ଆଜିର ରାଶିଫଳ

0 202

୨୦୨୩ ମସିହା ଅପ୍ରେଲମାସ ୨୯ତାରିଖ ଶନିବାର।ଓଡ଼ିଶାର ପ୍ରଥମଗ୍ରହକ୍ଷେତ୍ର ଜଳୁକା ଶନିଦେବଙ୍କ ଶନିଶ୍ଚରଯଜ୍ଞ ଓ ଶନିମେଳାସୀତାନବମୀ ବ୍ରତ । ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୩/୦ ,ସୂର୍ଯ୍ୟାସ୍ତ- ଘ୬/୫/୮ ,ବୈଶାଖମାସ ,ଶୁକ୍ଳପକ୍ଷ ,ତିଥି- ନବମୀ ସଂନ୍ଧ୍ୟା ଘ୬/୨୯ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧/୩୫ମି ପରେ ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ଘାତଚନ୍ଦ୍ର–ଦିବା ଘ୧/୩୫ମି ପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଏବଂ ସନ୍ଧ୍ୟା ଘ୬/୨୯ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା- ପ୍ରାତଃ ରୁ ଘ୬/୫୨ମି ମଧ୍ୟେ, ଘ୪/୨୯ମି ରୁ ଘ୬/୫ମିପର୍ଯ୍ୟନ୍ତ ।ବାରବେଳା ଦିବା ଘ୧/୧୯ମି ରୁ ଘ୨/୫୬ମିପର୍ଯ୍ୟନ୍ତ ।କାଳରାତ୍ରି ଅସ୍ତରୁ ରାତ୍ରି ଘ୭/୩୩ମି ମଧ୍ୟେ, ଘ୩/୧୪ମି ରୁ ନିଶାନ୍ତ ଘ୫/୨୨ମିପର୍ଯ୍ୟନ୍ତ ।ଶୁଭବେଳା–ଅମୃତ ଦିବା ଘ୯/୨୧ମି ରୁ ଘ୧୨/୩୩ମି ମଧ୍ୟେ, ରାତ୍ରି ଘ୭/୩୦ମି ରୁ ଘ୯/୫୪ମି ମଧ୍ୟେ, ଘ୧୧/୩୦ମି ରୁ ଘ୧/୬ମି ମଧ୍ୟେ, ଘ୧/୫୪ମି ରୁ ଘ୩/୩୦ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା:- ନାହିଁ।
ମେଷ-ଆଜି ଶୁଭଫଳ ପାଇବେ । ସକାରାତ୍ମକ ମାନସିକତା ରହିବ । ଲୋକସମ୍ପର୍କ ବଢିବ । ନିଜର ବ୍ୟବସାୟ ସମ୍ପ୍ରସାରଣ ଯୋଜନାକରିବା ପାଇଁ ଏହାଏକ ଭଲସମୟ ।
ବୃଷ-ଯେଉଁମାନେ ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ଖୋଜୁଛନ୍ତି କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ଉଦ୍ୟମ ସଫଳ ହେବ । ଆଗାମୀ ସମୟରେ ସଫଳତା ଆପଣଙ୍କ ସହିତ ରହିବ ।
ମିଥୁନ-ଆଜି ଦିନଟି ଶୁଭଦିନ ଏବଂ କିଛି ଗୁରୁତ୍ୱପୂର୍ଣ୍ଣକାର୍ଯ୍ୟରେ ଲାଭ ପାଇବେ । ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଏକ ନୂତନ ସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ ।କୋର୍ଟ ମାମଲାରେ ସଫଳତା ପାଇପାରିବେ । ବୃତ୍ତିଗତ ଭାବରେ ଆପଣ ଲୋକପ୍ରିୟତା ଏବଂ ପ୍ରଶଂସା ଲାଭ କରିବେ ।ଏହା ସହିତ ବ୍ୟକ୍ତିଗତ ସମ୍ପର୍କରେ ସୁଖ ଏବଂ ଆନନ୍ଦ ରହିବ ।
କର୍କଟ-କିଛି ସମସ୍ୟାର ସମ୍ମୁଖୀନ ହେବେ କିନ୍ତୁ ଦିନଟି ଆପଣଙ୍କ ସପକ୍ଷରେ ରହିବ । ଦୈନନ୍ଦିନକାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ରଖନ୍ତୁ । ପରିବାର ଏବଂ ବନ୍ଧୁ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ ।
ସିଂହ-ଦିନଟି ଆପଣଙ୍କ ସପକ୍ଷରେ ରହିବ ।କାର୍ଯ୍ୟରେ କିଛି ଉତ୍ଥାନ-ପତନ ହୋଇପାରେ । ଗୁପ୍ତ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ , କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ନିକଟ ସମ୍ପର୍କୀୟଙ୍କ ଠାରୁ ମାନସିକ ଆଘାତ ପାଇବେ । କିନ୍ତୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ହେବ ।
କନ୍ୟା-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ଜଟିଳ ସମସ୍ୟାର ସମାଧାନ କରି ପାରିବେ । କୌଣସି ନୂତନ ଉଦ୍ୟମରେ ଆପଣ ପ୍ରବେଶ କରିବେ ବୋଲି ସଂକେତ ଅଛି । ବିଦେଶୀ ସଂସ୍ଥାରୁ ଶେଷଜଣଙ୍କ ଲାଭ ପାଇବେ ।
ତୁଳା-ଆର୍ଥିକ ଲାଭ ପାଇଁ ସୁଯୋଗ ମିଳିବ । ନିଜ ଲୋକଙ୍କ ଠାରୁ ଠକାମିରେ ପଡି ପାରନ୍ତି ,ଦୁରେଇ ରୁହନ୍ତୁ ।ପାରିବାରିକ ଜୀବନ କିଛି ଟେନସନରେ ଆସି ପାରେ କିନ୍ତୁ ମନ ସ୍ଥିର କରି ପରିସ୍ଥିତିର ସାମ୍ନା କରନ୍ତୁ ।
ବିଛା-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଉଛି । ସମସ୍ତ ଅସୁବିଧା ସମାପ୍ତ ହେବ ଏବଂ ସ୍ଥଗିତକାର୍ଯ୍ୟ ଚାଲିବ । ଆର୍ଥିକ ପ୍ରସଙ୍ଗରେକାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆନ୍ତରିକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ-ଆପଣଙ୍କର ଧନବୃଦ୍ଧି ଏବଂ ବ୍ୟବସାୟସ୍ଥିତିରେ ଉନ୍ନତିହେବ । ଆପଣ ସମସ୍ତ ପ୍ରକାରର ବସ୍ତୁ ଉପଭୋଗ କରିବେ ଏବଂ ନୂତନ କାର୍ଯ୍ୟଭାର ଅଧିଗ୍ରହଣ ହୋଇପାରେ । ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିପାରନ୍ତି ।
ମକର-ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପଯୁକ୍ତ ବିଚାରବିମର୍ଶ କରି ନିଅନ୍ତୁ । ଆପଣ ସାମାଜିକ ଭାବରେ ସକ୍ରିୟ ରହିବେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ସ୍ଥାପିତ କରିପାରନ୍ତି ।
କୁମ୍ଭ-ଆଜି ଆପଣଙ୍କୁ କିଛି ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡିବ । ତରବରିଆ ଭାବରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁନାହିଁ,ଫଳ ଓଲଟା ହୋଇପାରେ । ଏକ ଆନନ୍ଦଦାୟକ ଭ୍ରମଣ ଯୋଗ ରହିଛି । ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।
ମୀନ-ଧାର୍ମିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କର ହେବ । ଧାର୍ମିକକାର୍ଯ୍ୟରେ ସାମାଜିକ ଲୋକପ୍ରିୟତା ବଢିବ । ପାରିବାରିକ ଜୀବନ ସୁଖୀ ହେବ ଏବଂ ମାନସିକ ସ୍ତରରେ ଶାନ୍ତ ରହିବେ ।ଆତ୍ମବିଶ୍ଵାସ ବଢିବ ଏବଂକାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ପାଇବ ।

ନିତୀବାଣୀ-ମୃତ୍ୟୁ ସଦାଜାଗ୍ରତ । ସେକେବେ ଶୋଇପାରେନା । ପ୍ରତିମୁହୂର୍ତରେ ସେଅପେକ୍ଷା କରୁଥାଏ କାହାକୁ ନାକାହାକୁ । ମୃତ୍ୟୁପ୍ରତି ସମସ୍ତେ ସଚେତନହୋଇ କାମକରିବା ଆବଶ୍ୟକ !!
ବାସ୍ତୁଟିପ୍ପଣୀ-ଘରର ମୁଖ୍ୟଦ୍ଵାରରେ ଏହି ସବୁ ଲକ୍ଷଣଥିଲେ ମାଡିଆସେ ଦାରିଦ୍ର‌୍ୟତା?
ଘରର ବାସ୍ତୁଦୋଷ କାରଣରୁ ବହୁତ ବିପଦ ଆସିଥାଏ । ଘର ତିଆରିସମୟରେ ସମସ୍ତେ ନିଜ ପସନ୍ଦଅନୁସାରେ ଘରତିଆରି କରିଥାନ୍ତି । ନିଜପସନ୍ଦକୁ ଦୃଷ୍ଟିରେରଖି ଅଜାଣତରେ ବହୁତବଡ ଭୁଲ କରିଥାନ୍ତି । ଘରତିଆରି କରି ତାକୁପୁଣି ଥରେ ଭାଙ୍ଗିତିଆରି କରିବା କଷ୍ଟ ହେଇଥାଏ । କିନ୍ତୁ ବୁଝିବିଚାରୀ ଘରତିଆରି କରିଥାନ୍ତି ତେବେ କୌଣସି ବିପତି ଆସିନଥାଏ । ଆନନ୍ଦରେ ଆପଣଙ୍କ ପାରିବାରିକ ଜୀବନବିତିଥାଏ । ଏବେଜାଣିବା ଯଦି ଘରର ଦୁଆରମୁହଁରେ ଥିବାକବାଟରେ ଏହି ଲକ୍ଷଣମିଳେ ତେବେ ଆପଣଙ୍କୁ କେଉଁକେଉଁ ବିପତିର ସମୂଖୀନ ହେବାକୁ ପଡିଥାଏ ।
ଯଦି ଘରର ବାସ୍ତୁଠିକ ନଥାଏ ତେବେ ଘରେ ବହୁତ କ୍ଷତିହୋଇଥାଏ । ଯେମିତିକି- ଅଯଥାରେ ରୋଗ, ଶାରୀରିକଅସୁସ୍ଥତା, କଳହ, ଅଶାନ୍ତି, ଧନହାନି, ରୁଣ, କରଜ, ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଏହିସବୁ ଘଟିଥାଏ । ଏଥିପାଇଁ ଦୁଆରମୁହଁର ବାସ୍ତୁ ଠିକରହିବା ଦରକାର । ଯଦି ଆପଣଙ୍କ ଘରର ପ୍ରବେଶଦ୍ଵାର ଏକାଥରେ ୩ଟିଘରକୁ ଯୋଡିହୋଇଅଛି ତେବେ ତାହା କ୍ଷତିକାରକ ହେଇଥାଏ । ଯଦି ପ୍ରବେଶଦ୍ଵାର ନିକଟରେ ଗୋଟିଏ ବଡଖମ୍ବ କିମ୍ବା ଗୋଟିଏଖୁଣ୍ଟ ଆପଣ ରଖିଛନ୍ତି ତେବେ ତାହା ଅନେକ କ୍ଷତି କରିଥାଏ । ବ୍ୟକ୍ତିଗତଜୀବନରେ, ପାରିବାରିକଜୀବନରେ ଏବଂ ବିଶେଷକରି ଧନପ୍ରାପ୍ତିରେ ଏହାର ପ୍ରଭାବପଡିଥାଏ । ଯଦି ଆପଣ ଘରତିଆରି କରୁଛନ୍ତି ତେବେ କୌଣସିକୋଣ ଆଡକୁ ଆପଣ ନିଜଘରର ମୁଖ୍ୟଦ୍ଵାର ବନେଇବେନାହିଁ । ଘରର ମଧ୍ୟସ୍ଥ ଭାଗରେ ପ୍ରବେଶଦ୍ଵାର ତିଆରିକରିବେ । ଏହାମଧ୍ୟ ଯେ ଘରର ମୁଖ୍ୟ ଦ୍ଵାରକୁ ଯେଉଁ ଉଚ୍ଚତାରେ ରଖିଛନ୍ତି, ଘରର ପ୍ରତ୍ୟକଦ୍ଵାରକୁ ସେହିଉଚ୍ଚତାରେ ରଖନ୍ତୁ । ଯଦି ଅଲଗାଅଲଗା କରି ଦ୍ବାରର ଉଚ୍ଚତାରଖିଛନ୍ତି ତେବେତାହା ବିପଦ ଆଣିଥାଏ । ଗୋଟିଏ ମାପରେ ଘରର ମୁଖ୍ୟଦ୍ଵାରା ସହିତ ସମସ୍ତଦ୍ଵାର ସମାନ ରଖନ୍ତୁ ।ଆଉ ଗୋଟିଏ ମହତ୍ବପୂର୍ଣକଥା ହେଉଛିଯେ- ଯେତେବେଳେ ଆପଣ ଘରରଦ୍ଵାରା ତିଆରିକରୁଛନ୍ତି ତାହାର କବାଟ ଭିତରକୁ ଫିଟିବାକଥା ବାହାରକୁ ନୁହେଁ । ଯଦି ତାହା ବାହାରକୁ ଫିଟୁଛି ତେବେ ଅର୍ଥହାନୀର କାରଣ ହୋଇଥାଏ । ଯଦି ଘରରକବାଟ ବନ୍ଧ କଲାବେଳେ ଏବଂ ଖୋଲିଲାବେଳେ କିଛି ଆବାଜକରୁଛି ତେବେ ତାହାମଧ୍ୟ କ୍ଷତି-କାରକ ହୋଇଥାଏ । ଏହାଫଳରେ ଘରେ ନାନାପ୍ରକାର ଅଶାନ୍ତିଉପୁଜିଥାଏ । ଘରର ଦୁଆରମୁହଁରେ କୌଣସି କଣ୍ଟାଜାତୀୟବୃକ୍ଷ ତଥା ଲଙ୍କା କିମ୍ବା ପିତାଜାତୀୟ ବୃକ୍ଷ ଲଗାନ୍ତୁନାହିଁ ।ଏହା ବହୁତ କ୍ଷତିକାରକ ହୋଇଥାଏ । ଆଉ ଗୋଟିଏକଥାପ୍ରତି ଧ୍ୟାନଦେବେଯେ ଘରର ପ୍ରବେଶଦ୍ଵାରା ସାମ୍ନାରେ କୌଣସି ପ୍ରକାରର ଉଗ୍ରମୂର୍ତି ରଖିବେନାହିଁ । ଶ୍ରୀଗଣେଶଙ୍କ ମୂର୍ତି ରଖିପାରିବେ । ଗୋଟିଏ ଆଇନା ,ଦର୍ପଣମଧ୍ୟ ଘରର ମୁଖ୍ୟଦ୍ଵାର ନିକଟରେ ରଖିବା ଅନିବାର୍ଯ । ଏହି ନିୟମସବୁ ପାଳନକରି ନିଜର ଘର ତିଆରିକରନ୍ତୁ , ଦେଖିବେ ଜୀବନ ସୁଖମୟ ଏବଂ ଆନନ୍ଦଉଲ୍ଲାସରେ କଟିବ ।ଅଜିର ଦିନଟି ମଙ୍ଗଳମୟ ହେଉା!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.