ସେପ୍ଟେମ୍ବରମାସ ୨୮ତାରିଖ ୨୦୨୫ମସିହା (ରବିବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ଷଷ୍ଠୀ ଦିବା ଘ୦୨/୨୧ ଗତେ ସପ୍ତମୀ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୪/୪୦ ଗତେ ମୂଳା,ଅଦ୍ୟ ପୀଠେ ତ୍ରୀଦିନାତ୍ମକ ମହାସପ୍ତମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ବିଲ୍ଵାଧିବାସ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫ /୩୭,ଯୋଗିନୀ ପଶ୍ଚିମେ ଦିବା ଘ୦୧/୨୧ ଗତେ ବାୟବ୍ୟେ,ମେଷରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ ୧୦/୧୦ଗତେ ଘ ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ଗତେ ଘ୦୮/୫୩ ମଧ୍ୟେ ଓ ଘ ୧୨/୦୪ ଗତେ ଘ୦୩/୧୭ମଧ୍ୟେ ଓ ରାତ୍ରି ଘ ୦୮/୦୦ ଗତେ ଘ୦୯/୩୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୪/୦୫ଗତେ ଘ୦୪/୫୪ ମଧ୍ୟେ, ଅଦ୍ୟ ନିମ୍ବ ଦିବା ଘ୦୨/୨୧ଗତେ ତାଳ ଭକ୍ଷଣ ନିଷେଧ।
ମେଷ👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ।ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।
ବୃଷ👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥହେବେ ।ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ସିଂହ👉ଆଜି ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେନାହିଁ ବରଂ ଓଲଟି ନିନ୍ଦାଗାନ କରିବେ।ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ।ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା👉ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲହେବ।ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ିମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରି ପାରନ୍ତି।
ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା👉ଆଜି ମନଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ ।ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳାକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣ ରେ ସମର୍ଥ ହୋଇପାରନ୍ତି।
ଧନୁ👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନକାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁନେଇ ସମ୍ପର୍କୀୟମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ👉ଆଜି ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା ରେ ସଫଳତାପାଇବେ।କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନକ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗିରହିବ।କଳା, ପ୍ରଶାସନ ଓ ରାଜନୈତିକକ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
ଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥୨୨-୯-୨୦୨୫ପ୍ରତିପଦା ସୋମବାରଠାରୁ ଶାରଦୀୟ ନବରାତ୍ରିପୂଜା ଆରମ୍ଭ ହୋଇଛି ।
ପ୍ରଥମଂ ଶୈଳପୁତ୍ରୀ ଚ ଦ୍ବିତୀୟଂ ବ୍ରହ୍ମଚାରିଣୀ।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।।
ପଞ୍ଚଂମଂ ସ୍କନ୍ଦମାତେତି ଷଷ୍ଠକାତ୍ୟାୟନୀତି ଚ।
ସପ୍ତମଂ କାଳରାତ୍ରୀ ଚ ମହାଗୌରୀତି ଚାଽଷ୍ଟମମ୍।।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକୀର୍ତ୍ତିତାଃ।।
ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ) ବଖାଣ କରେ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ, ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧ମ ସ୍ୱରୂପ ମାଶୈଳପୁତ୍ରୀ- (କନ୍ୟାସନ୍ତାନର ଜନ୍ମଗ୍ରହଣ) ଦ୍ୱିଭୁଜା ଦେଵୀ,୨ୟସ୍ୱରୂପ ମା ବ୍ରହ୍ମ ଚାରୀଣି(କନ୍ୟାର କୌମାର୍ୟ୍ୟ ଅବସ୍ଥା) – ଆନନ୍ଦମୟୀ ଦେବି ,୩ୟ ସ୍ୱରୂପ – ମାଚନ୍ଦ୍ରଘଣ୍ଟା(ବିବାହଯୋଗ୍ୟ ଅବସ୍ଥା) ୪ର୍ଥ ସ୍ୱରୂପ -ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା( ନୁତନ ଜୀବକୁ ଗର୍ଭରେ ଧାରଣ ଅବସ୍ଥା) ୫ମସ୍ୱରୂପ ମାସ୍କନ୍ଧମାତା-(ସନ୍ତାନକୁ ଜନ୍ମଦେବା ପର ଅବସ୍ଥା)୬ଷ୍ଠ ସ୍ୱରୁପ ମାକାତ୍ୟାୟନୀ(ସଂଯମ ଓ ସାଧନା ଧାରଣ ପୁର୍ବକ ପରିବାରର ପ୍ରତିପାଳନ ଅବସ୍ଥା)୭ମସ୍ୱରୁପ ମାକାଳରାତ୍ରୀ-(ଦୃଢସଂକଳ୍ପ ଦ୍ବାରା ପତିର ଅକାଳମୃତ୍ୟୁ ଉପରେ ବିଜୟପ୍ରାପ୍ତି ଅବସ୍ଥା)
କାଳରାତ୍ରୀ –ଋକବେଦରେ ପରମାତ୍ମାଙ୍କୁ ରାତ୍ରୀ ଓ ମାମହାମାୟାଙ୍କୁ ରାତ୍ରିରଶକ୍ତି ରୂପେ ବର୍ଣ୍ଣନା କରାଯାଇଛି ,ରାତ୍ରିରେ ଯେମିତି ସବୁପ୍ରାଣୀ ନିଦ୍ରା ଗତ ହୁଅନ୍ତି , ପ୍ରଳୟସମୟ ଉପସ୍ଥିତହେଲେ ରାତ୍ରିରୁପିଣୀ ପରଂବ୍ରହ୍ମଙ୍କ କ୍ରୋଡ଼ରେ ଏ ବିଶ୍ୱର ବିଲୟହୁଏ ,ଚାରିଆଡେ ଅନ୍ଧକାର ଘୋଟିଯାଏ ,ଯାହା କାଳରାତ୍ରିସ୍ୱରୂପା , ଏହିସମୟରେ ନିଦ୍ରିତ ମହାବିଷ୍ଣୁ ଯୋଗନିଦ୍ରାଙ୍କୁ ଭଜନ କରନ୍ତି.. ..
ଯୋଗନିଦ୍ରାମ୍ ଯଦା
ବିଷ୍ଣୁର୍ଜଗତ୍ୟେ କାର୍ଣ୍ଣଵୀ କୃତେ
ଆସ୍ତିର୍ୟ୍ୟ ଶେଷ ମଦ୍ଭଜତ
କଳ୍ପାନ୍ତେ ଭଗବାନ ପ୍ରଭୁ
ଯୋଗନିଦ୍ରା ହିଁ ମହାକାଳୀ,କାଳରାତ୍ରୀ , ମନୁଷ୍ୟ ରାତ୍ରିରେ ଯାହାକୋଳରେ ବିଶ୍ରାମନିଅନ୍ତି , ସେହି କାଳରାତ୍ରିଦେବୀଙ୍କର ଅଂଶସ୍ୱରୂପା କୁଣ୍ଡଳିନୀ କାଳିକା ,ଦେବୀଙ୍କର ଶରୀରର ରଙ୍ଗ ଅନ୍ଧକାର ପରି ଗଭୀରକଳା ,ମସ୍ତକର କେଶ ଅସ୍ତବ୍ୟସ୍ତ ,ଦେବୀଙ୍କକଣ୍ଠରେ ଜ୍ୟୋତିର୍ମୟହାର କ୍ଷତ୍ରିନେତ୍ର ବ୍ରହ୍ମାଣ୍ଡସଦୃଶ ଗୋଲାକାର ,ଦେବୀଚତୁର୍ଭୁଜା , ଉପର ଡାହାଣହାତରେ ଖଡ୍ଗ,ତଳ ଡାହାଣହାତ ବରଦାମୁଦ୍ରାରେ, ଉପର ବାମହାତରେ ଜ୍ୱଳନ୍ତ ମଶାଲ ଓ ତଳବାମହାତ ଅଭୟମୁଦ୍ରାରେ ,ସେ ଭକ୍ତମାନଙ୍କୁ ସମସ୍ତକଷ୍ଟରୁ ମୁକ୍ତକରିଥାନ୍ତି ,ଏଣୁ ସେ ଶୁଭଙ୍କରୀ, ଦେବୀଙ୍କର ଗ୍ରହ – ଶନି,ମନ୍ତ୍ର – ଓଁ ଦେବୀ କାଳରାତ୍ରେଐ ନମଃ,ଜୟ ଜଗଦମ୍ବେ ମାଆ….!! ଜୟଜଗନ୍ନାଥ, ଜୟସୋମନାଥ, ଜୟ ମାଯୋଗମାୟା!!
