ନୂଆପଡାରେ ହୀରାଖଣି ସନ୍ଧାନ

ଭୁବନେଶ୍ୱର,୧୯।୩(ଏସଏସନିଉଜ)ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର ମିଳିଛି। ନୂଆପଡା କାଲମିଦାଦରରେ ହୀରାପଥର ଥିବାର ଚିହ୍ନଟ ହୋଇଛି।ଜୁନାଗଡ ହିଞ୍ଜିଳିବାହାଲ- ଜିଲିଙ୍ଗିବାରରେ ମାଣିକ ଥିବାବେଳେଏବେ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନି।ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ତମ୍ବାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି। ମୟୂରଭଞ୍ଜ କୁଳିଅଣା ମଦନାସାହି-କାଞ୍ଜିଆରେ ତମ୍ବାପଥର ସହ ସୁନା ଥିବାର ଆକଳନ ହୋଇଛି।ବଂଶପାଳ ଗୋପୁର-ଜଳଡ଼ିହିରେ ସୁନାପଥରର ସନ୍ଧାନ ମିଳିଛି ବୋଲି ଗୃହରେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଲିଖିତ ଉତ୍ତରରେ ଜଣାଇଛନ୍ତି।

- Advertisement -

Leave A Reply

Your email address will not be published.