ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇ ମାସ ୨୮ ତାରିଖ ରବିବାର।ଅଦ୍ୟ ଦକ୍ଷ ସାବର୍ଣ୍ଣି ମନ୍ବାଦି ସ୍ନାନଦାନ ଦିବସ।ସୁର୍ଯ୍ୟୋଦୟ- ଘ୫/୨୪/୪୩ ,ସୂର୍ଯ୍ୟାସ୍ତ- ଘ୬/୨୧/୨୩ ,ଶ୍ରାବଣ ମାସ ,କୃଷ୍ଣ ପକ୍ଷ ,ଆଦିତ୍ୟ ବାସ ,ତିଥି- ଅଷ୍ଟମୀ ରାତ୍ରି ଘ୭/୪୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବା ଘ୧୨/୩୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୭/୪୩ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ମେଷ ରାଶିର ଘାତଚନ୍ଦ୍ର।ଘାତ ବାର–ମେଷ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୨/୩୮ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ନାରିକେଳ (ନଡ଼ିଆ) ଏବଂ ରାତ୍ରି ଘ୭/୪୩ମି ପରେ ଅଲାବୁ (ଲାଉ) ଭକ୍ଷଣ ନିଷେଧ।ଅଶୁଭ ବେଳା— (ବାର ଓ କାଳବେଳା) ଦିବା ଘ୧୦/୧୫ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧/୧୯ମି ରୁ ଘ୨/୪୭ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତ ବେଳା) ଦିବା ଘ୭/୩ମି ରୁ ଘ୧୦/୫୫ମି ମଧ୍ୟେ, ରାତ୍ରି ଘ୭/୫୫ମି ରୁ ଘ୯/୩୧ମି ପର୍ଯ୍ୟନ୍ତ ।ମାହେନ୍ଦ୍ର ବେଳା- ସୂର୍ଯ୍ୟୋଦୟ ରୁ ଦିବା ଘ୬/୧୫ମି ମଧ୍ୟେ, ଘ୧/୨୭ମି ରୁ ଘ୨/୧୫ମି ମଧ୍ୟେ, ରାତ୍ରି ଘ୭/୭ମି ରୁ ଘ୭/୫୫ମି ମଧ୍ୟେ, ଘ୧୨/୪୩ମି ରୁ ଘ୩/୧୫ମି ପର୍ଯ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୧୨/୩୮ମି ଗତେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବେଶ୍ୟା। ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ ଓ ତଣ୍ଡୁଳ ଦାନ କରଣୀୟ। ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୧୨/୩୮ମି ମଧ୍ୟେ ୧ ନକ୍ଷତ୍ରେ ଦେବତାଗଠନ, ନାମକରଣ, ନିଷ୍କ୍ରାମଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଔଷଧସେବନ, ବାଣିଜ୍ୟକରଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ରାଜଦର୍ଶନ। ଆଜିର ରାଶିଫ
🐏ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
👩❤️👨ମିଥୁନ-ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
🦀କର୍କଟ-ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
🦁ସିଂହ👉ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
🙎♀️କନ୍ୟା-ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
⚖️ତୁଳା👉ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
🦂ବିଛା-ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
🏹ଧନୁ-ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
🐊ମକର-କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
🏺କୁମ୍ଭ-ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
🐟ମୀନ-ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ଅଗଷ୍ଟମାସରେ ଏହି ରାଶିଙ୍କ ଉପର ପଡ଼ିବ ଶନିଙ୍କ ପ୍ରଭାବ ଭୁଲରେ କରନ୍ତୁନି ଏହି ସବୁକାମ….
ଦେବଙ୍କକ୍ରୋଧ ସମସ୍ତେଜାଣନ୍ତି।ଭଗବାନଶିବ ମଧ୍ୟ ତାଙ୍କଦୃଷ୍ଟିରୁ ରକ୍ଷା ପାଇପାରିନଥିଲେ।ସେଥିପାଇଁ ସମସ୍ତେ ଶନିଦେବଙ୍କ କ୍ରୋଧକୁ ଭୟ କରନ୍ତି ଏବଂ ଏହାକୁ ଏଡାଇବାପାଇଁ ଉପାୟକରନ୍ତି।ଏଥିମଧ୍ୟରେ ଅଗଷ୍ଟମାସ ଆରମ୍ଭହେବାକୁ ଯାଉଛି।ଏହିମାସରେ କିଛିରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କର ଦୃଷ୍ଟି ପଡିବ।ଆସନ୍ତୁଜାଣିବା ସେହି ରାଶିଗୁଡିକ ବିଷୟରେ…
ସିଂହ:-ଅଗଷ୍ଟମାସରେ ସିଂହରାଶିର ବ୍ୟକ୍ତିଙ୍କୁ ବିଶେଷ ସତର୍କରହିବାକୁ ପଡିବ।କାରଣ ଶନିଦେବ ରାହୁଙ୍କ ସହ ସଂଯୋଗ କରୁଛନ୍ତି, ଯେଉଁ କାରଣରୁ ପରିବାରରେ କିଛି ସମସ୍ୟା ଉପୁଜିପାରେ।ଆପଣଙ୍କସାଥୀଙ୍କ ସହ ମତଭେଦହେବାର ଯୋଗରହିଛି।ମାନସିକଚିନ୍ତା ବଢିପାରେ। ଅଗଷ୍ଟ୨୧ପରେ ସ୍ଥିତି ପରିବର୍ତ୍ତନହୋଇପାରେ।ଏହାବ୍ୟତୀତ ବୁଧଶୁକ୍ରଙ୍କଠାରୁ ଲକ୍ଷ୍ମୀନାରାୟଣଯୋଗ ସୃଷ୍ଟିହେଉଛି।ଯାହାଦ୍ୱାରା କାର୍ଯ୍ୟରେ ସଫଳତାପ୍ରାପ୍ତ କରିବେ।ଆୟ ବୃଦ୍ଧି ହେବ।
ମକ ର:-ଶନିଦେବ ଆପଣଙ୍କ ଷଷ୍ଠ ଏବଂ ଦଶମଘରେ ନବମ-ପଞ୍ଚମ ରାଜଯୋଗ ସୃଷ୍ଟିକରୁଛନ୍ତି।କିନ୍ତୁ ଏହିରାଜଯୋଗର ଲାଭ ଉଠାଇବାକୁ କିଛି ଜିନିଷପ୍ରତି ଧ୍ୟାନଦେବାକୁ ପଡିବ।ଅଗଷ୍ଟମାସରେ ରାହୁଙ୍କ ପଞ୍ଚମଦୃଷ୍ଟି ମଧ୍ୟ ପଡୁଛି।ଯଦି ଆପଣ ନିଜଜୀବନସାଥିକୁ ଧୋକାଦିଅନ୍ତି କିମ୍ବା ଅପମାନକରନ୍ତି ତେବେ ଶନିଦେବ ଆପଣଙ୍କୁ ଦଣ୍ଡଦେବାକୁ ଡେରି କରିବେନାହିଁ।ଏଥିସହିତ ଶନିଙ୍କ ସପ୍ତମଦୃଷ୍ଟି ମଧ୍ୟ ଆପଣଙ୍କଉପରେ ରହିଛି। ତେଣୁ ଜୀବନସାଥି ଏବଂ ବିଜନେସ୍ ପାର୍ଟନର ସହ ଭଲ ବ୍ୟବହାର କରନ୍ତୁ।
କୁମ୍ଭ:-ଶନିଦେବ ଆପଣଙ୍କରାଶିରେ ହିଁ ଗୋଚରକରୁଛନ୍ତି।ଅଗଷ୍ଟମାସ ଆପଣଙ୍କପାଇଁ ବିଶେଷରହିବ।ଆପଣଙ୍କ ଷଷ୍ଠଘରେ ଷଡାଷ୍ଟକଦୋଷ ଗଠନକରିଛନ୍ତି।ତେଣୁ ନିଜକ୍ରୋଧକୁ ନିୟନ୍ତ୍ରଣରେରଖନ୍ତୁ ନଚେତ୍ ସମସ୍ୟାରେ ପଡିପାରନ୍ତି।ଅଗଷ୍ଟମାସରେ ଧନସମ୍ବନ୍ଧୀୟ ସମସ୍ୟା ହୋଇପାରେ।ଜୀବନସାଥିର ସହଯୋଗ ମିଳିବ ।କର୍ମଜୀବିମାନଙ୍କୁ ନିଜକାମକୁ ସଠିକ୍ ସମୟରେ ଶେଷକରିବାରେ ସମସ୍ୟା ହେବ।

- Advertisement -

Leave A Reply

Your email address will not be published.