ଆଜିର ରାଶିଫଳ

0 218

୧୫-୫-୨୦୨୩(ସୋମବାର)ବୃଷସଂକ୍ରାନ୍ତି,ରାତ୍ରି ଘ୧।୨୬ ଗତେ ନୈଋତେ । ଯାତ୍ରାଦି ଶୁଭକର୍ମ ନାସ୍ତି ।ଦିବା ଘ୧୦।୬ ଗତେ ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୮ ମଧ୍ୟେ କାଳବେଳା । ଘ୨।୫୮ ଗତେ ଘ୪।୩୫ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୧ ଗତେ ଘ୧୧।୪୪ ମଧ୍ୟେ କାଳରାତ୍ରି ।ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବ ଭକ୍ଷଣ ନିଷେଧ । ଜଳକ୍ରୀଡ଼ା ଏକାଦଶୀ, ଉପବାସ, ବ୍ରତ ଓ ହଳ ନିଷେଧ । ଅମୃତ – ଦିବା ଘ୮।୨୫ ଗତେ ଘ୧୦।୧ ମଧ୍ୟେ ରାତ୍ରି ଘ୯।୨୩ ଗତେ ଘ୧୨।୩୫ ମଧ୍ୟେ ଘ୨।୧୧ ଗତେ ଘ୩।୪୭ ମଧ୍ୟେ ।ମାହେନ୍ଦ୍ର – ରାତ୍ରି ଘ୪।୩୫ ଗତେ ଘ୫।୧୩ ମଧ୍ୟେ
ମେଷ:-ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
ବୃଷ:-ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ମିଥୁନ:-ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।
କର୍କଟ:-ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖପ୍ରାପ୍ତି ହେବ।
ସି˚ହ:-ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆଘର ନିର୍ମାଣଲାଗି ଯୋଜନା କରିବେ।
କନ୍ୟା:-ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ତୁଳା:-ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ବିଛା:-ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।
ଧନୁ:-ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକକାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।
ମକର:-ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।
କୁମ୍ଭ:-କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।
ମୀନ:-ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟ ମାଯୋଗମାୟା!!

Leave A Reply

Your email address will not be published.