ସେପ୍ଟେମ୍ବରମାସ ୦୭ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୧/୪୫ ଗତେ ପ୍ରତିପଦ,ନକ୍ଷତ୍ର- ଶତଭିଷା ରାତ୍ରି ଘ୧୦/୨୬ ଗତେ ପୁର୍ବ ଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪ /୩୩,ଯୋଗିନୀ ବୟବ୍ୟେ ରାତ୍ରି ଘ୦୧/୪୧ ଗତେ ପୂର୍ବେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ପୁର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ରାହୁ ଗ୍ରସ୍ତ ଖ’ଗ୍ରାସ ଚନ୍ଦ୍ରଗ୍ରହଣ,ତା ୦୭/୦୯/୨୦୨୫ ରିଖ (ରବିବାର)ଗ୍ରହଣ ସ୍ପର୍ଶ ରାତ୍ରି ଘ୦୮/୫୮ମିନିଟ୍,ସର୍ବ ମୋକ୍ଷ ରାତ୍ରି ଘ୧/୨୮ ମିନିଟ୍,ଦିବା ଘ ୧୨/୫୮ମିନିଟ୍ ଠାରୁ ଗ୍ରହଣ ଶେଷ (ରାତ୍ରି ଘ୧/୨୮ ମିନିଟ୍ ପର୍ଯ୍ୟନ୍ତ) ପାକତ୍ୟାଗ ଓ ଦେବନୀତି ନିଷେଧ,ମେଷ ,ବୃଷ, ସିଂହ ,କନ୍ୟା, ତୁଳା,ଧନୁ,ମକର ଓ କୁମ୍ଭ ରାଶି ପାଇଁ ଗ୍ରହଣ ଦର୍ଶନ ଶୁଭ,କାଳବେଳା ଓ ବାରବେଳା- ଦିବା ଘ୧୦/୧୧ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୩ ଗତେ ଘ୦୯/୩୫ ମଧ୍ୟେ ଓ ରାତ୍ରି ୦୭/୩୧ ଗତେ ଘ୦୯/୦୬ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୨ ମଧ୍ୟେ ଓ ରାତ୍ରି ୦୬/୪୦ ଗତେ ଘ୦୭/୩୦ମଧ୍ୟେ,ଅଦ୍ୟ ଆମିଷଭକ୍ଷଣ ନିଷେଧ।
ମେଷ:- ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟକହେବ।ଆର୍ଥିକ ଲାଭମିଳିବ।ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ।ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ- ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ :-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ :-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:- ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନ ମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା :-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବ ଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକ କାର୍ଯ୍ୟ ହେବ।ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ।ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:- ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲ ବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ :-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି।ସ୍ଵାସ୍ଥ୍ୟ ଖରାପ ହୋଇପାରେ
ମୀନ:-ଆଜିର ଦିନ ସୁଖ-ଶାନ୍ତିରେ କଟିବ।ବ୍ୟାପାରି ମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟଜୀବନରେ ନିକଟତା ଅନୁଭବ ହେବ। ମିତ୍ର ମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ।ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ।

ରାହୁଗ୍ରସ୍ଥ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ,ଇଂ ତା୭.୯. ୨୦୨୫.ରବିବାର.ଶ୍ରୀଶ୍ରୀ ଦିବ୍ୟ ସିଂହଦେବ ମହାରାଜାଙ୍କ ଅ୬୯ଙ୍କସନ ୧୪୩୩ସାଲ ସିଂହ (ଭାଦ୍ର)ମାସ ଦି୨୨ନ ଭାଦ୍ରଶୁକ୍ଳ ପୂର୍ଣିମା ଇଂତା ୭.୯.୨୦୨୫ରିଖ ରବିବାର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସଂଘଠିତ ହେବ ।
ପୁରୀକୁ ଗ୍ରହଣସ୍ପର୍ଶ :-ଭାରତୀୟ ସାଧାରଣସମୟ ଅନୁସାରେ ଦ୪୦।୫୫ ଲିତାକୁ ରାତ୍ରିଘ୯ ।୫୮ମି ସମୟେ (ପୂର୍ବ ଐଶାନ୍ୟକୋଣେ) ଦ୪୫ ।୨୦ଲିତା ମଧ୍ୟକୁ ରାତ୍ରି ଘ୧୧ ।୪୩।୪୦ ସେ.ଦ୪୯ ।୪୫ ଲିତା ସର୍ବମୋକ୍ଷ ରାତ୍ରି ଘ୧ ।୨୮ମି ସମୟେ (ପଶ୍ଚିମ ବାୟବ୍ୟକୋଣେ) ଗ୍ରହଣର ଆଦ୍ୟାନ୍ତକାଳ ଘ୩।୩୦ ମିନିଟ୍ ।ଗ୍ରହଣ ସୂତକକାଳ:- ପାକତ୍ୟାଗ ଓ ଦେବନୀତି-ଇଂତା୭ ।୯ ।୨୦୨୫ ରିଖ ରବିବାର ଦିବା ଘ୧୨।୫୮ ମିନିଟ୍ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଏଦିନର ଦେବକାର୍ୟ୍ୟ ଭାଗବତଜନ୍ମ ନିଷେଧ ସମୟ ପୂର୍ବରୁ ସମ୍ପନ୍ନ କରିବା ବିଧେୟ ।ପିତୃଶ୍ରାଦ୍ଧ ଦିବା ଘ୧୨।୫୮ଗତେ ଶ୍ରାଦ୍ଧ ସମୟ ମଧ୍ୟରେ ଆମ ଓ ହେମ ଦ୍ରବ୍ୟରେ କରଣୀୟ । ଏ ଦିନର ଚନ୍ଦ୍ରପୂଜା ଚନ୍ଦ୍ରୋଦୟ ସମୟେ ଅପକ୍ବ ଦ୍ରବ୍ୟ କରାଯିବ । ଗ୍ରହଣ ସର୍ବମୋକ୍ଷପରେ ସୂତକ ସ୍ନାନପୂର୍ବକ ଧର୍ମକାର୍ୟ୍ୟ କରଣୀୟ ।ବୃଦ୍ଧ,ବାଳକ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ସୂତକ ନିୟମ ଲଂଘନୀୟ ।ପରଦିନ ସୂର୍ୟ୍ୟୋଦୟ ପରେ ଦେବନୀତି ଓ ପାକକର୍ମ ଯଥାରୀତି କରଣୀୟ ।
ଗ୍ରହଣ ଦର୍ଶନେ ଚନ୍ଦ୍ର ଶୁଭାଶୁଭ– ମେଷ,ବୃଷ,ସିଂହ,କନ୍ୟା,ତୁଳା,ଧନୁ, ମକର,କୁମ୍ଭରାଶି ବ୍ୟକ୍ତି ଗ୍ରହଣ ଦର୍ଶନେ ଶୁଭ ।
ଗ୍ରହଣ ଦର୍ଶନେ ତାରାଶୁଦ୍ଧି – ଅଶ୍ବିନୀ,କୃତ୍ତିକା,ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା,ଉତ୍ତରାଫାଃ, ଚିତ୍ରା, ବିଶାଖା,ଅନୁରାଧା,ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ପୂର୍ବାଭାଦ୍ର, ଉତ୍ତରଭାଦ୍ର ନକ୍ଷତ୍ର ବ୍ୟକ୍ତିମାନଙ୍କ ପ୍ରତି ଗ୍ରହଣଦର୍ଶନେ ଶୁଭ ।
ଗ୍ରହଣ ସ୍ପର୍ଷ ସ୍ନାନମନ୍ତ୍ର – ସ୍ବସ୍ଥାନଂ ଗମ୍ୟତାଂ ରାହୋ ତ୍ୟଜ୍ୟତାଂ ଚନ୍ଦ୍ର ସଙ୍ଗମଃ।କର୍ମ ଚଣ୍ଡାଳ ଯୋନେତ୍ବେଂ ମମପାପଂ କ୍ଷୟଂ କୁରୁ ।।
ମୁକ୍ତି ସ୍ନାନମନ୍ତ୍ର- ଯଦାପଦୋ ବିମୁକ୍ତାସି ରାହୋ ର୍ବଦନ ସଂକଟାତି ।ତଥାତ୍ବଂ ରୋହିଣୀ ନାଥ ଆପୋଦୋ ମାଂ ବିମୋଚୟେ ।
ଅର୍ଘ୍ୟଦାନ ମନ୍ତ୍ର-ନିଶାନାଥ ନମସ୍ତଭ୍ୟଂ ରାହୁ ଗ୍ରହ ରିପୋ ପ୍ରଭୋ।ଅର୍ଘ୍ୟଂ ଦଦାମି ଦେବେଶ ନିଶାନାଥ ନମସ୍ତୁତେ ।ଜ୍ୟୋତିଷ ଆଚାର୍ୟ୍ୟ ରମେଶ ଚନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

