ଆଜିର ରାଶିଫଳ

ଘରର କେଉଁସ୍ଥାନରେ ତୁଳସୀ ଗଛ ଲଗାଇଲେ ମିଳିବ ଅଦ୍ଭୂତପୂର୍ବ ଫାଇଦା

ଅଗଷ୍ଟମାସ ୦୬ତାରିଖ ୨୦୨୫ମସିହା(ବୁଧବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୦୨/୨୦ ଗତେ ତ୍ରୟୋଦଶୀ,ନକ୍ଷତ୍ର- ମୂଳା ଦିବା ଘ୦୧/୫୩ ଗତେ ପୁର୍ବା ଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୧୨,ଯୋଗିନୀ ନୈରୁତକୋଣେ ଦିବା ଘ୦୨/୨୦ ଗତେ ଦକ୍ଷିଣେ,କର୍କଟ ରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଶ୍ରାଦ୍ଧ*,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୭ ମଧ୍ୟେ,ବାରବେଳା- ଦିବା ଘ୧୧/୫୨ ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୩ ମଧ୍ୟେ ଓ ରାତ୍ରି ଘ୦୭/୦୫ ଗତେ ଘ୦୯/୦୨ ମଧ୍ୟେ ଓ ଘ୦୨/୧୪ ଗତେ ଘ୦୪/୫୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୯ ଗତେ ଘ୦୫/୫୧ ମଧ୍ୟେ ଓ ରାତ୍ରି ଘ୦୯/୩୦ ଗତେ ଘ୧୧/୦୫ ମଧ୍ୟେ,ଅଦ୍ୟ ପୋଇ ଦିବା ଘ୦୨/୨୦ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ :-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :- ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟହେବ।କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ଘରର କେଉଁସ୍ଥାନରେ ତୁଳସୀ ଗଛ ଲଗାଇଲେ ମିଳିବ ଅଦ୍ଭୂତପୂର୍ବ ଫାଇଦା
କୁହାଯାଏ କି ତୁଳସୀଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଏହି ଗଛ ସହ ଭଗବାନବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏଥିପାଇଁ କୁହାଯାଏ, ଯେଉଁଗୃହରେ ତୁଳସୀ ଗଛ ରହିଛି,ସେହି ଘରେ ଅର୍ଥ ଅନଟନ ଓ ଦରିଦ୍ରତା ପାଖ ମାଡ଼ ମାଡ଼େନାହିଁ। ଏହାବ୍ୟତୀତ ଯେଉଁ ଘର ଅଗଣାରେ ତୁଳସୀଗଛ ରହିଥାଏ ସେହିଘରେ ଯଦି କୌଣସି ପାରିବାରିକ ଓ ଆର୍ଥିକସମସ୍ୟା ଦେଖାଦେବାକୁ ଯାଉଥାଏ ତାହେଲେ ତୁଳସୀଗଛ ଅନେକ ସଂକେତ ଦେଇଥାଏ ।
ଏପରିକି ଯେଉଁ ଗୃହ‌ରେ ତୁଳସୀ ଗଛ ଥାଏ ସେହି ପରିବାର ସଦସ୍ୟଙ୍କୁ କୌଣସି ରୋଗ ଜନିତ ସମସ୍ୟା ହୋଇନଥାଏ। ତେବେ ଏହି ପବିତ୍ରଗଛର ଆଉଗୋଟେ ଭଲ ଲକ୍ଷଣ ରହିଛି ଯାହା ସମସ୍ତଙ୍କୁ ଜଣା ନଥାଏ। ଯଦି ପରିବାର ଉପରକୁ କିଛି ସଂଙ୍କଟ ମାଡ଼ିଆସୁଛି, ତେବେ ଘରେ ଅଗଣାରେ ଥିବା ତୁଳସୀଗଛ ସମସ୍ତ ବିପଦକୁ ଏଡ଼େଇ ଦେଇଥାଏ। ବିପଦରୁ ଟଳିବା ପାଇଁ ତୁଳସୀଗଛ ପୂଜା କରିବା ଆବଶ୍ୟକ ବୋଲି କିଛି ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଏହା କରିବା ଦ୍ବାରା ବିପଦ ମୁଣ୍ଡଉପରୁ ଟଳି ଯାଇଥାଏ।
ଘର ଅଗଣାରେ ଥିବା ତୁଳସୀଗଛର ପତ୍ର ଯଦି ଅଚନାକ ଶୁଖିଯାଏ। ତେବେ ଆପଣଙ୍କ ପରିବାର ଉପରକୁ କିଛି ବିପଦ ଆସୁଛି ବୋଲି ନିଶ୍ଚିତ ହୋଇଯାଆନ୍ତୁ। ଏହି ବିପଦରୁ ମୁକ୍ତ ପାଇବା ପାଇଁ ସର୍ବ ପ୍ରଥମେ ଆପଣଙ୍କ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୃହରେ ଥିବା ତୁଳସୀଗଛ ମଧ୍ୟ ପୂଜା କରନ୍ତୁ। ଏହା କରିବାଦ୍ବାରା ଆପଣ ପରିବାର ଉପରକୁ ଆସୁଥିବା ବିପଦ ବାଟଭାଙ୍ଗି ପଳେଇଯିବ। ଯଦି ଆପଣ ଘରେ ବାସ୍ତୁଜନିତ ସମସ୍ୟା ରହିଛି। ତେବେ ଘର ଦକ୍ଷିଣ ଦିଗରେ ତୁଳସୀଗଛ ଲଗାନ୍ତୁ। ଏହା କରିବାଦ୍ବାରା ଘରର ବାସ୍ତୁସମସ୍ୟା ଦୂରହେବା ସହ ଘରର ଆର୍ଥିକ ସମସ୍ୟାରେ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ତୁଳସୀଗଛ ପୂଜା କରନ୍ତି। ତେବେ ଆପଣ ସୁଖ ସମୃଦ୍ଧିରେ ଜୀବନଯାପନ କରିବା ସହ ଘର ଉପରକୁ ଆସୁଥିବା ବଡ଼ ବଡ଼ସମସ୍ୟା ବାଟଭାଙ୍ଗି ଦୂରେଇ ଯାଇଥାଏ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

 

- Advertisement -

Leave A Reply

Your email address will not be published.