୟାପିବାର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶନ୍ଧି ତଳେ ୧୯୭୬ରେ ଇବୋଲା ରୋଗର ଆବିଷ୍କାର କରିଥିବା ବୈଜ୍ଞାନିକ ଜିନ ଜ୍ୟାକ୍ସ ମୁୟେମ୍ବେ ତାମ୍ଫୁମ୍ ଏହି ଚେତାବନୀ ଦେଇଛନ୍ତି ।
➡️ ଭୁବନେଶ୍ବର: କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ ହେବ। ଜାନୁଆରି ୨୬ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।
➡️ ଭୁବନେଶ୍ୱର : ରାଜଧାନୀରୁ ଗୁରୁବାର ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍ କରି ସୂଚନା ଦେଇଛି । କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି ।
➡️ ସିଡ଼ନୀ :କ୍ୟାଚ୍ ଛାଡ଼ିଲେ ପନ୍ତ, ଫାଇଦା ଉଠାଇଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ।
➡️ ଓ୍ୱାସିଂଟନ୍‌: ହିଂସାକାଣ୍ଡ ଓ ବାଦ ବିବାଦ ପରେ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି ।
➡️ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ନିଜ ନିୟମାବଳୀକୁ ଅପଡେଟ୍ କରିଛି। ଭାରତୀୟ ୟୁଜରମାନଙ୍କୁ ଗତ ମଙ୍ଗଳବାର ସନ୍ଧ୍ୟାରୁ ଏନେଇ ନୋଟିଫିକେସନ୍ ମିଳିବା ଆରମ୍ଭ ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଭିତରେ ନୂଆ ନିୟମକୁ ନେଇ ଆସୁଥିବା ଏହି ନୋଟିଫିକେସନକୁ ୟୁଜରମାନେ ଗ୍ରହଣ କରିବାକୁ ପଡ଼ିବ। ନଚେତ୍ ହ୍ୱାଟସଆପ୍ ଆକାଉଣ୍ଟ ଡିଲିଟ୍ ହୋଇଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
➡️ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ! ନାଗପୁରରେ ରହୁଛି ମାଷ୍ଟର ମାଇଣ୍ଡ: ଚିଠିକୁ ନେଇ ହଇଚଇ ।
➡️ ଓ୍ବାଶିଂଟନ : କରୋନା ଟିକା ପାଇଁ ସମଗ୍ର ବିଶ୍ୱବାସୀ ଚାତକ ପରି ଚାହିଁ ରହିଛନ୍ତି। କିଛି ସ୍ଥାନରେ ଲୋକେ ଏହି ଟିକା ନେଲେଣି ମଧ୍ୟ। ମାତ୍ର ଜାଣନ୍ତି କି ମଣିଷକୁ କରୋନା ଟିକା ଦିଆଯିବା ପୂର୍ବରୁ ଏକ ଜୀବ ଦେହରେ ଦିଆଯାଇଥିଲା ।
➡️ ମଙ୍ଗଳାଯୋଡ଼ିର ଅଶୋକ – ପକ୍ଷୀ ପ୍ରେମରୁ ହୋଇଥିଲେ ଇକୋଟୁରିଜିମ୍ ଗାଇଡ୍ । ଖୋର୍ଦ୍ଧା ମଙ୍ଗଳାଯୋଡ଼ିର ଅଶୋକ କୁମାର ସାହୁ। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଆଜି ତାଙ୍କୁ ଜଣେ ସଫଳ ଇକୋ ଟୁରିଜିମ୍ ଗାଇଡ୍‌ର ପରିଚୟ ଦେଇଛି।
➡️ ଅହମ୍ମଦାବାଦ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି, ଏନ୍‍ଡିଏ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଟ୍ରିକ୍‍ ପରବର୍ତ୍ତୀ ବୃତ୍ତି ବାବଦରେ ୬୯ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଅର୍ଥ ଆଗାମୀ ୫ ବର୍ଷ ମଧ୍ୟରେ ଦିଆଯିବ।
➡️ ଭୁବନେଶ୍ୱର : ସାଇବର ଠକେଇ ରୋକିବାକୁ ହେଲ୍‌ପ ଡେସ୍କ ଆରମ୍ଭ, ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ୭୪୪୦୦୦୬୭୦୯ ନମ୍ବରକୁ ଜଣାଇବା ପାଇଁ ପରାମର୍ଶ ।
➡️ ନାଲକୋନଗର: ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ‘ନାଲକୋ’ ୪୧ବର୍ଷରେ ପଦାର୍ପଣ କରିଛି। ଆଜି ସକାଳ୧୦ଘଟିକା ସମୟରେ ଅନଗୁଳ ନାଲକୋ ଅଡ଼ିଟୋରିୟମରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସଂସଦୀୟ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୁଖ୍ୟ ଅତିଥି ଓ ନାଲକୋର ସି.ଏମ.ଡି ଶ୍ରୀଧର ପାତ୍ର ଭୁବନେଶ୍ୱର କର୍ପୋରେଟ କାର‌୍ୟ୍ୟାଳୟ ଠାରୁ ସିଧା ସଳଖ ଅନଗୁଳ ନାଲକୋ, ଦମାନଯୋଡି, ବିଶାଖାପାଟଣା କାର‌୍ୟ୍ୟଳୟ ସହ ଯୋଡ଼ି ହୋଇ ପ୍ରତିଷ୍ଠା ଦିବସ ଅବସରରେ କାର‌୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି ।
➡️ ଉତ୍ତରକାଶି : ୧୨ ହଜାର ୫୦୦ ଫୁଟ ଉଚ୍ଚ ବରଫାବୃତ୍ତ ପାହାଡ ଉପରେ ଉଡିଲା ୯୫ ଫୁଟ୍ ଲମ୍ବା ତ୍ରିରଙ୍ଗା ପତାକା, ଯୋଦ୍ଧାଙ୍କୁ କରାଗଲା ସମର୍ପିତ ।
➡️ ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀ କ’ଣ କରୋନା ସଂକ୍ରମଣରୁ ସୁରକ୍ଷିତ କି? ଚାଷୀ ଆନ୍ଦୋଳନ ସମୟରେ କୋଭିଡର କ’ଣ ସବୁ ନିୟମ ପାଳନ କରାଯାଉଛି ବୋଲି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
➡️ ନୂଆଦିଲ୍ଲୀ: ଝାଡଖଣ୍ଡ ରାମଗଢ ଜିଲ୍ଲାରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ସେଠାରେ ପୋଲିସ ନିଜ ଗାଡି ପଛରେ ଷ୍ଟ୍ରେଚର ଉପରେ ଏକ ମୃତ ଶରୀର ବାନ୍ଧି ଥାନାକୁ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ବାସ୍ତବରେ, ମାଣ୍ଡୁ ଥାନା ପ୍ରଭାରୀ ଶଶି ପ୍ରକାଶଙ୍କୁ ରାତି ପ୍ରାୟ ୧୨ଟାରେ ଫୋନରେ ସୂଚନା ମିଳିଥିଲା ଯେ, ବଲସଗରା ନିକଟରେ ଏକ ଦୁର୍ଘଟଣା ଘଟିଛି ।
➡️ ଭୁବନେଶ୍ୱର : ମଦୁଆ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ମଦ ପିଇବା ପାଇଁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । କରୋନା ମହାମାରୀ ହେତୁ ପାଖାପାଖି ୯ ମାସ ବନ୍ଦ ରହିବା ପରେ ରାଜ୍ୟ ରେ ଖୋଲିବାକୁ ଯାଉଛି ବାର। ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ସରକାର ।
➡️ ଭାରତ ତିଆରି କରୁଛି କରୋନା କିଲର ନାଜାଲ ସ୍ପ୍ରେ, ଟିକାଠୁ ବି ଅଧିକ ପ୍ରଭାବଶାଳୀ ? ଓଡିଶାରେ ହେବ ଟ୍ରାଏଲ ।
➡️ ଫିଲ୍ମ ‘ରାଧେ’ରେ ଜ୍ୟାକି ସର୍ଫଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଦିଶା ପାଟାନୀ !
➡️ ଡାକ୍ତରୀ-ଇଞ୍ଜିନିୟରିଂ କଲେଜରେ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ: ପଦ୍ଧତି ତିଆରି ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ।
➡️ ଭୁବନେଶ୍ୱର : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ୭୦୦-୦୦୦-୬୭୦୯ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି।
➡️ ନୂଆଦିଲ୍ଲୀ : ସିରାଜଙ୍କ ଦେଶଭକ୍ତିକୁ ସଲାମ କଲେ କୈଫ, ଜାଫର କହିଲେ ‘କ୍ରିକେଟର ଦର୍ଶକଙ୍କ ପାଇଁ ନୁହେଁ ଦେଶ ପାଇଁ ଖେଳେ’ ।
➡️ ଭୁବନେଶ୍ୱର : ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବ। କୋଭିଡ ଗାଇଡଲାଇନ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସିବେ। ଏଥିପାଇଁ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ବେଶ ଉତ୍ସାହିତ ଅଛନ୍ତି। ସ୍କୁଲ ଖୋଲିବା ଆଗରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଭୁବନେଶ୍ୱରର କେତେକ ସ୍କୁଲ ଯାଇ ସ୍ଥିତି ପରଖିଛନ୍ତି।
➡️ ରାଉରକେଲା : ଦୁର୍ଘଟଣାରେ ମୃତ ଶ୍ରମିକ ମାନଙ୍କୁ ମିଳିଲା କ୍ଷତିପୂରଣ, ଘଟଣାର ହେବ ତଦନ୍ତ ।
➡️ ଭୁବନେଶ୍ୱର :୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ସମ୍ପ୍ରସାରଣ କ୍ଷେତ୍ରରେ ନାଲ୍‍କୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ : ପ୍ରହ୍ଲାଦ ଜୋଶୀ ।
➡️ ନୂଆଦିଲ୍ଲୀ : ଭାରତ ସରକାର ସାରା ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ଟିକାଗୁଡ଼ିକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ଲାଗି ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ।
➡️ ନୂଆଦିଲ୍ଲୀ :ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଗର୍ଜିଲେ ସୋନିଆ, କହିଲେ ରାଜକୋଷ ଭରିବା ପାଇଁ ବିପଦକୁ ଅବସରରେ ପରିଣତ କରିଛନ୍ତି ମୋଦି ସରକାର ।
➡️ ସ୍ୱାଭିମାନ ଅଞ୍ଚଳରେ ନିମ୍ନ ମାନର ରାସ୍ତାକାମ । ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ରାସ୍ତା କାମରେ ବ୍ୟବହୃତ ବାଲି ଗୋଡି ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଂଚଳବାସୀ ।
➡️ ନୂଆଦିଲ୍ଲୀ: ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରିବାର ମୂହୁର୍ତ୍ତ ବହୁତ କମ୍ ଦେଖିବାକୁ ମିଳେ। ଏହାକୁ କ୍ରିକେଟ ପ୍ରଶଂସକ ସହଜରେ ଭୁଲି ନ ଥାନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ବିଶ୍ୱକପ୍‌ରେ ଏହି କମାଲ କରିଦେଖାଇଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ମଧ୍ୟ ଟି୨୦ ବିଶ୍ୱକପ୍‌ରେ ଏହି ସଫଳତା ହାସଲ କରିଥିଲେ ।
➡️ ବାଲେଶ୍ବର: ବିଜୁ ପକ୍କା ଘର କରାଇ ଦେବା ଲାଗି ଲାଞ୍ଚ ନେଉଥିଲେ ୧୦ ହଜାର ଟଙ୍କା, ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍ ।
➡️ ନୂଆଦିଲ୍ଲୀ : ଦେଶରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିବା ସହ ଭାରତ କୋଭିଡ୍‍ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ସ୍ତମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କ ସଂଖ୍ୟା ଗୁରୁବାର ୧ କୋଟି ୧୬ ହଜାରକୁ ଅତିକ୍ରମ କରିଯାଇଛି ।
➡️ ଖୋଲିଲା ମୟୂରଭଞ୍ଜ ରାଜ ପ୍ରାସାଦ । ଜିଲ୍ଲା ପର୍ଯ୍ୟଟନର ବିକାଶ ପାଇଁ ପ୍ରାସାଦ ଖୋଲିଦେଲେ ରାଜପରିବାର ।
➡️ ନୂଆଦିଲ୍ଲୀ: ଆସନ୍ତା ଜୁଲାଇ୩,୨୦୨୧ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ । ଏହି ପରୀକ୍ଷାକୁ ଚଳିତ ଥର ଆଇଆଇଟି ଖଡଗପୁର ପରିଚାଳନା କରିବେ ବୋଲି ସୂଚନା ମିଳିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ । ଏହା ସହିତ ଶିକ୍ଷା ମନ୍ତ୍ରୀ ବିଭିନ୍ନ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ ପ୍ରକ୍ରିୟା ଏବଂ ଯୋଗ୍ୟତା ସହ ଜଡିତ ସୂଚନା ମଧ୍ୟ ବାଣ୍ଟିଛନ୍ତି ।
➡️ ନୂଆଦିଲ୍ଲୀ :କରୋନା ସଚେତନତା କଲର ଟ୍ୟୁନକୁ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ।
➡️ ନୂଆଦିଲ୍ଲୀ : ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।
➡️ ୨୫ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ତୃତୀୟ ପର‌୍ୟ୍ୟାୟ ପରୀକ୍ଷା ହେବ ଭାରତ ବାୟୋଟେକ୍ କୋଭିଡ଼ ଟୀକା କୋଭାକ୍ସିନ ।
➡️ ବ୍ରହ୍ମପୁରରେ ବିମାନବନ୍ଦର ଏବଂ ନୟାଗଡ଼-ଗୋପାଳପୁର ରେଳପଥ ପାଇଁ ଦାବୀ ।
➡️ ଖୁବ୍ ଶୀଘ୍ର ଦେଶରେ ନାକରେ ଦିଆଯାଇପାରୁଥିବା ଟିକାର ପରୀକ୍ଷା ଆରମ୍ଭ କରିବ ଭାରତ ବାୟୋଟେକ।

 

ଶୁଭ ସନ୍ଧ୍ୟା , ବନ୍ଧୁଗଣ ?

Leave A Reply

Your email address will not be published.