ଆଜିର ରାଶିଫଳ

0 260

୧୭-୨-୨୦୨୩(ଶୁକ୍ରବାର)ରାତ୍ରିଘ୧୧।୩୦ଗତେଦକ୍ଷିଣେ ଯାତ୍ରାନାସ୍ତି । ଅଦ୍ୟ ଦେବତା ଗଠନ ,ନୌକାଗଠନ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ରାତ୍ରି ଘ୮।୫୪ ଗତେ ରାତ୍ରି ଘ୧୨।୨୪ ମଧ୍ୟେ ଉତ୍ତରାଷାଢ଼ା ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ । ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ସିଂହରାଶିର ଘାତଚନ୍ଦ୍ର । ବିଛା ଧନୁ ମୀନରାଶିର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପୋଇ ଭକ୍ଷଣନିଷେଧ ।ବୈଷ୍ଣବ ସମ୍ମତ ଏକାଦଶୀ ଉପବାସ ।
ମେଷ:-ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ସ˚ପୂର୍ଣ୍ଣ ହେବ। ଖୁସି ଖବର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଭେଟ ହେବ। ସମାଜରେ ମାନ ସମ୍ମାନ ପାଇବେ।
ବୃଷ:-ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ଲାଭ ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଛାତ୍ରୀଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।
ମିଥୁନ:-ନିଜ ଉପରେ ବିଶ୍ବାସ ରଖନ୍ତୁ। ଆଇନ ମାମଲା ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ। ଦାମ୍ପତ୍ୟ ଜୀବନରେ ସହଯୋଗ ବଢ଼ିବ।
କର୍କଟ:-ନୂତନ ସ୍ଥାନରେ ବ୍ୟବସାୟ ପାଇଁ ସୁଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।
ସି˚ହ:-ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ପ୍ରତିକୂଳ ପରିସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଆର୍ଥିକ ଲାଭର ଯୋଗ ରହିଛି।
କନ୍ୟା:-ବ୍ୟବସାୟ ବୃଦ୍ଧି ଲାଗି ମନର ବିଚାର ସଫଳ ରୂପ ନେବ। ଇ˚ଜିନିୟରଙ୍କୁ ଭଲ ଚାକିରି ସୁଯୋଗ ମିଳିପାରେ। ଠକାମୀର ଶିକାର ହୋଇପାରନ୍ତି।
ତୁଳା:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।
ବିଛା:-ବନ୍ଧୁଙ୍କ ମାଧୢମରେ କିଛି ଆଶା ପୂରଣ ହେବ। ଲେଖିବା କାର‌୍ୟ୍ୟରେ ରୁଚି ରହିବ। ବ୍ୟବସାୟରେ ଆଗକୁ ବଢ଼ିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।
ଧନୁ:-କାମ ସମ୍ପର୍କିତ ଫଇସଲା ନେଇ ସନ୍ତୁଷ୍ଟ ହେବେ। ଉଚ୍ଚ ଅଧିକାରୀ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
ମକର:-ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ବେପାରରେ ଲାଭ ହେବ। ଘରୋଇ ଖର୍ଚ୍ଚ ବଢ଼ିପାରେ।
କୁମ୍ଭ:-ଅଫିସରେ ସହଯୋଗୀଙ୍କ ପ୍ରଶଂସା ପାଇବେ। କାରବାରରେ ପୁଞ୍ଜି ନିବେଶ କରିବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ସୃଷ୍ଟି ହେବ।
ମୀନ:-ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଆଜି ଯାହା ବି କାମ କରିବେ, ସଫଳତା ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମୟା!!

 

Leave A Reply

Your email address will not be published.