ମାର୍ଚ୍ଚମାସ ୨୨ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ଚତୁର୍ଥୀ ରାତ୍ରି ଘ୦୯/୧୯ଗତେ ପଞ୍ଚମୀ,ନକ୍ଷତ୍ର-ଦ୍ୱିଜା ରାତ୍ରି ଘ୧୧/୨୧ ଗତେ କୁର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୫/୫୪/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୭,ଯୋଗିନୀ ନୈରୁତେ ରାତ୍ରି ଘ୦୯/୧୯ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୧୧/୨୧ଗତେ ଦ୍ୱିପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୨୪ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୨ ଗତେ ଘ୦୯/୫୫ ମଧ୍ୟେ ଓ ରାତ୍ରି ଘ୦୭/୩୪ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୧/୨୫ ଗତେ ଘ୦୧/୫୭ ମଧ୍ୟେ ଓ ରାତ୍ରି ଘ୦୬/୪୩ଗତେ ଘ୦୭/୩୩ ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗମିଳିବ।ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କଭାବନା ରଚନାତ୍ମକ ରହିବ।ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ।ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀଜିନିଷପତ୍ର କିଣିବାରେ ବ୍ୟସ୍ତ ରହିପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।ଅଫିସରେ କୌଣସି ଖୁସି ଖବର ମିଳିବ।ପ୍ରେମବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜିଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ।ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସିନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି।ସନ୍ତାନଙ୍କପକ୍ଷରୁ ଭଲ ଖବର ପାଇବେ।ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବାପାଇଁ ଯୋଜନା କରିବେ।
କନ୍ୟା:-ଆଜିଦିନଟି ଆପଣଙ୍କଲାଗି ଠିକ୍ଠାକ୍ ରହିବ।ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ।ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି।ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କପାଇଁ ସବୁଦୃଷ୍ଟିରୁ ଭଲରହିବ ।ଖୁବ୍ ମଜା କରିବେ ଓ ଖୁସି ରହିବେ।ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ।ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକକାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ।ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:- ଆପଣ ଅନ୍ୟମାନଙ୍କ ଭାବନାପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କଦ୍ବାରା ପୂରା ହେବ।ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜକାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧିଲାଗି ଦିନଟି ବିଶେଷ ଶୁଭ।ଧନସ˚ପତ୍ତି ବୃଦ୍ଧିହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ।ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:–ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତିସ˚ଚାର ହେବ।ପ୍ରସ୍ତୁତ କରିଥିବା ଯୋଜନାଅନୁସାରେ କାମକରିବେ।ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସିବ୍ୟକ୍ତିସହ ଚୁକ୍ତି କରିପାରନ୍ତି।ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି।କୋର୍ଟକଚେରି ମାମଲାରେ ଚିନ୍ତାବଢ଼ିପାରେ।

ସ୍ୱାଦିଷ୍ଟ ମିଠା ରୁଟି: ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଗୁଡ଼ ଏବଂ ଚଣା ଡାଲିର
ପାରମ୍ପରିକ ଦକ୍ଷିଣ ଭାରତୀୟ ରୋଟି…..
ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ରୁଟି ଖାଇଥାଉ, କିନ୍ତୁ କେବେ ଦକ୍ଷିଣ ଭାରତ, ବିଶେଷ କରି ତାମିଲନାଡୁ ଏବଂ ତେଲେଙ୍ଗାନାର ପାରମ୍ପରିକ ମିଠା ରୁଟି ଖାଇନଥିବା ? ତେବେ ଆଜି ଜାଣିବା ଗୁଡ଼ ଏବଂ ଚଣା ଡାଲିରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରୁଟି ବା ଭକ୍ଷାଲୁ (Bhakshalu) ବନାଇବାର ସହଜ ପ୍ରଣାଳୀ।
ଏହି ମିଠା ରୁଟି ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକାରୀ।ଚଣା ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ଥିବା ବେଳେ ଗୁଡ଼ ଆଇରନ୍ର ଏକ ପ୍ରମୁଖ ଉତ୍ସ ଅଟେ। ତେଣୁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପାରମ୍ପରିକ ଖାଦ୍ୟକୁ ବହୁତ ପସନ୍ଦ କରିଥାନ୍ତି। ଆଜି ଜାଣିବା ଏହାକୁ ପ୍ରସ୍ତୁତ କରିବାର ସମ୍ପୂର୍ଣ୍ଣ ପ୍ରଣାଳୀ।ଆବଶ୍ୟକୀୟ ସାମଗ୍ରୀ- (Ingredients)ଏହି ସ୍ୱାଦିଷ୍ଟ ମିଠା ରୁଟି ପ୍ରସ୍ତୁତ କରିବା ପାଇଁ ନିମ୍ନଲିଖିତ ସାମଗ୍ରୀଗୁଡ଼ିକ ଦରକାର:-
୧ କପ୍ ଚଣାଡାଲି (ଭଲଭାବରେ ଧୋଇ କିଛି ସମୟ ବତୁରାଇ ଦିଅନ୍ତୁ)
୧ କପ୍ ଗୁଡ଼ (ଛୋଟଛୋଟ ଖଣ୍ଡ କରାଯାଇଥିବା)
୨ କପ୍ ଅଟା କିମ୍ବା ମଇଦା
୧ ଚାମଚ ଅଳେଇଚଗୁଣ୍ଡ,ଅଧା କପ୍ ଘିଅ (ରୁଟି ସେକିବାପାଇଁ)ସାମାନ୍ୟଲୁଣ ଏବଂ ପାଣି ପ୍ରସ୍ତୁତି ପ୍ରଣାଳୀ (Step-by-Step Method)
୧.ଅଟା ଚକଟିବା:-ପ୍ରଥମେ ଏକ ପାତ୍ରରେ ୨କପ୍ ଅଟା ନିଅନ୍ତୁ। ସେଥିରେ ସାମାନ୍ୟଲୁଣ ଏବଂ ଟିକିଏ ଘିଅପକାଇ ଅଳ୍ପଅଳ୍ପ ପାଣି ଦେଇ ଏକ ନରମ ଡୋ (Dough) ପ୍ରସ୍ତୁତ କରନ୍ତୁ। ଏହାକୁ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖିଦିଅନ୍ତୁ।
୨.ଷ୍ଟଫିଙ୍ଗ୍ ବା ପୁର ପ୍ରସ୍ତୁତ କରିବା:- ବତୁରା ଯାଇଥିବା ଚଣା ଡାଲିକୁ ପ୍ରେସର୍ କୁକରରେ ସିଝାଇ ଦିଅନ୍ତୁ ଯେପରି ଏହା ନରମ ହୋଇଯିବ, କିନ୍ତୁ ଅଧିକ ତରଳିବ ନାହିଁ। ସିଝିବା ପରେ ଅତିରିକ୍ତ ପାଣି ବାହାର କରିଦିଅନ୍ତୁ।ଏବେ ଏକ କଡ଼େଇ ରେ ସିଝା ଚଣାଡାଲି ଏବଂ ୧କପ୍ ଗୁଡ଼ ପକାଇ ଧୀମା ଆଞ୍ଚରେ ରାନ୍ଧନ୍ତୁ। ଗୁଡ଼ ସମ୍ପୂର୍ଣ୍ଣ ମିଳାଇଯାଇ ମିଶ୍ରଣଟି ଶୁଖିଲା ହେବା ପର୍ଯ୍ୟନ୍ତ ଗୋଳାନ୍ତୁ। ଶେଷରେ ଏଥିରେ ଅଳେଇଚଗୁଣ୍ଡ ମିଶାଇ ଗ୍ୟାସ୍ ବନ୍ଦ କରନ୍ତୁ ଏବଂ ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ।
୩.ରୁଟି ବେଲିବା:-ପୁର ଥଣ୍ଡା ହୋଇଗଲା ପରେ ସେଥିରୁ ଛୋଟଛୋଟ ଗୋଲା ପ୍ରସ୍ତୁତ କରନ୍ତୁ। ଏବେ ଚକଟା ଯାଇଥିବା ଅଟାରୁ ଏକ ଗୋଲାନେଇ ତାହା ମଧ୍ୟରେ ଡାଲି ଏବଂ ଗୁଡ଼ର ପୁରଭରି ଭଲ ଭାବରେ ବନ୍ଦ କରନ୍ତୁ। ଏହା ଉପରେ ସାମାନ୍ୟ ଶୁଖିଲାଅଟା ଛିଞ୍ଚି ହାଲୁକା ହାତରେ ଏକ ଗୋଲାକାର ରୁଟି ବେଲି ଦିଅନ୍ତୁ।
୪.ରୁଟି ସେକିବା:-ଏବେ ଗ୍ୟାସ୍ରେ ଏକ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ବେଲା ଯାଇଥିବା ରୁଟିକୁ ସେଥିରେ ପକାନ୍ତୁ।ଉଭୟ ପାର୍ଶ୍ୱରେ ଘିଅଲଗାଇ ରୁଟିକୁ ହାଲୁକା ବାଦାମୀରଙ୍ଗ ହେବା ପର୍ଯ୍ୟନ୍ତ ସେକନ୍ତୁ।
ବର୍ତ୍ତମାନ ଆପଣଙ୍କର ଗରମା ଗରମ ଦକ୍ଷିଣ ଭାରତୀୟ ଷ୍ଟାଇଲ୍ ମିଠାରୁଟି ବା ଭକ୍ଷାଲୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାକୁ ଆପଣ ଘିଅ କିମ୍ବା କ୍ଷୀର ସହିତ ପରିବେଷଣ କରିପାରିବେ। ଏହି ସ୍ୱାଦିଷ୍ଟ ରେସିପିକୁ ନିଜ ପରିବାର ଲୋକଙ୍କ ସହିତ ଥରେ ନିଶ୍ଚୟ ଚେଷ୍ଟା କରନ୍ତୁ।।ଜୟ ଜଗନ୍ନାଥ ଜୟସୋମନାଥ,ଜୟ ମାଯୋଗମାୟା।।
Prev Post
