ଆଜିର ରାଶିଫଳ

0 144

୧୨-୬-୨୦୨୩(ସୋମବାର)ଦିବା ଘ୧୧।୯ ଗତେ ବିବାହ ଓ ପାଣିଗ୍ରହଣ,ବ୍ରତୋପନୟନ । ଧନୁରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୬।୫୦ ଗତେ ଘ୮।୨୯ ମଧ୍ୟେ କାଳବେଳା । ଘ୩।୪ ଗତେ ଘ୪।୪୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୬ ମଧ୍ୟେ କାଳରାତ୍ରି । ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଲାଉ ଦିବା ଘ୧୧।୯ ଗତେ କଳମଶାଗ ଭକ୍ଷଣ ନିଷେଧ ।ଅମୃତ– ଦିବା ଘ୮।୨୩ ଗତେ ଘ୯।୫୯ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୨।୪୬ ମଧ୍ୟେ ଘ୨।୨୨ ଗତେ ଘ୩।୫୮ ମଧ୍ୟେ । ମାହେନ୍ଦ୍ର– ରାତ୍ରି ଘ୪।୪୬ ଗତେ ଘ୫।୧୧ ମଧ୍ୟେ ।
ମେଷ:-ନିୟମିତ ଭାବେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଅଫିସ କାମରେ ବ୍ୟସ୍ତ ରହିବେ।
ବୃଷ:-ସାମାଜିକକାର୍ଯ୍ୟରେ ସହଯୋଗ ଦିଅନ୍ତୁ, ଆପଣଙ୍କର ନାମ ହେବ। ଅଫିସରେ କାମର ପ୍ରଶଂସା ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ମିଥୁନ:-ସୌନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ନିବେଶ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଟେଣ୍ଟ ହାଉସ ମାଲିକଙ୍କ ଲାଗି ଦିନଟି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ:-କୌଣସି ବଡ଼ ସୁଯୋଗ ହାତଛଡ଼ା ହୋଇପାରେ। ଚିନ୍ତିତ ରହିବା କାରଣରୁ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କର ଧ୍ୟାନ ଧାର୍ମିକକାର୍ଯ୍ୟରେ ଲଗାନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ବ୍ୟବସାୟୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
କନ୍ୟା:-କୌଣସି ଶୁଭ ଖବର ପାଇବେ। ମନ ଶାନ୍ତ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିପାରେ।
ତୁଳା:-ନୂଆ କାମ ଆରମ୍ଭ କରିପାରନ୍ତି। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ବିଛା:-କଥା କଥାରେ କ୍ରୋଧ ଆସିପାରେ। ପରିବାର ଲୋକଙ୍କର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ।
ଧନୁ:-କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା ପାଇବେ। ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।
ମକର:-କାରବାରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିବେ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ।
କୁମ୍ଭ:-କରିଆସୁଥିବା କାମରେ ଆପଣଙ୍କ ଧ୍ୟାନ ଲାଗି ରହିବ। କାରବାରରେ ବାଧା ଦୂର ହୋଇଯିବ। ପାରିବାରିକ ଜୀବନରେ ଶାନ୍ତି ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ମୀନ:-ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନେ ନିର୍ଦ୍ଧାରିତ ସମୟରେ ଘର କାମ ସଂପୂର୍ଣ୍ଣ କରିବେ। ଭଲ କଂପାନିରେ ସୁଯୋଗ ଲାଗି ଅଧିକ ପରିଶ୍ରମ କରନ୍ତୁ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.