ଆଜିର ରାଶିଫଳ

ଏପ୍ରିଲ ମାସ ୧୮ ତାରିଖ ୨୦୨୬ ମସିହା (ଶନିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୦୨/୦୬ ଗତେ ଦ୍ୱିତୀୟା,ନକ୍ଷତ୍ର- ଅଶ୍ୱିନୀ ଦିବା ଘ୧୦/୧୨ ଗତେ ଦ୍ୱିଜା,ସୁର୍ୟୋଦୟ-ପ୍ରାତଃଘ୦୫/୩୨/୧୬,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୩,ଯୋଗିନୀ ପୂର୍ବେ ଦିବା ଘ୦୨/୦୬ ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,
ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱିତୀୟାର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ଘ୦୨/୦୬ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୦୬ମଧ୍ୟେ ଓ ଦିବା ଘ୦୪/୨୭ ଗତେ ଘ୦୬/୦୩ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୯/୩୨ ଗତେ ଘ୧୨/୪୫ମଧ୍ୟେ ଓ ରାତ୍ରି ଘ୮/୨୬ ଗତେ ଘ୧୦/୫୩ ମଧ୍ୟେ ଓ ରାତ୍ରି ଘ୧୨/୨୭ ଗତେ ଘ୦୨/୦୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପାଣିକଖାରୁ ଦିବା ଘ୦୨/୦୬ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ,
ମେଷ👉ଆଜି କିଛି ପୁରୁଣା ବକେୟାଅର୍ଥ ପାଇବେ ।ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।ଶାରୀରିକ ଓ ମାନସିକଭାବେ ସୁସ୍ଥ ରହିବେ।କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟପାଇଁ ଦୂରଯାତ୍ରା କରିବାକୁ ପଡିପାରେ ।ବ୍ୟାପାରରେ ନୂତନଯୋଜନା ଲାଭଦାୟୀ ରହିବ। ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ👉ଆଜି ଆପଣଙ୍କମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ,ନିଜ ବାଣୀଦ୍ୱାରା ମନ୍ତ୍ରମୁଗ୍ଧକରି ନୂତନସମ୍ପର୍କ ଗଢିବାରେ ସହାୟ ହେବ। କାର୍ଯ୍ୟସ୍ଥଳୀ ରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ।ବ୍ୟାପାର ଲାଭଦାୟକ ରହିବ।ପରିବାରରେ ଅତିଥିଚର୍ଚ୍ଚାରେ ବ୍ୟସ୍ତ ରହିବେ।
ମିଥୁନ👉ଆଜି ଅଯଥାଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ।ସାହିତ୍ୟ,କଳାକ୍ଷେତ୍ରରେ ସୁନାମ ଅର୍ଜନ କରିବେ।କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥାକହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ।ବ୍ୟାପାର ମଧ୍ୟମ ରହିବ।ପରିବାରରେ ବିବାଦୀୟପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ👉ଆଜିଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ।ଆର୍ଥିକଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ।ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ।କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ।ବ୍ୟାପାରରେ ନୂତନନିବେଶ ଶୁଭ ରହିବ ।
ସିଂହ👉ଆଜି ବ୍ୟୟବୃଦ୍ଧି ହେବ।ଚକ୍ଷୁ ପୀଡା ଦେଖାଦେବ।ନିଜ ସମ୍ପର୍କୀୟ ମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ ।କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ।ବ୍ୟାପାରରେ କ୍ଷତି ସହିପାରନ୍ତି।ପରିବାରରେ କୌଣସି ବୟୋଜ୍ୟେଷ୍ଠବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜିମନକୁ ବ୍ୟଥିତ କରିପାରେ।
କନ୍ୟା👉ଆଜି ସ୍ୱାସ୍ଥ୍ୟରେ ଉନ୍ନତିହେବା ସହ ସୁଖ ଓ ଆନନ୍ଦ ମିଳିପାରେ।ଶୁଭ ସମାଚାର ମିଳିପାରେ।କାର୍ଯ୍ୟକ୍ଷେତ୍ରରେ ମିଠାକଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳହେବେ।ବ୍ୟାପାର ଲାଭଦାୟୀ ରହିବ।ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ।
ତୁଳା👉ଆଜି ଖର୍ଚ୍ଚବୃଦ୍ଧିହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ।ନିଜ ବାକ-ଅସଂଯତା ଯୋଗୁ ଉଗ୍ରପରିସ୍ଥିତି ସୃଷ୍ଟି ହୋଇପାରେ।ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ।କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି,ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ।ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା👉ଆଜି ଉପହାର ମିଳିପାରେ।କୌଣସି ସ୍ତ୍ରୀମିତ୍ର ସାହାଯ୍ୟ କରିବେ।କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ସମ୍ମାନିତ ହେବେ।କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ।ବ୍ୟାପାରରେ ନୂତନଯୋଜନା କରି ସୁଫଳ ମିଳିପାରେ।ପରିବାରରେ ସୁଖରେ ସମୟ କାଟିବେ।
ଧନୁ👉ଆଜି ସବୁକ୍ଷେତ୍ରର ସଫଳତା ପାଇପାରନ୍ତି।ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ।କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନହୋଇପାରନ୍ତି ।ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ।
ମକର👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ।ବିରୋଧୀଙ୍କ ସମାଲୋଚନାଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।ଅଯଥା ଖର୍ଚ୍ଚ ବଢ଼ିଯିବ ।କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶଯାତ୍ରାର ମଉକା ମିଳିପାରେ।ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ।
କୁମ୍ଭ👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ।କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ।ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ।କାର୍ଯ୍ୟସ୍ଥଳୀରେ ଅଧିକକାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ।ବ୍ୟାପାରରେ ଦିନଟି ଅଶୁଭରହିପାରେ।ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ।
ମୀନ👉ଆଜି କୌଣସି ମନୋରଞ୍ଜନପାଇଁ ବାହାରକୁ ଯାଇପାରନ୍ତି ।ଆର୍ଥିକ ଲାଭ ସହ ସାହିତ୍ୟ, କଳାକ୍ଷେତ୍ରରେ ସୁଫଳ ମିଳିପାରେ।ନୂତନ ବସ୍ତ୍ରଭୂଷଣଃ ଲାଭ କରିବ।କାର୍ଯ୍ୟସ୍ଥଳୀରେ ଧିମାକାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ।ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶକରି ଲାଭବାନ ହୋଇପାରନ୍ତି।।

ଓଡ଼ିଆଘରର ମିଠାପରମ୍ପରା,ଖିରି:-
ଖିରି:-ଓଡ଼ିଆ ଘରର ମିଠା ପରମ୍ପରାର ସ୍ୱାଦିଷ୍ଟ କାହାଣୀ,ଓଡ଼ିଶାର ପ୍ରତି ଘର ରୋଷେଇ ସହିତ ଜଡିତ ହୋଇଛି ଖିରିର ନାମ। ଜନ୍ମଦିନ, ପୂଜା-ପର୍ବ, ବିବାହ କି କୌଣସି ଖୁସିର ମୁହୂର୍ତରେ ବିନା ଖିରିରେ ଉତ୍ସବ ଅଧୁରା। ଆମ ପରମ୍ପରାର ନଅ ଗୋଟି ଅମୂଲ୍ୟ ରତ୍ନ-ନଅପ୍ରକାରର ଖିରି, ଯାହା ପ୍ରତ୍ୟେକଟି ନିଜ ଭିତରେ ଗୋଟିଏ ଅଲଗାସ୍ୱାଦ, ସ୍ମୃତି ଓ କାହାଣୀ ବହନ କରୁଛି। ତିନି ପାରମ୍ପରିକ ଚାଉଳଖିରି-ଆମ ମା,ଆଈମାଙ୍କ ହାତର ସେହି ପୁରୁଣାସ୍ୱାଦ। ଅରୁଆଚାଉଳ,ଗାଈକ୍ଷୀର ଆଉ ମିଶ୍ରିର ମିଠାରେ ତିଆରି ଏହି ଖିରି।ଆଉ ମନ୍ଦିର ଭୋଗଠାରୁ ଘରର ପ୍ରସାଦପର୍ଯ୍ୟନ୍ତ ସବୁଠି ରାଜ କରେ।
ତାପାଖରେ ଅଛି ସାବୁଦାନା ଖିରି-ବ୍ରତ,ଉପବାସ ଦିନର ସାଥୀ। ଛୋଟଛୋଟ ମୋତି ପରି ସାବୁଦାନା ଯେତେବେଳେ କ୍ଷୀରରେ ଫୁଟେ, ପେଟ ସହିତ ମନ ବି ଶାନ୍ତ ହୋଇଯାଏ।ତୃତୀୟରେ ଅଛି ଦକ୍ଷିଣ ଓଡ଼ିଶାର ଗର୍ବ ନଡିଆଖିରି।କୋରାନଡିଆ ଓ ଗୁଡ଼ର ମିଶ୍ରଣରେ ଏହାର ବାସ୍ନା ପୁରା ସାହିକୁ ମହକାଇ ଦିଏ।
ସ୍ୱାଦର ବିବିଧତା ଗାଜର ଖିରି ।ଶୀତଦିନର ସୁନେଲି ଉପହାର।ଲାଲ ଗାଜରକୁ ଘିଅରେ ଭାଜିକ୍ଷୀରରେ ସିଝାଇଲେ ଯେଉଁ ରଙ୍ଗ ଓ ସ୍ୱାଦ ଆସେ,ତାକୁ ଭୁଲିହେବନି।ତାପାଖରେ ଅଛି ସମସ୍ତଙ୍କ ପ୍ରିୟ ସେଉଇଆଁ ଖିରି। ଈଦ୍ ହେଉ କି ରଜ, ପାତଳା ସେଉଇଆଁ କ୍ଷୀରରେ ଫୁଟି ଯେତେବେଳେ ଅଳେଇଚ ବାସ୍ନା ଛାଡେ।ରାଜକୀୟ ସ୍ୱାଦ ମଖାନା ଖିରି।ଫୁଲାଫୁଲା ମଖାନା କ୍ଷୀରରେ ପଶି ନରମ ହୋଇଗଲେ ପ୍ରତିଟି ଚାମଚରେ ଲାଗେ ଯେମିତି ଅମୃତ।
ଓଟ୍ସ ଖିରି ଆଧୁନିକତା ଓ ପରମ୍ପରାର ମିଳନ।ଆଜିର ସ୍ୱାସ୍ଥ୍ୟ-ସଚେତନ ପିଢ଼ିର ପସନ୍ଦ।ସ୍ୱାଦ ସହିତ ପୁଷ୍ଟି, ଏଥିରେ ଦୁଇଟିଯାକ ମିଳେ।ମଝିରେ ଅଛି ମହାରାଜା ଫିରନି।ବାସୁମତୀ ଚାଉଳକୁ ବାଟି ଘନକ୍ଷୀରରେ ଧୀରେଧୀରେ ରାନ୍ଧିଲେ ତିଆରିହୁଏ ଏହି ମଖମଲି ମିଠା।ଶେଷରେ ଅଛି ସମସ୍ତଙ୍କୁ ଦିୱାନା କରୁଥିବା ଚକଲେଟ୍ ଖିରି-ପିଲାଙ୍କଠାରୁ ବୁଢାପର୍ଯ୍ୟନ୍ତ ସମସ୍ତଙ୍କମୁହଁରେ ହସ ଫୁଟାଉଥିବା ନୂଆ ଯୁଗର ସ୍ୱାଦ।
ଏହି ନଅ ଖିରି କେବଳ ମିଠାନୁହେଁ,ଏମାନେ ଆମ ସଂସ୍କୃତି। ତାସହିତ
କାଜୁ,କିସମିସ,ପେସ୍ତା,ବାଦାମ ଯେମିତି ଖିରର ସୁନ୍ଦରତା ବଢାଏ, ସେମିତି ଆମ ଜୀବନର ପ୍ରତିଟି ଉତ୍ସବକୁ ମିଠାକରିଦିଏ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.