ଆଜିର ରାଶିଫଳ

0 212

ଗ୍ରହ୍ମାପର୍ବ, ବଳଭଦ୍ର ଜନ୍ମ ଓ ରାକ୍ଷୀବନ୍ଧନ,୨୦୨୨ମସିହା ଅଗଷ୍ଟମାସ ୧୧ ତାରିଖ (ଗୁରୁବାର) ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାସୁର୍ୟୋଦୟ ପ୍ରାତଃ ଘ୦୫/୨୮/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୦୮ ,ତୁଳା ଓ କୁମ୍ଭ ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିରି ଦିବା ଘ୧୦/୪୦ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଛ ,ମାଂସ ଭକ୍ଷଣ ନିଷେଧ ।
ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ-ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ମିଥୁନ-ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
କର୍କଟ-ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ସିଂହ-ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
କନ୍ୟା-ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
ତୁଳା-ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
ବିଛା-ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
ଧନୁ-ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
ମକର-କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ-ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
ମୀନ-ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ନିତୀବାଣୀ-ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !!
ବାସ୍ତୁଟିପ୍ପଣୀ-ଗୁରୁବାର ଦିନ ବେଲ ଗଛ ମୂଳରେ ଧୂପ ଜଳାନ୍ତୁ-ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ । ଏପରି ସାତୋଟି ରବିବାର କରିବା ଦ୍ୱାରା ମାନସ୍କାମନା ନିଶ୍ଚିନ୍ତ ପୂରଣ ହୁଏ ।ଆଜି ର ଦିନଟି ମଙ୍ଗଳ ମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.