ଜଳିଗଲା ୬ ଗାଡ଼ି, ୪ଦୋକାନ,ଘର

ଭୁବନେଶ୍ୱର,୧୩।୧୨(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।ଏଥିରେ ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।ନିଆଁ ଲାଗିବାର ପକୃତ୍ କାରଣ ଜଣାପଡିନଥିବା ବେଳେ ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି।
ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଥିବା ଚା ଦୋକାନ,ମଥୁରାକେକ୍ ଦୋକାନ , ମକାଦୋକାନ ଓ ଘର ନିଆଁ ଲାଗି ଜଳିଯାଇଛି। ସେହିପରି ଗୋଟିଏ ୪୦୭ ଟ୍ରକ , ବାଲିନୋ କାର , ଗୋଟିଏ ଅଟୋ ଏବଂ ମଡେଲିଙ୍ଗ ଜିପ , ପିକପ ଭ୍ୟାନ , ପାସେଞ୍ଜର ଅଟୋ ନିଆଁ ଲାଗି ପୋଡ଼ି ଯାଇଛି।

- Advertisement -

Leave A Reply

Your email address will not be published.