ଆଜିର ରାଶିଫଳ

(ରବିବାର)୨୦୨୨ମସିହା,ଜାନୁଆରୀ ମାସ ୨୩ ତାରିଖ

0 407

ମାଘମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୯/୨୦ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୫୫,ଯୋଗିନୀ ଦକ୍ଷିଣେ ଦିବା ଘ୯/୨୦ ଗତେ ପଶ୍ଚିମେ ଦିବା ଘ୯/୨୦ ମନ୍ଧେ ଯାତ୍ରା ଶୁଭ ,ଦକ୍ଷିଣେ ,ଅଗ୍ନିକୋଣେ ,ପୂର୍ବେ ଯାତ୍ରା ନାସ୍ତି,ଉତ୍ତରାଫା ଓ ହସ୍ତା ନକ୍ଷତ୍ରେ (ବିବାହ ଓ ପାଣିଗ୍ରହଣ)ମେଷ ରାଶି ଘାତବାର,ବୃଷ ରାଶି ର ଘାତଚନ୍ଦ୍ର
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ(ଶ୍ରୀଫଳ ଓ ବେଲ) ଦିବା ଘ୯/୨୦ ଗତେ ନିମ୍ବ ଭକ୍ଷଣ ନିଷେଧ।
🐏ମେଷ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।
🐮ବୃଷ-ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
👩‍❤️‍👨ମିଥୁନ-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।
🦀କର୍କଟ-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ।
🦁ସିଂହ-ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ବଡଲାଭ ହାତରେ ଲାଗିପାରେ।
🙎‍♀️କନ୍ୟା-ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
⚖️ତୁଳା-ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।
🦂ବିଛା-ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ଇମେଲ୍‌ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
🏹ଧନୁ-ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
🐊ମକର👉ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

ଧନୁ :- ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
🏺କୁମ୍ଭ-ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।
🐟ମୀନ-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

ମୀନ:- ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ମଧୂର ରହିବ।ଅନ୍ଧାର ଆଲୁଅ ସୁଖ ଅବା ଦୁଃଖ-ଜୀବନ ଯାତ୍ରା

 

 

Leave A Reply

Your email address will not be published.