ଅଗଷ୍ଟ ମାସ ୦୧ ତାରିଖ ୨୦୨୫ ମସିହା (ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ,
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୪/୦୦ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୨,ଯୋଗିନୀ ଐଶାନ୍ୟେ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ୧୦/୧୩ ମଧ୍ୟେ ଓ ଘ୦୩/୫୦ ଗତେ ଘ୦୬/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୧/୦୭ ଗତେ ଘ୧୧/୫୫ ମଧ୍ୟେ,ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ।
ମେଷ-ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ।ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ।ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।କର୍ମକ୍ଷେତ୍ରରେ ଉଚ୍ଚ ସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।
ବୃଷ-ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ।ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ।ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ-ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀକରି ଲାଭମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ।ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ।
ସିଂହ-ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ। ଦୁଃସମ୍ବାଦ ମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ।
କନ୍ୟା-ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ।ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନାପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା-ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁନାହିଁ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ।ବ୍ୟାପାରରେ ହାନି ହୋଇପାରେ।ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁନାହିଁ।
ବିଛା-ଆଜି ନିଜ ବନ୍ଧୁପରିଜନଠାରୁ ଉପହାର ମିଳିପାରେ।କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ।କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜକାମ ସଫଳହେବ।ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ।
ଧନୁ-ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ। ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ।କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ।ବ୍ୟାପାରରେ ଦିନଟି ମଧ୍ୟମ ରହିବ।ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ।
ମକର-ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ ।ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ।ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ।ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ।
କୁମ୍ଭ-ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ।କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ।ବ୍ୟାପାରରେ ନିବେଶ ଶୁଭ ରହିବ।ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ।
ମୀନ-ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ।ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁନାହିଁ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।ବ୍ୟାପାରରେ ବାଧା ଆସିପାରେ।ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ।

ଖଟତଳେ ଭୁଲରେ ବି ରଖନ୍ତୁନାହିଁ ଏହି ଜିନିଷ,ନଚେତ ହେବ ସର୍ବନାଶ
ବାସ୍ତୁଶାସ୍ତ୍ର ହେଉଛି ଏକ ଏପରି ବିଷୟ ଯାହା ଘରେଥିବା ସମସ୍ତ ନକରାତ୍ମକଶକ୍ତିକୁ ଦୂର କରିଥାଏ ଓ ଘରେ ସକାରାତ୍ମକଶକ୍ତିକୁ ବଢାଇଥାଏ ।ଗୃହରେ ସୁଖସମୃଦ୍ଧିକୁ ବଢାଇବାପାଇଁ ଏକ ସକାରାତ୍ମକ ପରିବେଶ ନିହାତିଆବଶ୍ୟକ ।ଯଦି ଆପଣଙ୍କଘରର କିଛି ଜିନିଷ ବାସ୍ତୁରନିୟମ ଅନୁସାରେ ନାହିଁ ତା ହେଲେ ଆପଣଙ୍କଘରେ ନକରାତ୍ମକଶକ୍ତି ବଢିବାସହିତ ପରିବାର ବିନାଶଦିଗକୁ ଅଗ୍ରସର ହୋଇଥାଏ ।ଆଜି ଆମେ ଜାଣିବା ଖଟ ବା ବିଛଣାସହ ଜଡିତ ବାସ୍ତୁଶାସ୍ତ୍ର ବିଷୟରେ…
ଆପଣ ଯେଉଁଠାରେ ନିଦ୍ରାଗ୍ରସ୍ତ ହେଉଛନ୍ତି ସେହିସ୍ଥାନରେ କିଛି ବିଶେଷଜିନିଷ ରଖିବା ଉଚିତ ହୋଇ ନଥାଏ । ଯଦି ଆପଣ ଏପରି କରିବେ ତାହେଲେ ସମସ୍ତ ନକରାତ୍ମକଊର୍ଜା ଆପଣଙ୍କ ଶରୀର ମଧ୍ୟକୁ ଯାଇଥାଏ ଏବଂ ଆପଣଙ୍କ ଘରେ ଖରାପ ଓ ଭୁଲକାର୍ୟ୍ୟଗୁଡିକ ହୋଇଥାଏ ।ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉନ୍ନତି ଓ ଶାନ୍ତି ଉପରେ ପଡିଥାଏ ।ତେଣୁ ଆପଣ ମାନେ ନିଜ ଶୋଇବାବିଛଣାରେ ଭୁଲସେ ମଧ୍ୟ ଏହିସବୁ ଜିନିଷ ଗୁଡିକୁ ରଖନ୍ତୁନାହିଁ । ତାହେଲେ ଜାଣିବା ଏହା ବିଷୟରେ…
୧.ପଲଙ୍କତଳେ ଜୋତା ବା ଚପଲ ରଖିବା ଉଚିତନୁହେଁ ।କିଛି ଲୋକ ନିଜର ଅବହେଳା କାରଣରୁ ଏହି ଭୁଲ କରିଥାନ୍ତି । ଯଦି ଆପଣ ଏହି ଭୁଲ କରୁଛନ୍ତି ତାହେଲେ ଶୀଘ୍ର ନିଜର ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ ।କାରଣ ଜୋତା ବା ଚପଲରେ ବହୁତ ନକରାତ୍ମକଶକ୍ତି ରହିଥାଏ ।ଏହାକୁ ଖଟତଳେ ରଖିବାଦ୍ଵାରା ଏଥିରେ ଥିବା ନକରାତ୍ମକଉର୍ଜ ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରିଥାଏ ।ଏହା ଆଗକୁଯାଇ ଆପଣଙ୍କ ବିନାଶର କାରଣ ମଧ୍ୟ ହୋଇଥାଏ ।
୨.ବହୁତଲୋକ ନିଜ ଖଟପାଖରେ ପାପୋଛା ରଖିଥାନ୍ତି କାରଣ ସେମାନେ ନିଜପାଦକୁ ପୋଛିବା ପରେ ବିଛଣାଉପରକୁ ଯିବାପାଇଁ ଇଛାକରିଥାନ୍ତି ।ହେଲେ ଲୋକମାନଙ୍କୁ ଏହିକଥାର ଧ୍ୟାନ ନିହାତିରଖିବା ଉଚିତଯେ, ଯେପରି ସେହି ପାପୋଛା ଖଟତଳକୁ ନଯିବ । ଖଟତଳେ ପାପୋଛା ରହିବା ଦ୍ଵାରା ଘରମଧ୍ୟରେ ବହୁତ ନକରାତ୍ମକଶକ୍ତିର ପ୍ରଭାବ ବଢିଥାଏ ଯାହା ଆପଣଙ୍କ ବିନାଶର କାରଣ ହୋଇପାରେ ।ତେଣୁ ଆପଣମାନେ ଏଭଳି ଭୁଲ କରନ୍ତୁନାହିଁ ।
୩.ଆପଣ ଯେଉଁ ସ୍ଥାନରେ ସୋଉଛନ୍ତି ସେହିସ୍ଥାନରେ ବା ବିଛଣାରେ ଫାଟନଥିବା ଦରକାର । କାରଣ ବାସ୍ତୁଶାସ୍ତ୍ରଅନୁସାରେ ଫାଟ ଥିବାସ୍ଥାନରେ ଶୋଇବାଦ୍ଵାରା ଘରେ ଦାରିଦ୍ରତା ଆସିଥାଏ ।ଏହାବ୍ୟତୀତ ଗୃହରେ ବହୁତଟଙ୍କା ଖର୍ଚ ହୋଇଥାଏ,ଦୁର୍ଘଟଣା ଘଟିଥାଏ ଓ ରୋଗଆଦି ମଧ୍ୟ ହୋଇଥାଏ ।ତେଣୁ ଆପଣମାନେ ଏହିସବୁ ଜିନିଷକୁ ନିଶ୍ଚୟ ଗୁରୁତ୍ଵଦିଅନ୍ତୁ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

