ଆଜିର ରାଶିଫଳ

ପ୍ରେବୃଆରୀମାସ ୨୨ତାରିଖ ୨୦୨୩ମସିହା(ବୁଧବାର)
ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି- ତୃତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/ ୦୯, ଧନୁରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ପୋଟଳ ଭକ୍ଷଣ ନିଷେଧ।
🐏ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟର ଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି।
🐮ବୃଷ-କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
👩‍❤️‍👨ମିଥୁନ-ଆପଣଙ୍କ ବ୍ୟବହାର ରେ ଅନ୍ୟର ହୃଦୟ ଜିଣିବେ। କୌଣସି କାମରୁ ଆଜି ବଡ଼ ଫାଇଦା ହେବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସିଦ୍ଧିପ୍ରାପ୍ତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
🦀କର୍କଟ-ଭାଗ୍ୟର ସହଯୋଗ ପାଇବେ।ମନମୁତାବକ ଫଳାଫଳ ମିଳିବା ହେତୁ ଖୁସି ରହିବେ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ସିନେମା ଦେଖିବା ଲାଗି ଯୋଜନା କରିବେ।
🦁ସିଂହ-ସାବଧାନତାର ସହ କାମ କରନ୍ତୁ; ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ଖାଦ୍ୟପାନୀୟର ମଜା ନେବେ।
🙎‍♀️କନ୍ୟା-ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ସାମାଜିକ ସମାରୋହରେ ସହଯୋଗ ପକରିବାର ସୁଯୋଗ ମିଳିବ। ବଜେଟକୁ ଧ୍ୟାନରଖି ଖର୍ଚ୍ଚ କରନ୍ତୁ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
⚖️ତୁଳା-ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ଆପଣଙ୍କଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ବ୍ୟବସାୟରେ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।
🦂ବିଛା-ମନରେ ଧାର୍ମିକ ଭାବନା ଉଦୟ ହେବ। ବାପାମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆଇନ କାନୁନ ମାମଲାର ସମାଧାନ ହୋଇପାରେ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କ୍ରିକେଟ୍‌ ଖେଳାଳି ମାନେ ବଢ଼ିଆ ପ୍ରଦର୍ଶନ କରିବେ।
🏹ଧନୁ-ଆପଣ ନିଜର ଇଚ୍ଛା ପୂରା କରିବାଲାଗି ଚେଷ୍ଟା କରିବେ। ଧନର ଆଗମନ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନା ରେ ଯୋଗଦେବାପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବା ଲାଗି ପ୍ରତିଦିନ ପ୍ରାତଃଭ୍ରମଣ ଓ ଯୋଗ କରନ୍ତୁ।
🐊ମକର- ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ଫୋନ୍‌ରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟଧରି କଥାବାର୍ତ୍ତା ହେବେ। ବ୍ୟବସାୟ ବୃଦ୍ଧିଲାଗି ଉପାୟ ଫଳପ୍ରଦ ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
🏺କୁମ୍ଭ-ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଜମିଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ପ୍ରେମର ଆବେଦନଲାଗି ଶୁଭ ସମୟ।
🐟ମୀନ-ଦିନଟି ସକାରାତ୍ମକ ରହିବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କ ଚେଷ୍ଟା ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କ୍ରିକେଟ୍‌ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।

ନୀତିବାଣୀ-ବିଶ୍ୱାସ କାଚଗ୍ଲାସ ପରି ,ଥରେ ଭାଙ୍ଗିଗଲେ,ଏହା ଆଉ ସମାନ ଆଗ ଭଳି କେବେହେଲେ ହେବ ନାହିଁ।
ବାସ୍ତୁଟିପ୍ପଣୀ-କରଜ ଏବଂ ଋଣ ରୁ ମୁକ୍ତି ପାଇବାକୁ ଚାଁହୁଚନ୍ତି କି,କରନ୍ତୁ ଏହି ୩ଟି ବାସ୍ତୁ ଉପାୟ… କିପରି କରଜରୁ ମୁକ୍ତି ପାଇବେ ଓ ଧନ ଲାଭ କରିପାରିବେ,ଏବିଷୟରେ ଆଜି ଜାଣିବା? ବେଳେବେଳେ ଆମେ ଏପରି ସ୍ଥିତିରେ ପହଂଚି ଥାଉ ଯେ ଯାହାଦ୍ୱାରା ଆମକୁ ଅଧିକ ଧନର ଆବଶ୍ୟକତା ପଡିଥାଏ | ସେହି ସମୟରେ ଆମକୁ ଆମ ପରିବାର ଏବଂ ମିତ୍ରଙ୍କଠାରୁ କିଛି ଧନର ଆବଶ୍ୟକତା କରିଥାଉ ଏବଂ ଉଦ୍ଧାର ନେଇଥାଉ ମାତ୍ର ତାହା ଆମକୁ ସଠିକ ସମୟରେ ଫେରାଇବାକୁ ପଡିଥାଏ | ଏବେ ଆମେ ଏହି ସମସ୍ୟାରୁ କିପରି ମୁକ୍ତିପାଇବା ଜାଣିବା।ସେହି ଉପାୟ କରିବାଦ୍ୱାରା ଆପଣଙ୍କର କରଜରୁ ମୁକ୍ତି ପାଇପାରିବେ।ଏବେ ଆସନ୍ତୁ ଜାଣିବା ସେହିଉପାୟ ବିଷୟ ରେ-
ପ୍ରଥମଉପାୟ- ଆପଣ ବୁଧବାର ଦିନ ସ୍ନାନ କରିସାରିବା ପରେ ଭଗବାନ ଗଣେଶଙ୍କଠାରେ ପୂଜା କରନ୍ତୁ ଏବଂ ଋଣରୁ କେମିତି ମୁକ୍ତି ପାଇବେ ପ୍ରାଥନା କରନ୍ତୁ ଏବଂ ମୋଦକ ଭୋଗ କରନ୍ତୁ ତାସହ ପୂଜା କରିବା ସମୟରେ ଦୁବପତ୍ର ଏବଂ ଫୁଲ ଅର୍ପଣ କରନ୍ତୁ |ଏପରି କରିବା ଦ୍ୱାରା ଧନଜନିତ ସମସ୍ୟା ଆପଣଙ୍କର ଦୂର ହୋଇଯିବ।
ଦ୍ୱିତୀୟଉପାୟ-ଦୁଇଟି ମଙ୍ଗଳ ବାରରେ ବଜରଙ୍ଗବଲିଙ୍କୁ ବସ୍ତ୍ର ଚଢାନ୍ତୁ ଏବଂ ହନୁମାନଙ୍କ ଚରଣ ରୁ ସିନ୍ଦୁରନେଇ ମଥାରେ ଲଗାନ୍ତୁ ।ଏହାସହିତ ନିୟମିତ ହନୁମାନ ଚାଳିଶା ପଠନକରନ୍ତୁ । ଏହା ଦ୍ୱାରା ଋଣରୁ ଶୀଘ୍ର ମୁକ୍ତି ପାଇବେ।
ତୃତୀୟଉପାୟ-ଏହି ଉପାୟ ମଙ୍ଗଳାବାର ହେବ | ଆପଣ ମଙ୍ଗଳବାର ଶିବମନ୍ଦିର ଯାଇ ଶିବଲିଙ୍ଗଉପରେ ମସୁର ଡାଲି ଚଢାନ୍ତୁ ଓ ତାସହ ଓଁ ନମଃ ଶିବାୟ ଯନ୍ତ୍ର ଟିର ଅଧିକରୁ ଅଧିକ ଜପ କରନ୍ତୁ | ଏପରି କରିବାଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣରୁ ମୁକ୍ତିପ୍ରାପ୍ତ ହେବ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.