ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୩ତାରିଖ ୨୦୨୫ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୦୪/୩୮ ଗତେ ଦ୍ଵାଦଶୀ,ନକ୍ଷତ୍ର- ପୂର୍ବାଷାଢ଼ା ରାତ୍ରି ଘ୧୨/୦୦ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୫/୫୮,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୩୮ ଗତେ ନୈଋତେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୨ ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୧/୧୭ଗତେ ଘ୦୧/୩୬ ମଧ୍ୟେ ଓ ରାତ୍ରି ଘ୦୬/୪୫ଗତେ ଘ୦୯/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୭ଗତେ ଘ୦୬/୦୩ ମଧ୍ୟେ ଓ ରାତ୍ରି ଘ୦୯/୧୦ଗତେ ଘ୧୦/୩୫ ମଧ୍ୟେ, ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ।
ମେଷ:- ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବାଯୋଗୁଁ ଆନନ୍ଦିତ ହେବେ।ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହକରିବେ ।
ବୃଷ :-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ :- ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ ।ସେମାନଙ୍କ ଛୋଟଛୋଟ ଚ଼େଷ୍ଟା ଆପଣଙ୍କମନକୁ ଛୁଇଁଯିବ ।ସେମାନଙ୍କ ସାହାଯ୍ୟ ଏବଂ ଭଲପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ :- ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସିହେବେ ଯେ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:- ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହବଳରେ ଆପଣଙ୍କ ଦିନକୁ ସେମାନେ ବହୁତସୁନ୍ଦର କରିଦେବେ ।ଆପଣ ସେମାନଙ୍କ ସ୍ନେହପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେକରିବେ ।
କନ୍ୟା:- ଆପଣ ଯେଉଁଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟାକି ଆପଣ ଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ।
ତୁଳା:- ଆଜି ଆପଣଙ୍କମନ କରିବଯେ ,ଆପଣ ଆପଣଙ୍କ ସବୁକାମ ଏକପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କସହ ଭଲସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା :- ଆପଣ ଏ ପରିସ୍ଥିତିରେ ଅଛନ୍ତିଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ ।ଏଥିରେ ଆପଣଙ୍କୁ ବହୁତଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:- ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି ।କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:- ଏହିସମୟ ନିଜସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ ।ବୋଧହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
କୁମ୍ଭ :-ଅନ୍ୟଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟାକରିବେ ।ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:- ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି ।ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ମାଲକ୍ଷ୍ମୀଦେବୀଙ୍କ କୃପାପାଇଁ କରନ୍ତୁ ଏହି କାମ…
ଲକ୍ଷ୍ମୀଦେବୀଙ୍କ କୃପାଲାଭ କରିବାକୁ ଘରେ କିଛି ଅଭ୍ୟାସରୁ ଦୂରେଇ ରହିବା ଦରକାର।ଜୀବନରେ ଧନ, ସମୃଦ୍ଧି ଓ ଶାନ୍ତି ଆଣିଥିବା ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ଆମ ପ୍ରତ୍ୟେକଙ୍କୁ ଆବଶ୍ୟକ।କିନ୍ତୁ କିଛିଅଭ୍ୟାସ ଅଛି ଯାହାକି ପୁରାତନ ପୁସ୍ତକ ଓ ଗ୍ରନ୍ଥରେ ବର୍ଣ୍ଣିତ-ଯଦି ଏଗୁଡ଼ିକୁ ଆମେ ଦୈନିକ ଜୀବନରେ କରିଥାଉ,ତେବେ ଲକ୍ଷ୍ମୀଛଡା ହେବାର ସମ୍ଭାବନା ବଢ଼ିଯାଏ।ଯେପରିକି-
ଝାଡ଼ୁକୁ ଗୋଡ଼ ଲାଗିବା
ଅନ୍ୟଙ୍କର ବସ୍ତୁ ପିନ୍ଧିବା
ନଖକୁ ଦାନ୍ତରେ କାଟିବା
ବିଶେଷ ଦିନରେ କେଶ କାଟିବା
ଖାଇ ସାରିଥିବା ପାତ୍ରରେ ହାତ ଧୋଇବା
ଭୋଜନକୁ ଅଶାନ୍ତିରେ କରିବା
ବସିଥିବା ବେଳେ ପାଦ ହଲେଇବା
ବଡ଼ମାନଙ୍କୁ ଅସମ୍ମାନ କରିବା
ଦକ୍ଷିଣ ମୁହାଁ କରି ଭୋଜନ କରିବା
ରାତିରେ ଅଇଁଠା ପାତ୍ର ରଖିଦେବା
ଏସବୁ କାମକୁ ଅଶୁଭ ମନାଯାଇଛି।
ସେହିପାଇଁ ଘରେ ସୁଖ-ଶାନ୍ତି, ସମୃଦ୍ଧି ଓ ଲକ୍ଷ୍ମୀଦେବୀ ଙ୍କ କୃପା ବଜାୟ ରଖିବାକୁ, ଆମେ ସଦା ସଚେତନ ହୋଇ ଏହି ଅଭ୍ୟାସଗୁଡ଼ିକୁ ଛାଡ଼ିବା ଉଚିତ।ଶୋଇବା ସମୟରେ ଦିଗରମହତ୍ତ୍ୱ -ପ୍ରାଚୀନ ବାସ୍ତୁ ଓ ଶାସ୍ତ୍ରରେ ଶୋଇବାର ଦିଗକୁ ଅତ୍ୟନ୍ତ ମହତ୍ତ୍ୱଦିଆଯାଇଛି ।ମାନବଶରୀର ଓ ମନସ୍କୁଳୀୟ ସ୍ୱାସ୍ଥ୍ୟରେ ଦିଗର ପ୍ରଭାବ ଅଧିକ ଦେଖାଯାଏ ।
ପୂର୍ବଦିଗକୁ ମୁଣ୍ଡକରି ଶୋଇଲେ- ବିଦ୍ୟା,ସମ୍ପତ୍ତି, ଧନ,ଆୟୁଷ ବୃଦ୍ଧିର ସମ୍ଭାବନାବଢ଼େ ।ଏହା ମନକୁ ଶାନ୍ତକରିବା ସହ ଜୀବନରେ ପ୍ରଗତି ଆଣେ ।
ପଶ୍ଚିମଦିଗକୁ ମୁଣ୍ଡକରି ଶୋଇଲେ –ମନରେ ଅଶାନ୍ତି, ଅଧିକଚିନ୍ତା,ତଥା ଖରାପସ୍ବପ୍ନର ସମ୍ଭାବନା ବଢ଼ିଯାଏ ।
ଉତ୍ତରଦିଗକୁ ମୁଣ୍ଡକରି ଶୋଇଲେ –ଶରୀରରେ ଅସୁସ୍ଥତା, ଆୟୁଷ କମିବା ଓ ମନସିକଚାପ ବଢ଼ିବାର ସମ୍ଭାବନା ରହେ ।
ଦକ୍ଷିଣଦିଗକୁ ମୁଣ୍ଡକରି ଶୋଇଲେ –ଶାରୀରିକ ବଳ,ବିଦ୍ୟା,ସ୍ୱାସ୍ଥ୍ୟ ଓ ଦୀର୍ଘାୟୁଷ ପ୍ରାପ୍ତିରେ ସହାୟକ ।ସେଥିପାଇଁ ଶୋଇବାରଦିଗକୁ ଠିକ୍‌ ଭାବରେବାଛିଲେ ଆମଜୀବନରେ ସୁସ୍ଥତା,ଶାନ୍ତି ଓ ସଫଳତା ଆସି ପାରେ!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!

- Advertisement -

Leave A Reply

Your email address will not be published.