ଆଜିର ରାଶିଫଳ

0 256

ଅଙ୍ଗଭେଟ ତୃତୀୟା ,୨୦୨୨ ମସିହା ଅଗଷ୍ଟ ମାସ ୧୪ ତାରିଖ (ରବିବାର)ଭାଦ୍ରବ ମାସ -କୃଷ୍ଣପକ୍ଷ ,ତିଥି-ତୃତୀୟା ରା ଘ୧୦/୩୮ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୦/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୭ ,ମେଷ ରାଶିର ଘାତବାର ,ଧନୁ ରାଶିର ଘାତଚ¦â, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ରାତ୍ରି ଘ୧୦/୩୮ ଗତେ ମୂଳା ଭକ୍ଷଣ ନିଷେଧ ।
ମେଷ-ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ବୃଷ-ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ।
ମିଥୁନ-ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ଆମଦାନିରେ ବୃଦ୍ଧି ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କର୍କଟ-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ପାଇବେ। ଭାଇ ଭଉଣୀଙ୍କ ସହଯୋଗରେ କୌଣସି କାମ ଆରମ୍ଭ କରିବେ।
ସିଂହ-ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ସବୁ କଷ୍ଟର ନିବାରଣ ହେବ।
କନ୍ୟା-ଶିକ୍ଷକଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କାର‌୍ୟ୍ୟରେ ମାଆଙ୍କ ସହଯୋଗ ପାଇବେ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ମିଳିବ।
ତୁଳା-କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଧର୍ମଗ୍ରନ୍ଥ ପଢ଼ିବାରେ ରୁଚି ବଢ଼ିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିଛା-ନିଜର ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ବେପାରରେ ଲାଭ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଠିକ୍ ରହିବ।
ଧନୁ-ପରିବାରକୁ ଅଧିକ ସମୟ ଦେବାର ସୁଯୋଗ ପାଇବେ। ଅର୍ଥ ପାଇଁ କୌଣସି କାମ ସ୍ଥଗିତ ରହିପାରେ। କୌଣସି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି, ତେଣୁ ସତର୍କ ରୁହନ୍ତୁ।
ମକର-ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଅଧିକ ପରିଶ୍ରମ କରି ସନ୍ତୋଷଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟ ରେ ରୁଚି ବଢ଼ିବ।
କୁମ୍ଭ-ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କାମରେ ବନ୍ଧୁଙ୍କ ପରାମର୍ଶ ଲାଭପ୍ରଦ। ଆପଣଙ୍କ ବିବାହ ପ୍ରସଙ୍ଗରେ ଆସୁଥିବା ବାଧା ପାଇଁ ଚିନ୍ତିତ ରହିବେ।
ମୀନ-ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମ କଲେ ଯାଇ ଫଳ ପାଇବେ। ଅଫିସର କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
ନିତୀବାଣୀ-ପାଣିକୁ ନ ପସିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ,ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ।
ବାସ୍ତୁ ଟିପ୍ପଣୀଘରେ କଳି ଲାଗୁଛି କି ଏ ଗୋଟିଏ କାମ କରନ୍ତୁ ନିଶ୍ଚିତ ଶାନ୍ତି ଫେରି ପାଇବେ●●●
ଯଦି ଗୋଟେ ପରିବାରରେ ବାରମ୍ବାର କଳି ସୃଷ୍ଟି ହେଉଛି ତାହା ଦ୍ୱାରା ସବୁଠୁ ଅଧିକ କ୍ଷତି କଣ ହୋଇଥାଏ ଏବଂ ଯଦି ଆପଣଙ୍କ ପରିବାରରେ କୌଣସି ଅଶାନ୍ତି ଦେଖାଦେଉଛି ତାହେଲେ ତାକୁ ଦୂର କରିବା ପାଇଁ କଣ ବାଟ ରହିଛି ଆସନ୍ତୁ ଜାଣିବା।
ପ୍ରଥମ କଥା ହେଉଛି ଯଦି ଗୋଟେ ପରିବାରରେ କଳହ ଲାଗିରହେ ତାହା ଦ୍ୱାରା ଲକ୍ଷ୍ମୀ ଛାଡି ଚାଲିଯାଇଥାଆନ୍ତି ଏବଂ ଯଦି ପରିବାର ମଧ୍ୟରେ ଶିଷ୍ଟାଚାର ନଥାଏ ତାହା ଦ୍ୱାରା ଆପଣଙ୍କର ନାନାବିଧ ଅମଙ୍ଗଳ ହୋଇଥାଏ ଏବଂ ବଡ଼ ସାନ ଯଦି କେହି ନମାନେ ତାହେଲେ ଦାରିଦ୍ର‌୍ୟତା ମଧ୍ୟ ବଢିଥାଏ।
ତ ସବୁବେଳେ ଗୋଟେ କଥା ମନେରଖନ୍ତୁ ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଯଦି କଳହ ସୃଷ୍ଟି ହେଉଛି କିମ୍ବା ପାଟି ତୁଣ୍ଡ ଲାଗିରହୁଛି ତାହେଲେ ଘରର ଅଶାନ୍ତି ଦେଖାଯିବା ସହିତ ଆପଣଙ୍କର ବହୁତ ମାତ୍ରାରେ ସମସ୍ୟା ଦେଖାଦେଇଥାଏ ଏବଂ ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଯେତିକି ମାତ୍ରାରେ ଉନ୍ନତି ହୋଇଥାଏ ଘରର ସେହି ପରିଣାମରେ ହୋଇନଥାଏ ଦରିଦ୍ର ଦିନକୁ ଦିନ ବଢିବାର ଲାଗିଥାଏ।ତ କେବେ ହେଲେବି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପଡୁନାହିଁ ଯାହା ଦ୍ୱାରା ଆପଣଙ୍କ ଉପରେ ଏସବୁ ପ୍ରଭାବ ପଡିଥାଏ। ତ ଏଠି ଗୋଟେ କଥା କହିବା ପାଇଁ ଯାଉଛୁ ଯେ ଯଦି ଆପଣଙ୍କ ପରିବାରରେ ବାରମ୍ବାର କଳହ ସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖା ଦେଉଛି ତାହେଲେ ଆପଣ ମାନେ ଗୋଟେ କାମ କରନ୍ତୁ ଆପଣ ନିହାତି ଭାବେ ଗୀତାର ଭାଗବତ ପୁରାଣ ଶାସ୍ତ୍ର ଆଦିକୁ ପାଠ କରନ୍ତୁ।
ଯାହା ଦ୍ୱାରା ଆପଣଙ୍କ ଗୃହରେ ଲକ୍ଷ୍ମୀ ବାସ କରିବେ ଏବଂ ନାନାବିଧ ମଙ୍ଗଳ ହୋଇଥାଏ। ତାହା ଛଡା ଆପଣଙ୍କର ସନ୍ତାନ ମାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ତ ଏସବୁ କାର୍ଯ୍ୟ ଆପଣମାନେ ନିହାତି ଭାବେ କରନ୍ତୁ ଆପଣଙ୍କ ପରିବାରରେ ନିହାତି ଭାବେ ମଙ୍ଗଳ ହେବ। ତ ଶେଷରେ ଗୋଟେ କଥା ଜଣେଇଦେଉଛୁ ଯଦି ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି ତାହେଲେ ଅତିଥୀଙ୍କ ସେବା କରନ୍ତୁ। ଯାହା ଦ୍ୱାରା ସବୁଠୁ ଅଧିକ ଲାଭ ହୋଇଥାଏ ଆପଣଙ୍କର।
ସର୍ବଦେବୀଙ୍କର ଆଶୀର୍ବାଦ ମିଳିଥାଏ ଆପଣଙ୍କୁ। ଆପଣଙ୍କର ଯେଉଁ ଘରର ଯେଉଁ ଅମଙ୍ଗଳ ହେଉଥାଏ ତାହା ଦୂର ହୋଇଯାଇଥାଏ। ଘର ପରିବାରରେ ଯେଉଁ କଳହ ସୃଷ୍ଟି ହେଇଥାଏ ତାହା ମଧ୍ୟ ଦୂର ହୋଇଯାଇଥାଏ। ତ ଏହି କାମକୁ ନିହାତି ଭାବେ କରନ୍ତୁ। ଯାହା ଦ୍ୱାରା ଆପଣଙ୍କ ପରିବାରରେ ଯଦି କୌଣସି କଳି ସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖାଦେଉଛି ତାହେଲେ ଦୂର ହୋଇଯିବ।

ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.