୨୦୨୬ମସିହା,ଜୁନମାସ,୨୫ତାରିଖ,ଗୁରୁବାର,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ (ନିର୍ଜ୍ଜଳା)ଏକାଦଶୀ,ଶ୍ରୀମନ୍ଦିରେ ଓ ଷୋହଳଶାସନରେ ଋକ୍ମିଣୀ ବିବାହୋତ୍ସବ, ଚିଟାଉପ୍ରେରଣ,ଜଳକ୍ରିଡା,ଲକ୍ଷ୍ମିନାରାୟଣ ବ୍ରତ,ନିଶାମୁକ୍ତ ଦିବସ,ବିବିଧ – ହଳ ନିଷେଧ ଋତୁ-ଗ୍ରୀଷ୍ମ ଋତୁର(ଦ୍ବିତୀୟମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୩/୧୧,🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୪୭,
ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ଏକାଦଶୀ ରାତ୍ରି ଘ୭/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ଦିବା ଘ୪/୫୭ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖା ନକ୍ଷତ୍ର।ଶିବଯୋଗ ଦିବା ଘ୧୧/୫୮ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧିଯୋଗ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୭/୫୩ମି ପରେ ନୈର୍ଋତ କୋଣରେ।ଅଗନ୍ତବ୍ୟ ତିଥି ଓ ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ପ୍ରାତଃ ଘ୬/୫୨ମି ମଧ୍ୟେ ଯାତ୍ରା ଶୁଭ,ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।
ଚନ୍ଦ୍ରଶୁଦ୍ଧି- ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ନାହିଁ ।ଘାତବାର-ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୪/୫୭ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଶିମ୍ବିକା (ଶିମ୍ବ)ରାତ୍ରି ଘ୭/୫୩ମିପରେ ପୂତିକା (ପୋଇଶାଗ)ଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା)ଦିବା ଘ୩/୮ମି ରୁ ଘ୬/୨୫ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧୧/୫୧ମି ରୁ ଘ୧/୧୨ମିପର୍ଯ୍ୟନ୍ତ।
ଶୁଭବେଳା-(ଅମୃତବେଳା)ଦିବା ଘ୨/୫୧ମି ରୁ ଘ୫/୫୧ମି ମଧ୍ୟେ, ରାତ୍ରି ଘ୭/୧୩ମି ରୁ ଘ୯/୩୭ମିମଧ୍ୟେ,ଘ୧୨/୪୯ମି ରୁ ଘ୩/୧୩ମି ମଧ୍ୟେ, ଘ୪/୪୭ମି ରୁ ରାତ୍ରିଶେଷ ଘ୫/୧୩ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୬/୨ମି ମଧ୍ୟେ, ଘ୯/୧୫ମି ରୁ ଘ୧୦/୫୧ମି ପର୍ଯ୍ୟନ୍ତ।
ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ଦିବା ଘ୪/୫୭ମିପରେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ । ତିଳସୁବର୍ଣ୍ଣ ଦାନ । ଏବଂ ରାତ୍ରି ଘ୭/୫୩ମି ପରେ ୨ ପାଦ ନକ୍ଷତ୍ର ଓ ତିଥି ପୁଷ୍କର ଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ଗୋପଶୁ ସମ୍ପଦର ବିନାଶ । ତିଳସୁବର୍ଣ୍ଣ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ଶାନ୍ତି କରଣୀୟ । ରାତ୍ରି ଘ୭/୫୩ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ସୂର୍ଯ୍ୟୋଦୟରୁ ପ୍ରାତଃ ଘ୬/୫୨ମି ମଧ୍ୟେ ୧୫ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)ଗୃହାରମ, ଗୃହପ୍ରବେଶ (ପ୍ରତିଷ୍ଠା),ଦେବତାଗଠନ, ନବଦୋଳାଦ୍ୟାରୋହଣ,ଜଳାଶୟପ୍ରତିଷ୍ଠା,ଦେବତାପ୍ରତିଷ୍ଠା,ବିଷ୍ଣୁ ପ୍ରତିଷ୍ଠା, ତରୁ ଓ ଋଦ୍ର ପ୍ରତିଷ୍ଠା, ନୌକାଗଠନ,ନବାନ୍ନ,ବିଦ୍ୟାରମ୍ଭ,ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରଶନ, ଗ୍ରହଯୋଗ, ହୋମାଦିସ୍ୱସ୍ତ୍ୟୟନ୍,ନବବସ୍ତ୍ର ପରିଧାନ, ଔଷଧକରଣ ଓ ସେବନ, ବାଣିଜ୍ୟକରଣ, ଧନ୍ୟଚ୍ଛେଦନ ଓ ସ୍ଥାପନ,ନାଟ୍ୟାରମ୍ଭ, ରାଜଦର୍ଶନ (ରାଧାରମଣ)ସୂର୍ଯ୍ୟୋଦୟଠାରୁ ଦିବାଘ.୭-୧୪ମିମଧ୍ୟେ ସ୍ବାତୀ ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ, ସର୍ବବେଦୀ ବ୍ରତୋପନୟନ, ଭୂମିପୂଳା, ଗୃହାରମ୍ଭ,ଗୃହପ୍ରତିଷ୍ଠା,ଗୃହପ୍ରବେଶ, ନିର୍ବଦ୍ଧ, ଜଳାଶୟ ଆରମ୍ଭ ଓ ପୁତିଷ୍ଠା, ଦେବତାଗଠନ ଓ ପ୍ରତିଷ୍ଠା, ଅନ୍ନପ୍ରାଶନ,ନାମକରଣ,ବିଦ୍ୟାରମ୍ଭ,ଦୀକ୍ଷାଗ୍ରହଣ, ନବବସ୍ତ୍ରପରିଧାନ,ଅଳଙ୍କାରଧାରଣ,ଯାନପୂଜା,ନବାନ୍ନ,ବାଣିଜ୍ୟକରଣ, ରାଜଦର୍ଶନ, କର୍ଣ୍ଣବେଧ,ଚୂଡାକରଣ(ରାଷ୍ଟ୍ରୀୟ ହିନ୍ଦୁପଞ୍ଚାଙ୍ଗ) ।
🐐ମେଷ-ଆଜି ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରର ପ୍ରତ୍ୟେକ ପରିସ୍ଥିତିକୁ କୌଶଳରେ ସଜାଡ଼ି ନେବେ। କିନ୍ତୁ କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍ ସମ୍ଭାବନା କୁ ଦେଖି ମାନସିକ ଚିନ୍ତା ବଢିଯିବ। ଦୂରେଇ ଯାଉଥିବା ଆତ୍ମୀୟଙ୍କ ପାଇଁ ମନ ଛଟପଟ ହେବ। ହାତରୁ ଖାଇ ପର ପାଇଁ ଖଟି ଅନୁତାପ କରିବେ।
🐂ବୃଷ-ବହୁତଦିନ ହେଲା ଯାହା ପାଇବାକୁ ଚେଷ୍ଟାକରି ପାଇ ନଥିଲେ ଆଜି ତାହା ପାଇଯିବେ।ଇଚ୍ଛା ନଥିଲେମଧ୍ୟ କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ।ଶିଳ୍ପ,ବାଣିଜ୍ୟ,ପରିବହନରେ ଉନ୍ନତଫଳ ପାଇବେ।ପୁରାତନରୋଗର ପ୍ରାଦୁର୍ଭାବ ବଢ଼ିବାକାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି।
👩❤️👨 ମିଥୁନ-ଭୁଲ୍ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବାକୁ ଚେଷ୍ଟାକଲେ ମଧ୍ୟ ସେମାନେ ଅସ୍ବୀକାରକରିବେ।କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭକରିବେ। ପାରିବାରିକ ସମ୍ପର୍କ ମନ୍ଦହେବନି,ତଥାପି ସାଧାରଣ କଥାକୁନେଇ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବେ।
🦀କର୍କଟ-ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରି ମନ କଥାକୁ ପ୍ରକାଶ କରିପାରନ୍ତି। ଅଭାବ ନଥିଲେ ମଧ୍ୟ ଖୋଲା ମନନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତହେବେ।କେତେକ ପରିସ୍ଥିତିରେ ନିଜଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟିହେବ।ପାରିବାରିକସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ।
🦁 ସିଂହ-ପରିସ୍ଥିତିରତାଡ଼ନାରେ କଠିନ ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସ୍ବସ୍ତି ଅନୁଭବ କରିପାରନ୍ତି।ସାହିତ୍ୟ,ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ।ସନ୍ତାନଙ୍କ ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ।ଆର୍ଥିକଅନଟନ ରହିଥିଲେ ମଧ୍ୟ ଆତ୍ମୀୟତାର କାମ କରି ପ୍ରଶଂସିତ ହେବେ।
🧕କନ୍ୟା-ଦୀର୍ଘଦିନର କଳ୍ପନାପ୍ରସୂତ ନୂତନ କାମଟି ପାଇଁ ପ୍ରସ୍ତୁତି ଜୋର୍ସୋର୍ରେ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ପରିସ୍ଥିତିର ସାମନା କରିବାକୁଯାଇ ଅର୍ଥସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ପରିବାରରେ ପିଲାଙ୍କପାଇଁ ଜଞ୍ଜାଳ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଦୁଶ୍ଚିନ୍ତାଗ୍ରସ୍ତ ହେବେ।
⚖️ତୁଳା-ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହି ପାରନ୍ତି। ପୃଷ୍ଠପୋଷକତା ଜନିତ ଶତ୍ରୁତା ହଠାତ୍ ପ୍ରଶମିତ ନ ହୋଇପାରେ କିନ୍ତୁ କିଛି ସମୟ ପାଇଁ ମଳିନ ରହିବ।
🦂ବିଛା-ବହୁତ କାମ ଅସମ୍ପୂର୍ଣ୍ଣ ରହିବା କାରଣରୁ ବିଚଳିତ ବୋଧ କରିପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପାଖ, ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସବୁକଥାରେ ହଁ ଭରିବେ କିମ୍ବା ନୀରବ ସମର୍ଥନ ଦେବାକୁ ବାଧ୍ୟ ହେବେ।
🏹ଧନୁ-ମାଙ୍ଗଳିକକାର୍ଯ୍ୟ ପରି ପ୍ରେକ୍ଷୀରେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା ପାଇଁ ପ୍ରସ୍ତୁତିକରିବେ। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଚିଡ଼ା ସ୍ବଭାବପାଇଁ କ୍ଷୁବ୍ଧ ହୋଇପାରନ୍ତି।ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଯଥାସାଧ୍ୟ ଚେଷ୍ଟାକରିପାରନ୍ତି।ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିବେ।
🐊ମକର-ଆଜିର ପ୍ରତ୍ୟୁଷ ଯାତ୍ରା,ସଭାସମିତି, କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। କର୍ମକ୍ଷେତ୍ରରେ ମିଥ୍ୟାଗୁଜବ ମାନସିକସ୍ଥିତିକୁ ଦୋହଲାଇ ଦେବ। ବ୍ୟବସାୟକ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ଅନ୍ୟମାନଙ୍କପ୍ରେରଣାରେ ଉଦ୍ବୁଧହୋଇ ଜନହିତକର କାର୍ଯ୍ୟରେ ନିଜକୁ ଲଗାଇ ପାରନ୍ତି।
🏺କୁମ୍ଭ-ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ରୋଗୀଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବକରିବେ।ବ୍ୟୟ ବୃଦ୍ଧିଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହିପାରନ୍ତି।ବହୁବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହୋଇପାରିବ।
🐟ମୀନ-ଆଜିର ଆନୁଷ୍ଠାନିକ କାମର ପରିବେଶରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଖୁସି ରହିବେ। କଚେରି ମାମଲାକ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିବାରର ଖର୍ଚ୍ଚପରିମାଣ ଦିଗୁଣା ହୋଇପାରେ,ଏଣୁ ସରକାରୀସ୍ତରରୁ ଋଣ ଆଣିବା ସକାଶେ ମନ ବଳାଇ ପାରନ୍ତି।ପରୋକ୍ଷ ଭାବେ ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି।
🕉️ନୀତିବାଣୀ🕉️
ସମୟ ଏବଂ ଭାଗ୍ୟକେତେବେଳେ ଚାଲିଯିବ କେହି କହିପାରିବେନାହିଁ।ତେଣୁ ସମୟ ଏବଂ ଭାଗ୍ୟଉପରେ କେବେ ହେଲେ ଅହଙ୍କାର କରିବା ଉଚିତ୍ ନୁହେଁ।
ଯଦି କିଏ ଆପଣଙ୍କ ବିନାଖୁସିରେ ଅଛି ତେବେ ତାକୁ ଖୁସିରେ ରହିବାକୁ ଦିଅନ୍ତୁ।ନଚେତ୍ ଏହାଠାରୁ ଅଧିକସମ୍ପର୍କ ଯୋଡିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ।
ନୀୟତି ଯାହାକରେ ପ୍ରାଣୀର ମଙ୍ଗଳପାଇଁ,ଏଣୁ ଭାବିନେବା ଉଚିତଯେ ଯାହା ହେଉଛି ଭଲହେଉଛି,ଯାହାହୋଇଛି ଭଲହୋଇଛି ଏବଂ ଯାହା ଆଗକୁହେବ ତାହା ମଧ୍ୟ ଭଲହେବ,ସବୁସେଇ ନୀୟତିର ଇଚ୍ଛା।
ଯିଏ ଧନଲୋଭରେ ପାଗଳ ପ୍ରାୟ,ଖରାପ କାମକରି ଧନଅର୍ଜ୍ଜନ କରେ । ପାପଶକ୍ତିରେ ବଳୀୟାନ ହୁଏ।ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ।ତାକୁ ସର୍ବଦା ମରଣରଭୟ ଘାରୁଥାଏ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
