ଅକ୍ଟୋବରମାସ୩୦ତାରିଖ୨୦୨୫ମସିହା(ଗୁରୁବାର)କାର୍ତ୍ତିକମାସ- ଶୁକ୍ଳ ,ତିଥି-ଅଷ୍ଟମୀ ଦିବା ଘ୧୦/୦୮ ଗତେ ନବମୀ ,ନକ୍ଷତ୍ର-ଶ୍ରାବଣ। ରାତ୍ରି ଘ୦୭/୧୬ ଗତେ ଧନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୪୬ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୨୦ ,ଯୋଗିନୀ ଐଶାନ୍ୟେଦିବାଘ୧୦/୦୮ଗତେ ପୁର୍ବେ ,ସିଂହରାଶିର ଘତଚନ୍ଦ୍ର ,ତୁଳା ଓ କୁମ୍ଭରାଶିରଘାତବାର ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୨/୨୦ଗତେ ଘ୦୫/୧୨ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୬ ମଧ୍ୟେ ଓ ଘ୦୧/୫୦ଗତେ ଘ ୦୨/୧୯ମଧ୍ୟେ ଓ ଘ୦୬/୦୦ଗତେ ଘ୦୯/୧୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– ନାସ୍ତି ,ଅଦ୍ୟ ଲାଉଭକ୍ଷଣ ନିଷେଧା
ମେଷ-ଆଜି ବିଭିନ୍ନଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ-ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ-ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ୟ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।
କର୍କଟ-ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ୟ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସିଂହ-କର୍ମକ୍ଷେତ୍ରରେ ସ୍ଥଗିତକାର୍ୟ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକରପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବାଜିନିଷ ବିଳମ୍ବରେ ପାଇବେ।
କନ୍ୟା-ନିଜଲୋକମାନଙ୍କ ସହଯୋଗ ଲାଭକରି ନୂତନ କର୍ମାରମ୍ଭ କରିବାରେ ସମର୍ଥହେବେ।ଭଲସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍ ଭାବେ ବୁଝିପାରିବେନି । ସାହିତ୍ୟ, ଚିତ୍ର୍ରକଳା,ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା-ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବକରି ଖୁସୀ ।ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀରସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବାହେତୁ କିଣି ଆଣିଥିବା ଜିନିଷ ବଦଳାଇବାପାଇଁ କଷ୍ଟକର ହେବା ସୂଚନା ରହିଛି ।
ବିଛା-ଆଜି ଲକ୍ଷ୍ୟହୀନ ଭ୍ରମଣସାଙ୍ଗକୁ କାର୍ୟ୍ୟକ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ।ପରୋକ୍ଷ ଶତ୍ରୁତାକାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେହେବ। ପରିବାରରେ ନିଜ ଜିଦ୍ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟିଯିବ ।ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟକରିବେ ।କେତେକକ୍ଷେତ୍ରରେ ସୁଯୋଗପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟପ୍ରତି ସାବଧାନତା ଅବଲମ୍ବନ ନକଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର-ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ ।ଅଫିସ୍ କାମରେ ଫାଇଲ୍ କାମ ଅଟକି ରହିଥିବାସକାଶେ ଅନୁତାପ କରିବାକୁ ପଡ଼ିପାରେ ।ଆଜିର ଯାତ୍ରାର ଲକ୍ଷ୍ୟ ପୂରଣହେବ ।ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।
କୁମ୍ଭ-ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ ।ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନେଦୋଷ ଖୋଜିବୁଲିବେ ।ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦହେବନି।
ମୀନ-ଆଜିର ଜୀବନଯାତ୍ରାପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ ।ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।

କର୍ନ ବା ମାଛଆଖି ସମସ୍ୟା…
ପାଦରେ ହେଉଥିବା “କର୍ନ” ଏକ ରୋଗନୁହେଁ ବରଂ ଏକ ସାଧାରଣ ଚର୍ମସମସ୍ୟା ଯେଉଁଥିରେ ଅନବରତ ଚାପ କିମ୍ବା ଘଷାର ଫଳରେ ଚର୍ମ ମୋଟା ଓ ଶକ୍ତ ହୋଇଯାଏାଯାହା ପ୍ରାୟତଃ ଅନୁପଯୁକ୍ତ ଜୋତାପିନ୍ଧିବା ଯୋଗୁଁ ହୋଥାଏ। ଏହାର ମୁଖ୍ୟତଃ ତିନୋଟି ପ୍ରକାରଅଟେ:-ଆଙ୍ଗୁଳିରେ ହେଉଥିବା ଶକ୍ତକର୍ନ,ଆଙ୍ଗୁଳି ମଧ୍ୟରେ ହେଉଥିବା ନରମକର୍ନ ଏବଂ ପାଦତଳାରେ ହେଉଥିବା ବୀଜ କର୍ନ।ଏଗୁଡିକ ଯନ୍ତ୍ରଣାଦାୟକ ହୋଇପାରେ ଏବଂ ଏଥିପାଇଁ ଚିକିତ୍ସା ଆବଶ୍ୟକ ହୁଏା ଯେପରିକି ପ୍ୟୁମିସପଥର ଦ୍ୱାରା ନରମ କରିବା,ସୁରକ୍ଷାତ୍ମକପ୍ୟାଡ୍ ବ୍ୟବହାର କରିବା ଏବଂ ଉପଯୁକ୍ତ ଜୋତା ପିନ୍ଧିବା।
କର୍ନର ପ୍ରକାରଭେଦ:-ଶକ୍ତକର୍ନ:-ଛୋଟ, ଗାଢ଼ ସ୍ଥାନ ଯାହା ସାଧାରଣତଃ ଆଙ୍ଗୁଳିର ଉପର କିମ୍ବା ପାର୍ଶ୍ୱରେ ହୁଏ, ବିଶେଷକରି ଯେଉଁଠାରେ ହାଡର ଚାପ ଚର୍ମକୁ ଲାଗେ।
ନରମକର୍ନ:-ଧଳା-ଧୂସର, ରବର ପରି ଦାଗ ଯାହା ଆଙ୍ଗୁଳି ମଧ୍ୟରେ ହୁଏ, ପ୍ରାୟତଃ ଚତୁର୍ଥ ଆଙ୍ଗୁଳି ମଧ୍ୟରେ ଆର୍ଦ୍ର ପରିବେଶରେ ହୁଏ।
ବୀଜକର୍ନ:-ଅତି ଛୋଟ କର୍ଣ୍ଣ ଯାହା ପାଦତଳାରେ ଦେଖାଯାଏ, ପ୍ରାୟତଃ ଚାପ ନପଡ଼ୁଥିବା ସ୍ଥାନରେ।କାରଣଗୁଡିକ-ଘଷା ଓ ଚାପ:- ଏହାର ମୁଖ୍ୟ କାରଣ ହେଉଛି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅନବରତ ଘଷା କିମ୍ବା ଚାପ ପଡିବା।
ଅନୁପଯୁକ୍ତ ଜୋତା:-ଟାଣ ଜୋତା, ଉଚ୍ଚ ହିଲ୍ କିମ୍ବା ଢିଲା ଜୋତା ଯାହା ଘଷା ସୃଷ୍ଟି କରେ, ଏହାର ସାଧାରଣ କାରଣ।
କାର୍ୟ୍ୟକଳାପ:-ଦୀର୍ଘ ସମୟ ଧରି ଠିଆ ହେବା, ଚାଲିବା କିମ୍ବା ଦୌଡ଼ିବା ଏହି ସମସ୍ୟା ସୃଷ୍ଟି କରିପାରେ।
ପାଦର ଗଠନ:-ପାଦର ବିକୃତ ଗଠନ କର୍ଣ୍ଣ ହେବାର ସମ୍ଭାବନା ବୃଦ୍ଧି କରିଥାଏ।
ଚିକିତ୍ସା ଓ ପ୍ରତିଷେଧ:-ଚର୍ମକୁ ନରମ କରନ୍ତୁ: ମୋଟା ହୋଇଥିବା ଚର୍ମକୁ ନରମ କରିବା ପାଇଁ ଆପଣଙ୍କର ପାଦଗୁଡିକୁ ଗରମ, ସାବୁନ ପାଣିରେ ଭିଜାନ୍ତୁ।
ଚର୍ମଘଷା:-ଭିଜା ପରେ କର୍ଣ୍ଣ ଉପରେ ଏକ ପ୍ୟୁମିସ ପଥର, ନଖ ଫାଇଲ୍ କିମ୍ବା ଏମେରି ବୋର୍ଡ ଦ୍ୱାରା ଧୀରେ ଧୀରେ ଘଷି ମୃତ ଚର୍ମର ସ୍ତରକୁ କାଢନ୍ତୁ।
ସୁରକ୍ଷାତ୍ମକ ପ୍ୟାଡ୍ ବ୍ୟବହାରକରନ୍ତୁ:- ଚାପ କମ କରିବା ପାଇଁ କର୍ନ ଚାରିପାଖରେ ଏକ ଡୋନଟ୍-ଆକୃତିର ଫୋମ୍ ପ୍ୟାଡ୍ ଲଗାନ୍ତୁ। ଔଷଧୀୟ ପ୍ୟାଡ୍ ସହିତ ସତର୍କ ରୁହନ୍ତୁ, କାରଣ ଏଥିରେ ଥିବା ଏସିଡ୍ ସୁସ୍ଥ ଚର୍ମକୁ ଜ୍ୱାଳା ଦେଇପାରେ।
ଉପଯୁକ୍ତଜୋତା ପିନ୍ଧନ୍ତୁ:- ଭଲ ଫିଟ୍ ହେଉଥିବା ଜୋତା ବାଛନ୍ତୁ ଯାହାର ଆଙ୍ଗୁଳି ପାଇଁ ଯଥେଷ୍ଟ ଜାଗା ଥାଏ। ଯେଉଁ ମୋଜା ଗୁଡ଼ାଏ ନାହିଁ ସେଭଳି ମୋଜା ପିନ୍ଧନ୍ତୁ।
ସେହିସ୍ଥାନକୁ ସୁରକ୍ଷିତ କରନ୍ତୁ:- ନରମ କର୍ଣ୍ଣ ମଧ୍ୟରେ ଗଦା ଦେବା ପାଇଁ ଆଙ୍ଗୁଳି ମଧ୍ୟରେ ଭେଡ଼ାର ପଶମ (ସୂତା ନୁହେଁ) ବ୍ୟବହାର କରନ୍ତୁ।
ଚର୍ମକୁ ଆର୍ଦ୍ରରଖନ୍ତୁ:- ମୋଟା ଚର୍ମ କାଢିବା ପରେ ଆପଣଙ୍କର ଚର୍ମକୁ ଆର୍ଦ୍ର ରଖନ୍ତୁ।
ପାଦନଖ କାଟନ୍ତୁ:- ପାଦନଖ ଛୋଟ ରଖନ୍ତୁ, କାରଣ ଲମ୍ବା ନଖ ଆଙ୍ଗୁଳିକୁ ଅସ୍ୱାଭାବିକ ଅବସ୍ଥାରେ ରଖିପାରେ, ଯାହା କର୍ନ ସୃଷ୍ଟି କରିପାରେ।
ଗୁରୁତ୍ୱପୂର୍ଣ୍ଣ:-ମୋଟା ଚର୍ମକାଟିବା ପାଇଁ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବେ ନାହିଁ। ଯଦି ଆପଣଙ୍କୁ ମଧୁମେହ କିମ୍ବା ରକ୍ତ ସଞ୍ଚାଳନ ସମସ୍ୟା ଅଛି, ତୀକ୍ଷ୍ଣ ଜିନିଷ କିମ୍ବା ପ୍ୟୁମିସ ପଥର ବ୍ୟବହାର କରିବେନାହିଁ ଏବଂ ଚିକିତ୍ସା ପାଇଁ ଜଣେ ବୃତ୍ତିଗତ ଚିକିତ୍ସକଙ୍କୁ ଦେଖାକରନ୍ତୁ,ଆସନ୍ତା ୩୧,୧୦,୨୦୨୫ଶୁକ୍ରବାର ଅଁଳାନବମୀ ଓ ରାଧା ପାଦଦର୍ଶନ ପାଳନ ହେବ ,ଆସନ୍ତା ୨,୧୧,୨୦୨୫ରବିବାର ବଡଏକାଦଶୀ ଓ ପଞ୍ଚୁକ ଆରମ୍ଭ ହେବ ,ଆସନ୍ତା ୪,୧୧,୨୦୨୫,ବଡ଼ଓଷା ଓ ଗଜଭୋଗ ପାଳନ ହେଵ ,ଆସନ୍ତା ୧,୧୧,୨୦୨୫ ଦଶମୀ ୯ରେ ଶେଷହେଉଛି ,ତାପରେ ଏକାଦଶୀ ଆସୁଛି , ତାପର ଦିନ ସୂର୍ୟ୍ୟଉଦୟପରେ ଏକାଦଶୀ ୭ରହୁଛି,ଏକାଦଶୀ ପଞ୍ଚୁକ ରବିବାର ପାଳନ ହେବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

