ଆଜିର ରାଶିଫଳ

ଡାକ୍ତର ଜାଣନ୍ତି, କିନ୍ତୁ କୁହନ୍ତି ନାହିଁ ଏହି ୭ଟି ରହସ୍ୟ....

୧୭-୫-୨୦୨୬(ରବିବାର)ମଳ ମାସ,ଅଦ୍ୟ ବୃଷ ଦି୩ନ, ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦ ଦ୪୧।୧୫ ରାଘ୯ ।୪୪କୃତ୍ତିକା ଦ ୨୪।୪୫ ଦିଘ ୩।୯,ବୃଷଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ବୃଷ ଦ୦/୧୫/୩୦ ଇଂଘ ୫/୧୪/୩୨ ଗତେ ଉଦୟ।ବିଛା ଦ୦/୨୦/୪୨ ଇଂଘ ୬/୧୨/୨୩ ଗତେ ଅସ୍ତ।ଯୋଗିନୀ ପୂର୍ବେ।ରାତ୍ରି ଘ୯ ।୪୪ ଗତେ ଉତ୍ତରେ ।ଯାତ୍ରା ନାସ୍ତି।ଅଦ୍ୟ ଔଷଧି କରଣ ଓ ଭକ୍ଷଣ,ତୈଳରନ୍ଧନ,ବାଣିଜ୍ୟକରଣ, ଋଣଦାନ, ନାମକରଣ।ଗତ ଦିବସ ନକ୍ଷତ ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି।ବିଛା ରାଶିର ଘାତଚନ୍ଦ୍ର।ମେଷରାଶିର ଘାତବାର।ଦିବା ଘ୩।୯ ଗତେ ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରାଭାଦ୍ର, ଅଶ୍ବିନୀ କୃତ୍ତିକା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୬ ଗତେ ଘ୧।୨୦ମଧ୍ୟେ ବାର ଓ କାଳବେଳା ।ରାତ୍ରି ଘ୧।୬ ଗତେ ଘ୨।୨୮ ମଧ୍ୟେ କାଳରାତ୍ରି। ମୃତେ ଦ୍ଵିପାଦଦୋଷ ଫଳଂ କୃଷି ସନ୍ତାନ ହାନି, ଭୂମି ତିଳକାଞ୍ଚନ ଦାନ।ଦିବା ଘ୩।୯ ଗତେ ପାଦଦୋଷ ଫଳଂ କୃଷିହାନି ଭୂମିଦାନ, ରାତ୍ରି ଘ୯।୪୪ ଗତେ ଦ୍ବିପାଦ ଦୋଷ। ଫଳଂ କୃଷି ଓ ପଶୁହାନି । ଭୂମି ଓ ଅନ୍ନଦାନ।ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା। ପ୍ରଥମ ରଜୋଦର୍ଶନେ ଦିବା ଘ୩।୯ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ଫଳଂ ସ୍ତ୍ରୀ ବିଧବା ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ରଦାନ। ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।କୁଷ୍ମାଣ୍ଡ (ପାଣିକଖାରୁ) ରାତ୍ର ଘ୯।୪୪ ଗତେ ବୃହତୀ (ବୋଇତି କଖାରୁ) ଭକ୍ଷଣ ନିଷେଧ ।(ଅମୃତ) -ଦିବା ଘ୬।୫୧ ଗତେ ।ଘ୯।୧୫ ମଧ୍ୟେ ଘ୧୧।୩୯ ଗତେ ଘ୨।୧୩ ମଧ୍ୟେ ରାତ୍ରି ଘ୭।୪୮ମଧ୍ୟେ ଘ୧୧।୧ ଗତେ ଘ୧।୨୫ମଧ୍ୟେ। (ମାହେନ୍ଦ୍ର)- ଦିବା ଘ୩।୩୯ ଗତେ ଘ୪।୨୭ ମଧ୍ୟେ ।
ମେଷ:- ସମୟସୀମା ମଧ୍ୟରେ ଅଫିସ କାର୍ୟ୍ୟ ସମାପ୍ତକରିବେ। ଉପରସ୍ଥ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନରହିବେ।ବ୍ୟବସାୟରେ ଆଶାତୀତ ଲାଭ ମିଳିବ।
ବୃଷ:-ସାଥୀଙ୍କ କଥାକୁ ଧୈର୍ୟ୍ୟ ଧରି ଶୁଣନ୍ତୁ। ସୁସମ୍ପର୍କ ବଜାୟ ରଖିବା ଲାଗି ତର୍କ କରନ୍ତୁ ନାହିଁ। ବାହାରକୁ ଗଲେ ସାବଧାର ରହନ୍ତୁ।
ମିଥୁନ:- ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
କର୍କଟ:- ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।
ସି˚ହ:-ନିତିଦିନିଆ ଅଶାନ୍ତିର ନିବାରଣ ହେବ। କଳାକାର-ସାହିତ୍ୟିକଙ୍କୁ ଚାକିରି ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।
କନ୍ୟା:-ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଅର୍ଥ ବିନିଯୋଗ କରିବାକୁ ଯୋଜନା କରିବେ।
ତୁଳା:- ପୂଜାପାଠରେ ସମୟ ବିତିବ। ଜରୁରୀ କାମନେଇ ଯୋଜନା କରି ପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପରାମର୍ଶ ମିଳିବ।
ବିଛା:-ସପରିବାର ଭଗବାନଙ୍କ ଆରାଧନା କରିବେ। ଧନସମ୍ପଦ ସମ୍ବନ୍ଧୀୟ କାମ ସ˚ପୂର୍ଣ୍ଣ ହେବ। ଅଫିସରେ ଯୁକ୍ତିତର୍କ ହୋଇପାରେ।
ଧନୁ-ସାହି ପଡ଼ିଶା ଆପଣଙ୍କର ବ୍ୟବହାରରେ ଖୁସି ରହିବେ। ଧାର ଦେଇଥିବା ଅର୍ଥ ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ଆଶାଜନକ ଫଳ ମିଳିବ।
ମକର:- ଆଶା ଅନୁଯାୟୀ ପରିବାର ଲୋକଙ୍କର ସାହାଯ୍ୟ ମିଳିନପାରେ। ଜରୁରୀ କାମରେ ବାହାରକୁ ଯିବାର ଯୋଜନା ପରିତ୍ୟାଗ କରନ୍ତୁ।
କୁମ୍ଭ:-ନିଜକୁ ମାର୍ଜିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ।
ମୀନ:- ନୂଆ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଙ୍କୁ ଗୁରୁଜନଙ୍କ ସହଯୋଗ ମିଳିବ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

ଡାକ୍ତର ଜାଣନ୍ତି, କିନ୍ତୁ କୁହନ୍ତିନାହିଁ ଏହି ୭ଟିରହସ୍ୟ….
👅 ଜିଭସଫା କରନ୍ତୁ:- ଏହା ଜିଭରେଜମୁଥିବା ବ୍ୟାକ୍ଟେରିଆ ବା ଜୀବାଣୁକୁ କମ୍ କରିବାରେ ସାହାଯ୍ୟ କରେ।
୨.🪜ଏକାସାଙ୍ଗରେ ଦୁଇଟିପାହାଚ ଚଢ଼ନ୍ତୁ:-ଏହା ଗୋଡ଼ର ମାଂସପେଶୀ ଏବଂ ହୃଦୟ ସ୍ୱାସ୍ଥ୍ୟପାଇଁ ବହୁତ ଭଲ।
୩.🏺ତମ୍ବା କିମ୍ବା କାଚପାତ୍ରରେ ପାଣିପିଅନ୍ତୁ:-ପ୍ଲାଷ୍ଟିକ୍ ବଦଳରେ ତମ୍ବା କିମ୍ବା କାଚ ବ୍ୟବହାର କରିବାଦ୍ୱାରା ପ୍ଲାଷ୍ଟିକର କୁପ୍ରଭାବରୁ ରକ୍ଷା ମିଳିଥାଏ।
୪.💆‍♀️ମୁଣ୍ଡ ମାଲିସ କରନ୍ତୁ:-ମୁଣ୍ଡରେ ମାଲିସ କରିବାଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ।
୫.🥛ରାତିରେ ହଳଦୀକ୍ଷୀର ପିଅନ୍ତୁ:-ଏହା ଶରୀରରପ୍ରଦାହ(Anti-inflammatory)ଦୂର କରିବାରେ ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।
୬.🛀ଉଷୁମ ଲୁଣପାଣିରେ ଗୋଡ଼ବୁଡ଼ାଇ ରଖନ୍ତୁ:-ଏହା ଶରୀରକୁ ଆରାମ ଦେବା ସହ କ୍ଲାନ୍ତି ଦୂରକରିଥାଏ।
୭.📱ମୋବାଇଲକୁ ଦୂରରେରଖି ଶୁଅନ୍ତୁ:-ଶୋଇବାସମୟରେ ମୋବାଇଲକୁ ଦୂରରେରଖନ୍ତୁ କିମ୍ବା ଏୟାରପ୍ଲେନ୍ ମୋଡ୍‌ରେ ରଖନ୍ତୁ,ଯାହାଦ୍ୱାରା ରେଡିଏସନ୍ କମ୍ ହେବ

- Advertisement -

Leave A Reply

Your email address will not be published.