ମାର୍ଚ୍ଚମାସ ୨୪ତାରିଖ ୨୦୨୬ମସିହା(ମଙ୍ଗଳବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ଷଷ୍ଠୀ ଦିବା ଘ୦୪/୨୩ଗତେ ସପ୍ତମୀ,ନକ୍ଷତ୍ର-ରୋହିଣୀ ରାତ୍ରି ଘ୦୭/୫୭ ଗତେ ମୄର୍ଗଶିର,ସୁର୍ୟୋଦୟ-ପ୍ରାତଃଘ୦୫/୫୨/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୩୭,ଯୋଗିନୀ ପଶ୍ଚିମେ ଦିବାଘ୦୪/୨୩ଗତେ ବାୟବ୍ୟେ,ବିଛାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବାଘ୦୪/୨୩ଗତେ ଦ୍ୱିପାଦପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୪ଗତେ ଘ୦୨/୫୭ମଧ୍ୟେ,ବାରବେଳା-ଦିବା ଘ୦୭/୨୪ଗତେ ଘ୦୮/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୫୬ଗତେ ଘ୧୦/୪୦ମଧ୍ୟେ ଓ ଘ୦୩/୨୯ଗତେ ଘ୦୫/୦୬ମଧ୍ୟେ ଓ ରାତ୍ରି ଘ୦୬/ ୪୫ଗତେ ଘ୦୯/୦୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି,ଅଦ୍ୟ ନିମ୍ବ ଦିବା ଘ୦୪/୨୩ଗତେ ତାଳଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ ଅନୁକୁଳ ରହିବ।ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବାଲାଗି କ୍ରମାଗତପ୍ରୟାସ କରିବେ ଏବ˚ ସଫଳ ହେବେ।ବିଦେଶଯିବା ଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛିକରିବା ପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନ ହେବ।ନେତାଙ୍କ ମାଧୢମରେ ଲାଭପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂରହେବ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିବେ।ପଇସା ଯେମିତି ଆସିବ;ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣବ୍ୟକ୍ତିଙ୍କ ସହିତ ସାକ୍ଷାତହେବ।ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କଲାଗି ସବୁଦୃଷ୍ଟିରୁ ଭଲ।ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନଆସିବ।ବିଦେଶରେ ଚାକିରିପାଇଁ ପ୍ରୟାସ କରୁଥିବାବ୍ୟକ୍ତିଙ୍କୁ ଶୁଭ ସ˚କେତମିଳିପାରେ।ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେରହିଛି।ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।ଆୟ ବୃଦ୍ଧିହେବ।ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନକରିବେ।ସ୍ବାସ୍ଥ୍ୟପ୍ରତି ଟିକେ ଧୢାନଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁକାମ କରିନେବେ।ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ଦାୟିତ୍ବ ଦେବେ।ନୂଆନୂଆ ଲୋକଙ୍କସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତବଢ଼ାଇବେ।ବିଦ୍ୟୁତ୍ ଓ ବଡବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବାଲାଗି ମନବଳିବ।
ବିଛା:-ଆଜି କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ।ରାଜନୀତି କ୍ଷେତ୍ରରେଥିବା ବ୍ୟକ୍ତିଙ୍କୁ ଲାଭମିଳିବ।ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
ଧନୁ:-ଆର୍ଥିକଲାଭ ପାଇଁ ଭଲଦିନଟିଏ।କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ।ମହିଳାମାନେ ଜରୁରୀଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ।ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ।ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।ବନ୍ଧୁଙ୍କସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବାମାର୍ଗରେ ଚାଲନ୍ତୁ,ଆପଣଙ୍କୁ ସଫଳତାମିଳିବ।ବିଦେଶରେ ବ୍ୟବସାୟ କରୁଥିବାବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍ କରିବେ।ପଇସାକୁ ନେଇ କାହାରିସହିତ ବିବାଦ ହୋଇପାରେ।ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:- ଆଧୢାତ୍ମିକଭାବନାରେ ସମୟବିତିବ।ବିଭିନ୍ନକ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସ କରିବେ। କଳାସାହିତ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ।ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

ଆଜିର ରାଶିଫଳ
Prev Post
Next Post
