ଆଜିର ରାଶିଫଳ

0 212

ପୁତ୍ରଦା ଏକାଦଶ.୨୦୨୨ ମସିହା ଅଗଷ୍ଟ ମାସ ୮ ତାରିଖ (ସୋମବାର) ଶ୍ରାବଣମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୬/୫୨ ର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୮/୩୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୨ ,ମିଥୁନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ରାତ୍ରି ଘ୬/୫୨ ଗତେ ପୁତିକା(ପୋଇ) ଭକ୍ଷଣ ନିଷେଧ ।
ମେଷ- ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି । ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ । ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ।
ବୃଷ-ବନ୍ଧୁ ବାନ୍ଧବ ମାନଙ୍କ ଠୁ ସହଯୋଗ ମିଳିବ ଓ ମନର ବୋଝ ହାଲୁକା ହେବ । ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ଆଜି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପ୍ରେମୀ ଦୁରେଇ ଗଲା ପରି ଲାଗିପାରେ
ମିଥୁନ-ନିଜର ନକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରି ପାରୁନାହାନ୍ତି । ଏହି କଥା କୁ ବୁଝିବା ପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିର ଅନ୍ତ କରି ଦେଇଛି । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
କର୍କଟ-ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳ-ଖୁଦ ।ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି । ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
ସିଂହ-ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
ବିଛା-ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
ମକର-ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ
ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।
ନିତୀ ବାଣୀପାଦକୁ ନିଶୁଣୀ ?ବିଷୟଟି ଅସ୍ବାଭାବିକ ମନେ ହୁଏ, ତେବେ ଆଧ୍ୟାତ୍ମିକ କ୍ଷେତ୍ରରେ ଏହା ସତ୍ୟ।ସେହି ପାଦ ଏତେ ଉଚ୍ଚ ଯେ, ବିନା ନିଶୁଣି ରେ ତାକୁ ଛୁଇଁ ହୁଏ ନାହିଁ।ତାହା ହେଉଛି ” ପଦ୍ମପାଦ ” ଯେଉଁ ପାଦକୁ ପାଇବାକୁ ଯୁଗ ଯୁଗ ଧରି ଦେବତା, ଯକ୍ଷ, ଗନ୍ଧର୍ବ, ମୁନି ଋଷି, ସାଧୁ ସନ୍ଥ ଜୀବନ ହରାଇଛନ୍ତି କିନ୍ତୁ,ସେ ନିଶୁଣି କୁ ଚଢ଼ି ପାଦରେ ପହଂଚି ପାରି ନାହାନ୍ତି ? ଆମେ ସଧାରଣ ମଣିଷ ହୋଇ ଚେଷ୍ଟା କଲେ କ୍ଷତି ନାହିଁ !ସ୍ଵର୍ଗକୁ ନିସୁଣୀ ଦରକାର ନାହିଁ।
ବାସ୍ତୁଟିପ୍ପଣୀ-ଜାଣନ୍ତୁ କାହିଁକି ଘରେ ଏବଂ ଅଫିସରେ ଲଗାଇବା ଦରକାର ଦୌଡୁଥିବା ଘୋଡାର ଫଟୋ ?ଏଥିରେ କୌଣସି ସନ୍ଦେହ ନାହିଁ କି ଗୋଟେ ମଣିଷର ଇଚ୍ଛା ଏତେ ଅଧିକ ହୋଇଥାଏ କି ସେ ସରିବାର ନାମ ହିଁ ନିଏନି । ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ମଣିଷକୁ ବହୁତ ସାରା ଟଙ୍କାର ଆବଶ୍ୟକ ପଡିଥାଏ । ଏହି ଦୁନିଆର ସବୁ ମଣିଷ ଧନୀ ହେବାକୁ ଚାହାନ୍ତି । ଟଙ୍କା କମାଇବା ଚକରରେ ମଣିଷ ଏହା ଭୁଲି ଯାଇଥାଏ କି ସେ ସେତେବେଳେ ଧନୀ ହୋଇଥାଏ, ଯେତବେଳେ ତାର ନିଜ ସ୍ୱାସ୍ଥ୍ୟ ଠିକ ଥାଏ ଏବଂ ଏହା ସହିତ ତା ଭିତରେ ପଇସା କମାଇବାର ଶକ୍ତି ଭରପୁର ହୋଇରହିଥାଏ । ଯେଉଁ ମଣିଷ କଠିନ ପରିଶ୍ରମ କରିଥାଏ ତାକୁ ସଫଳ ହେବାରେ କେହି ରୋକି ପାରନ୍ତି ନାହିଁ ।ଏହାଛଡା ଯଦି ବାସ୍ତୁ ଶାସ୍ତ୍ର ହିସାବରେରେ କାମ କରିବା ତାହେଲେ ବି ଆପଣଙ୍କୁ ବୃଦ୍ଧି ମିଳିଥାଏ ।
କେତେ ଥର ମଣିଷର କଠିନ ପରିଶ୍ରମ ସହିତ ତାର ଭଲ ଭାଗ୍ୟ ବି ବହୁତ ମହତ୍ବପୂର୍ଣ ହୋଇଥାଏ । ଏଠି ପାଇ ଆମେ ଆଜି ଆପଣଙ୍କୁ ଦୌଡୁ ଥିବା ଘୋଡାର ଏକ ଏମିତି ଉପାୟ ଆଣିଛୁ ,ଯାହାକୁ କରିବା ପରେ ସଫଳତା ଆପଣଙ୍କ ପାଖକୁ ଆସିବ । ଯଦି ଆପଣ ଆପଣଙ୍କ ଘରେ ଦୌଡୁ ଥିବା ଘୋଡାର ଫଟୋ ଆଣି ଆପଣଙ୍କ ଘର କାନ୍ଥରେ ଲାଗାଇବେ ତାହେଲେ ଆପଣ କରୁଥିବା କାମର ଗତି ବଢିବ । ଦୌଡୁ ଥିବା ଘୋଡାକୁ ସଫଳତା ,ତେଜ ,ଉନ୍ନତି ,ଏବଂ ତାକତର ପ୍ରତୀକ ବୋଲି କୁହାଯାଏ ।
ଶାସ୍ତ୍ର ଅନୁସାରେ ୭ ଅଙ୍କଟି ସାର୍ବଭୋମିକ ଏବଂ ପ୍ରକୃତିକ ହୋଇଥାଏ । ଏହା ଛଡା ଇନ୍ଦ୍ରଧନୁରେ ବି ସାତଟି ରଙ୍ଗ ରହିଥାଏ ,ଏହା ସହିତ ସାତ ରୁଷି ,ବିବାହରେ ସାତ ଫେରା ଇତ୍ୟାଦିରେ ସାତ ଅଙ୍କ ରହିଅଛି । ସେଥିପାଇଁ ସାତ ଘୋଡାର ଫଟୋ ଆଣି ଲଗାଇଲେ ବହୁତ ଶୁଭ ହୋଇଥାଏ । ଯଦି ଆପଣ ଆପଣଙ୍କ ଅଫିସର ପ୍ରଗତି ବଢାଇବାକୁ ଚାହୁଛନ୍ତି ତାହେ ଆପଣ ଆପଣଙ୍କ ଚାମ୍ବରରେ ସାତଟି ଦୌଡୁ ଥିବା ଘୋଡାର ଫଟୋ ଆଣି ମାରନ୍ତୁ । ଏହି ଫଟୋକୁ ଦକ୍ଷିଣ ଦିଗରେ ହିଁ ଲଗାନ୍ତୁ ।
ଏହା ଦ୍ଵାରା ନକରାତ୍ମକ ଶକ୍ତି ବି ନାଶ ହୋଇଥାଏ । ଏହା ଛଡା ଯଦି ଆପଣ କରଜରେ ପରିସାନ ଅଛନ୍ତି ତେବେ ଘର ବା ଅଫିସର ଉତ୍ତର ପଶ୍ଚିମ ଦିଗରେ ଆର୍ଟିଫିସିଆଲ ଘୋଡାର ଯୋଡା ରଖନ୍ତୁ । ଆମେ ପାର୍ଥନା କରୁଛୁ କି ଏହି ଦୌଡୁ ଥିବା ଘୋଡାର ଫଟୋ ଲଗାଇବା ଫଳରେ ଆପଣ କିସ୍ମତ ବି ଦୌଡିବାକୁ ଲାଗିବ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.