ଆଜିର ରାଶିଫଳ

ଘରେ ତୁଳସୀ ଗଛ ଲଗାଇବା କାହିଁକି?

ମାର୍ଚ୍ଚମାସ ୨୦ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ଦ୍ୱିତୀୟା ରାତ୍ରିଘ୦୨/୦୬ଗତେ ତୃତୀୟା,ନକ୍ଷତ୍ର-ରେବତୀ ରାତ୍ରି ଘ୦୩/୦୦ଗତେ ଅଶ୍ୱିନୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୫/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୪/୧୭,ଯୋଗିନୀ ଉତ୍ତରେ ରାତ୍ରି ଘ୦୦୨/୨୬ଗତେ ଅଗ୍ନିକୋଣେ,ଧନୁ ରାଶିରଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଦ୍ୱିତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୨/୨୬ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୦୮/୫୫ଗତେ ଘ୧୧/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ମଧ୍ୟେ ଓ ଘ୦୪/୨୫ଗତେ ଘ୦୫/୫୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୭/୨୭ଗତେ ଘ୦୮/୫୪ମଧ୍ୟେ ଓ ଘ୧୧/୫୭ଗତେ ଘ୦୧/୨୭ମଧ୍ୟେ,ଅଦ୍ୟ ବୋଇତି କଖାରୁ ଭକ୍ଷଣ ନିଷେଧ।
ମେଷ👉ଆଜି ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ।ବେୟ ଅଧିକହେଲେ ମଧ୍ୟ କାମରେ ସଫଳତାମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ।ନିର୍ମାଣାଧୀନକାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ।ଯାତ୍ରା,ପ୍ରଶାସନ,ବାଣିଜ୍ୟ, ବ୍ୟବସାୟକ୍ଷେତ୍ର ମନ୍ଦ ହେବନି।
ବୃଷ👉ରାଶିରେ ଉଚ୍ଚସ୍ଥ ଚନ୍ଦ୍ରପ୍ରଭାବରୁ ମନ ପ୍ରଫୁଲ୍ଲରହିବ।ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସାପାଇବେ।ଏକ ନୂତନ ପରିବେଶମଧ୍ୟରେ ମିତ୍ରତାବନ୍ଧନରେ ଆବଦ୍ଧ ହେବେ।କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ।ସାହିତ୍ୟଚର୍ଚ୍ଚା,ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।
ମିଥୁନ👉ଆଜି ଅଧିକ ବ୍ୟୟହେବ।ଯାହା ଖୋଜୁଥିବେ ତାହା ପାଇବେନାହିଁ, ବରଂ ଖର୍ଚ୍ଚାନ୍ତହେବେ।ଆନୁଷ୍ଠାନିକ କାମରେ,ବ୍ୟବସାୟିକ ସ୍ଥିତିରେ,ସଭା ସମିତିରେ ସୁବିଧାସୁଯୋଗ ଲାଭକରିବେ।ସାଧାରଣ କଥାରେ ଯୁକ୍ତିତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି।ଦୂରସ୍ଥାନକୁ ଯାତ୍ରାକରିବାକୁ ପଡ଼ିପାରେ।
କର୍କଟ👉ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ।ବହୁତଦିନରୁ ରହି ଆସିଥିବା ବକେୟାଅର୍ଥ ଆଦାୟକରିବାରେ ସକ୍ଷମ ହେବେ।କେତେକ ଘରୋଇକାରଣକୁ ନେଇ ଅଶାନ୍ତରହିବେ।
ସି˚ହ👉ଆଜି କୌଣସିସ୍ଥାନକୁ ଯିବାସମୟରେ ନିଜ ଜିନିଷପତ୍ରପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କଯୋଗୁ ପାରିବାରିକଜୀବନରେ ଉଚିତ ବୁଝାମଣା ହେବ।ଚାକିରିକ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା-ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳବିଶ୍ୱାସ କରି ଠକାମିରେ ପଡ଼ିବେ।ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ,ଧାତୁଅଳଙ୍କାର,ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।ଯାତ୍ରା ଓ ପରିବହନପାଇଁ ଦିନଟି ଭଲ।
ତୁଳା👉ଆଜି ଖରାପ୍ ଗ୍ରହଙ୍କପ୍ରଭାବରେ ଘରେ ସାଧାରଣକଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କରହିବା ଭଲ ହେବ।କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା👉ଆଜି ଅଯଥାଗୁଡ଼ାଏ ଚିନ୍ତା ମନକୁ ନଆଣି ନିଜକାମରେ ମନଦେବା ଭଲ ହେବ।ଜ୍ୟେଷ୍ଠାନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି।ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟପାଇବେ।ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ👉ଆଜି ପାପଯୁକ୍ତ ଗୁରୁଜନିତ ସ୍ବାସ୍ଥ୍ୟସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇନପାରେ।ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା,ପ୍ଲଟକାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର👉ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧନେଇ ନୂତନବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି।ରାଜନୀତିକ୍ଷେତ୍ରରେ ଲୋକ ସମ୍ପର୍କବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ।ପ୍ରିୟବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।
କୁମ୍ଭ👉ଆଜି ପୂର୍ବପରି ସବୁକିଛି ଠିକ୍‌ ଥିଲେମଧ୍ୟ ମନରେ ସରସତା ରହିବ ନାହିଁ।ଆର୍ଥିକଅନଟନ,କାର୍ଯ୍ୟହାନି,ବିଭିନ୍ନ ପ୍ରକାରସମସ୍ୟା ମନକୁ ଆନ୍ଦୋଳିତ କରିପାରେ।ଯାହା କହିବାପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେନାହିଁ।କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନ👉ଆଜି ଭାଗ୍ୟସ୍ଥାନପ୍ରତି ଶୁଭଗ୍ରହଙ୍କ ଦୃଷ୍ଟିଯୋଗୁ ସମସ୍ତକାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନଦେବେ।ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତରହୋଇପାରନ୍ତି।ବାଦବିବାଦରେ ଆପୋସ ସମାଧାନ ଘଟିବ।ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁନାହିଁ।

ଘରେ ତୁଳସୀ ଗଛ ଲଗାଇବା କାହିଁକି?
ହିନ୍ଦୁଧର୍ମରେ ପ୍ରାୟତଃ ବହୁତଲୋକ ତାଙ୍କଘରେ ତୁଳସୀଗଛ ଲଗାଇଥାନ୍ତି ।ଆମେ ତୁଳସୀଗଛର ସଠିକ ଉପଯୋଗୀତା ବିଷୟରେ ଠିକ୍ ଭାବେ ଜାଣିନାହେ।ଆଜି ଜାଣିବା ତୁଳସୀଗଛ ଘରେଲଗାଇଲେ ଏହାର ଧାର୍ମିକ ଓ ବୈଜ୍ଞାନିକ ଉପଯୋଗୀତା।ତୁଳସୀଗଛର ଧାର୍ମିକମହତ୍ଵ:-
୧.ଭବିଷ୍ୟପୁରାଣ ଓ ଗରୁଡପୁରାଣରେ ତୁଳସୀଗଛର ବିଶେଷତ୍ଵ ବିଷୟରେ ଲେଖା ହୋଇଛି।ଯେବେ ଭଗବାନବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ପୂଜାକରାଯାଏ,ସେହି ପୂଜା ତୁଳସୀବିନା ଅଧୁରା ରହିଯାଇଥାଏ।ହନୁମାନଙ୍କୁ ମଧ୍ୟ ତୁଳସୀର ଭୋଗ ଚଢା ଯାଇଥାଏ।କାରଣ ହନୁମାନଙ୍କୁ ତୁଳସୀ ବହୁତ ପସନ୍ଦ ।
୨.ତୁଳସୀପତ୍ର ଓ ଗଙ୍ଗାଜଳକୁ ବାସି କୁହାଯାଏନାହିଁ।ଏହି ଦୁଇଟିଜିନିଷ ବାସି ଓ ଅପବିତ୍ର ହୋଇନଥାନ୍ତି ।
୩.ପୁରାଣହିସାବରେ ଯଦି ଘରେ ତୁଳସୀଗଛ ଲଗାଯିବ ଓ ଏହାରପୂଜା କରାଯିବ ତେବେ ଏହାଦ୍ଵାରା ମଣିଷର ପୂର୍ବଜନ୍ମର ସବୁପାପ ନଷ୍ଟ ହୋଇ ଯାଇଥାଏ ।
ବୈଜ୍ଞାନିକ ମହତ୍ଵ:-
୧ ଯଦି ତୁଳସୀପତ୍ରକୁ ନିୟମିତରୂପେ ସେବନ କରାଯିବ,ତେବେ ଏହା ଦ୍ଵାରା ଶରୀରରେ ହେଉଥିବାଊର୍ଜାର ପ୍ରଭାବ ନିୟନ୍ତ୍ରଣ ହୋଇଥାଏ ।
୨.ତୁଳସୀଗଛର ପତ୍ରଦ୍ଵାରା ବହୁତ ସଂକ୍ରମକରୋଗକୁ ଦୂର କରାଯାଇ ପାରିବ ।
୩ ଘରର ଅଗଣାରେ ତୁଳସୀଗଛ ଲଗାଇବେ,ତେବେ ଏହାଦ୍ଵାରା ଆପଣଙ୍କ ଘରର ବାତାବରଣ ବହୁତଭଲ ରହିବ ।
୪.ତୁଳସୀପତ୍ରରେ ଆନ୍ଟିବ୍ୟାକ୍ଟେରିଆଲ,ଆନ୍ଟି ଫଙ୍ଗଲ ଓ ଆନ୍ଟିବାୟୋଟିକ ଗୁଣ ଭରପୁର ହୋଇ ରହିଛି।ଏହା ସଂକ୍ରମକରୋଗ ପାଇଁ ବହୁତଉପଯୋଗୀ ହୋଇଥାଏ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.