ଆଜିର ରାଶିଫଳ

0 211

୪-୬-୨୦୨୩(ରବିବାର)ଦେବସ୍ନାନପୁର୍ଣିମା,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର ।ରାତ୍ରି ଘ୨।୧୩ ଗତେ ଘ୩।୩୫ମଧ୍ୟେ କାଳରାତ୍ରି ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଦିବା ଘ୮।୫୮ଗତେ ପାଣିକଖାରୁଭକ୍ଷଣ ନିଷେଧ । ଅମୃତ – ଦିବା ଘ୬।୪୬ ଗତେ ଘ୯।୧୦ ମଧ୍ୟେ ଘ୧୧।୩୪ ଗତେ ଘ୧।୫୮ ମଧ୍ୟେ ରାତ୍ରି ଘ୭।୫୫ ଗତେ ଘ୧୧।୭ ମଧ୍ୟେ ଘ୧।୩୧ ଗତେ । ମାହେନ୍ଦ୍ର – ଦିବା ଘ୩।୩୪ ଗତେ ଘ୪।୨୨ ମଧ୍ୟେ ।
ମେଷ:-ଜୀବନକୁ ସକାରାତ୍ମକ କରି ଗଢ଼ନ୍ତୁ। ଯେଉଁକାମ ହାତକୁ ନେବେ ତାକୁ ସଂପୂର୍ଣ୍ଣକରି ବିଶ୍ରାମକରନ୍ତୁ। ନୂଆଚାକିରି ମିଳିବା ଯୋଗ ରହିଛି।
ବୃଷ:-ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ନୂଆ ବ୍ୟବସାୟରେ ନିବେଶ କରିପାରନ୍ତି। ସାମାଜିକକାର୍ଯ୍ୟକଳାପରେ ମହିଳାମାନଙ୍କର ସମ୍ମାନ ବୃଦ୍ଧି ହେବ।
ମିଥୁନ:-ଅଫିସରେ ନୂଆ ପ୍ରୋଜେକ୍ଟରେ କାମ କରିପାରନ୍ତି। ଲାଗି ରହିଥିବା କାନୁନ ବିବାଦ ସମାପ୍ତ ହୋଇଯିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।
କର୍କଟ:-ଚାକିରି ଓ ବ୍ୟବସାୟରେ ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଦୂର ସ୍ଥାନକୁ ଯାଇପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।
ସିଂହ:-ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ। ଦରମା ବୃଦ୍ଧି ହୋଇପାରେ। ଜୀବନ ସାଥୀ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ।
କନ୍ୟା:-ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଧନଲାଭ ପାଇଁ ନୂଆ ରାସ୍ତା ଖୋଲିବ। ବିବାହିତ ଲୋକଙ୍କ ଲାଗି ଦିନଟି ଉତ୍ତମ ରହିବ।
ତୁଳା:-ଆପଣଙ୍କର ମଧୁର ବ୍ୟବହାର ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବା ଯୋଗୁଁ ପଦୋନ୍ନତି ମିଳିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବିଛା:-ଅହଂକାର ତ୍ୟାଗ କରନ୍ତୁ, ଆପଣଙ୍କର ଭଲ ହେବ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ବ୍ୟବସାୟରେ ନୂଆ ଦିଗ ମିଳିବ।
ଧନୁ:-ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଆନ୍ତୁ ଶୁଭ ହେବ। ଆଇନ ବିବାଦ ସମାଧାନ କରିବାରେ ସଫଳତା ପାଇବେ। ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ।
ମକର:-ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ନେଇ ଯୋଜନା କରିବେ।
କୁମ୍ଭ:-ସାରାଦିନ କାମରେ ବ୍ୟସ୍ତ ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।
ମୀନ:-ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍ ଭାବେ ରଖିପାରିବେ। ଆୟ ବୃଦ୍ଧି ପାଇଁ ନୂଆ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

-ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା-
▪ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧାବିଗ୍ରହ । ହାତୀବେଶ ବା ଗଜାନନବେଶରେ ଦର୍ଶନଦେବେ ଶ୍ରୀଜିଉ ।
▪୧୦୮ଗରା ସୁବାସିତଜଳରେ ସ୍ନାନକରି ଜ୍ବରରେ ପଡିବେ ଦାରୁଦିଅଁ ।
▪ମହାପ୍ରଭୁଙ୍କ ଦୁର୍ଲଭବେଶ ଦର୍ଶନଲାଗି ବ୍ୟାକୁଳଭକ୍ତ ।
▪ମାସେଧରି ଦଇତାପତିମାନେ ମହାପ୍ରଭୁଙ୍କ ସେବାନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ।
▪ଭୋର ୩ଟା୩୦ରୁ ଆରମ୍ଭହେବ ମଙ୍ଗଳାର୍ପଣ ।
▪ଡୋରଲାଗି, ମଙ୍ଗଳଆଳତୀ, ମଇଲମ, ତଡପଲାଗି ଏବଂ ଅଧପୋଛା ପରେ ସକାଳ ୯ଟା ୨୦ରେ ଶେଷହେବ ଅବକାଶନୀତି ।
▪ ଦ୍ବାରପାଳ ପୂଜା, ରୋଷହୋମ ପରେ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଏବଂ ସ୍ନାନ ନୀତି ହେବ ।
▪ଅପରାହ୍ନ୨ଟାରେ ଛେରାପହଁରା, ୨ଟା୪୦ରେ ହାତୀବେଶ, ସଂଧ୍ୟା ୬ରୁ ରାତି ୯ଟା ୩୦ଯାଏଁ ଚାଲିବ ସାହାଣମେଲା ଦର୍ଶନ ।
▪ ରାତି୧୦ଟାରୁ ଗୋଟାଏ ମଧ୍ୟରେ ହେବ ବାହୁଡା ପହଣ୍ଡି ।
▪ରାତି ସାଢେଗୋଟାଏରେ ସୁନାଚିତା ଓ ରାହୁରେଖା ମଇଲମନୀତି ଅନୁଷ୍ଠିତ ହେବ । ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Leave A Reply

Your email address will not be published.