ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୫ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୬/୭ ,ସୂର୍ଯ୍ୟାସ୍ତ- ଘ୬/୨୫/୪୯ ,ଶ୍ରାବଣମାସ ,କୃଷ୍ଣପକ୍ଷପଣ୍ଡିତ ବାସ ,ତିଥି- ଦ୍ବିତୀୟା ଦିବା ଘ୧୦/୬ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଉତ୍ତରାଷାଢ଼ା ପ୍ରାତଃ ଘ୬/୧୬ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର କ୍ଷୟ ରାତ୍ରି ଘ୩/୩୭ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ। ଦିବାଘ୧୦/୬ମି ପରେ ଆଗ୍ନେୟ କୋଣରେ। ବୈଧୃତି ଓ ବିଷ୍ଟିକରଣ ଦୋଷହେତୁ ଦିବା ଘ୮/୫୫ମିପରେ ଦିବାଘ୧୦/୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ। ଦିବାଘ୧୦/୬ମି ପରେ ରାତ୍ରି ଘ୮/୨୨ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନିଷିଦ୍ଧଖାଦ୍ୟ- ବୋଇତାଳୁ, ଦିବା ଘ୧୦/୬ମି ପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୮/୩୪ମି ରୁ ଘ୧୦/୧୩ମି ପର୍ଯ୍ୟନ୍ତ। କାଳରାତ୍ରି ରାତ୍ରି ଘ୨/୩୫ମି ରୁ ଘ୩/୫୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୭/୪୧ମି ରୁ ଘ୧୦/୫୩ମି ମଧ୍ୟେ, ଘ୧/୧୭ମି ରୁ ଘ୪/୨୯ମିମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୬ମିରୁ ରାତ୍ରିଘ୧୦/୨୪ମି ମଧ୍ୟେ, ରାତ୍ରିଘ୧୨/୫୦ମି ରୁ ଘ୨/୨୬ମିପର୍ଯ୍ୟନ୍ତ।ମାହେନ୍ଦ୍ର ବେଳାନାହିଁ। ଶୁଭକର୍ମ:- ୨୨ ନକ୍ଷତ୍ରର୧ମ ପାଦ ବିଦ୍ଧ ହେତୁ ଦିବା ଘ୧୧/୩୬ମି ପରେ ରାତ୍ରି ଘ୮/୨୨ମି ମଧ୍ୟେ ୨୨ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ। ଦିବା ଘ୮/୫୫ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୨ନକ୍ଷତ୍ରେ ଚତୁର୍ବେଦୀବ୍ରତ, ସୌଧଗୃହାରମ୍ଭ, ଗୃହପ୍ରବେଶ ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ଜଳାଶୟପ୍ରତିଷ୍ଠା, ଦେବତାପ୍ରତିଷ୍ଠା, ତରୁ ଓ ଋଦ୍ରପ୍ରତିଷ୍ଠା, ନୌକାଚାଳନ ଓ ଯାତ୍ରା, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ବାଣିଜ୍ୟ କରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ।
ମେଷ- ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି।
ବୃଷ- କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମିଥୁନ-ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ। କୌଣସି କାମରୁ ଆଜି ବଡ଼ ଫାଇଦା ହେବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସିଦ୍ଧି ପ୍ରାପ୍ତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
କର୍କଟ- ଭାଗ୍ୟର ସହଯୋଗ ପାଇବେ। ମନ ମୁତାବକ ଫଳାଫଳ ମିଳିବା ହେତୁ ଖୁସି ରହିବେ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ସିନେମା ଦେଖିବା ଲାଗି ଯୋଜନା କରିବେ।
ସିଂହ- ସାବଧାନତାର ସହ କାମ କରନ୍ତୁ; ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ଖାଦ୍ୟ ପାନୀୟର ମଜା ନେବେ।
କନ୍ୟା- ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ତୁଳା- ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ଆପଣଙ୍କ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ବ୍ୟବସାୟରେ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।
ବିଛା- ମନରେ ଧାର୍ମିକ ଭାବନା ଉଦୟ ହେବ। ବାପାମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କ୍ରିକେଟ୍‌ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ।
ଧନୁ- ଆପଣ ନିଜର ଇଚ୍ଛା ପୂରା କରିବା ଲାଗି ଚେଷ୍ଟା କରିବେ। ଧନର ଆଗମନ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗଦେବା ପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଯୋଗ କରନ୍ତୁ।
ମକର- ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ଫୋନ୍‌ରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟ ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
କୁମ୍ଭ- ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ପ୍ରେମର ଆବେଦନ ଲାଗି ଶୁଭ ସମୟ।
ମୀନ-ଦିନଟି ସକାରାତ୍ମକ ରହିବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କ ଚେଷ୍ଟା ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କ୍ରିକେଟ୍‌ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।
ନିତୀବାଣୀ-ବିଶ୍ୱାସ କାଚଗ୍ଲାସ ପରି ।  ଥରେଭାଙ୍ଗିଗଲେ,ଏହାଆଉ ସମାନ ଆଗଭଳି କେବେହେଲେ ହେବନାହିଁ।

ବାସ୍ତୁଟିପ୍ପଣୀ-କରଜ ଏବଂ ଋଣରୁ ମୁକ୍ତି ପାଇବାକୁ ଚାଁହୁଚନ୍ତି କି । କରନ୍ତୁ ଏହି ୩ଟିବାସ୍ତୁଉପାୟ…
ପ୍ରଥମଉପାୟ- ଆପଣ ବୁଧବାରଦିନ ସ୍ନାନ କରିସାରିବାପରେ ଭଗବାନ ଗଣେଶଙ୍କଠାରେ ପୂଜାକରନ୍ତୁ ଏବଂ ଋଣରୁ କେମିତି ମୁକ୍ତିପାଇବେ ପ୍ରାଥନାକରନ୍ତୁ ଏବଂ ମୋଦକଭୋଗ କରନ୍ତୁ ତାସହ ପୂଜା କରିବାସମୟରେ ଦୁବପତ୍ର ଏବଂ ଫୁଲ ଅର୍ପଣକରନ୍ତୁ ।ଏପରି କରିବାଦ୍ୱାରା ଧନ ଜନିତସମସ୍ୟା ଆପଣଙ୍କର ଦୂରହୋଇଯିବ ।
ଦ୍ୱିତୀୟଉପାୟ-ଦୁଇଟି ମଙ୍ଗଳବାରରେ ବଜରଙ୍ଗବଲିଙ୍କୁ ବସ୍ତ୍ରଚଢାନ୍ତୁ ଏବଂ ହନୁମାନଙ୍କ ଚରଣରୁ ସିନ୍ଦୁରନେଇ ମଥାରେ ଲଗାନ୍ତୁ । ଏହା ସହିତ ନିୟମିତ ହନୁମାନଚାଳିଶା ପଠନକରନ୍ତୁ । ଏହା ଦ୍ୱାରା ଋଣରୁ ଶୀଘ୍ର ମୁକ୍ତିପାଇବେ ।
ତୃତୀୟଉପାୟ-ଏହି ଉପାୟ ମଙ୍ଗଳାବାର ହେବ  ଆପଣ ମଙ୍ଗଳବାର ଶିବମନ୍ଦିର ଯାଇ ଶିବଲିଙ୍ଗଉପରେ ମସୁରଡାଲି ଚଢାନ୍ତୁ ଓ ତାସହ ଓଁ ନମଃଶିବାୟ ମନ୍ତ୍ରଟିର ଅଧିକରୁ ଅଧିକ ଜପ କରନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣରୁ ମୁକ୍ତିପ୍ରାପ୍ତ ହେବ ।

ଶ୍ରାବଣମାସ- ଚଳିତବର୍ଷ ଶ୍ରବଣମାସ ବଢା ପଡିବ। ଏହି ଶ୍ରାବଣମାସଟି ମିଥୁନ ଦି୨୦ନ ଅର୍ଥାତ ଜୁଲାଇମାସ ୪ତାରିଖ ଶ୍ରାବଣକୃଷ୍ଣପକ୍ଷ ପ୍ରତିପଦତିଥି (ମଙ୍ଗଳବାର)ଦିନଠାରୁ ଆରମ୍ଭହୋଇ ସିଂହ ଦି୧୫ନ ଅର୍ଥାତ ଅଗଷ୍ଟମାସ ୩୧ତାରିଖ ଶ୍ରାବଣପୂର୍ଣ୍ଣିମା ତିଥି(ଗୁରୁବାର)ରେ ଶେଷହେବ ।
ଶ୍ରାବଣ ମଳମାସ- ଚଳିତବର୍ଷ ଏହି ଶ୍ରାବଣମାସ ମଧ୍ୟରେ ମଳମାସ ଭୋଗହେବ। ଏହି ମଳମାସଟି କର୍କଟ ଦି୨ନ ଅର୍ଥାତ ଜୁଲାଇମାସ ୧୮ତାରିଖ ଶ୍ରାବଣମଳ ଶୁକ୍ଳପକ୍ଷ ପ୍ରତିପଦତିଥି (ମଙ୍ଗଳବାର)ଦିନଠାରୁ ଆରମ୍ଭହୋଇ କର୍କଟ ଦି୩୧ନ ଅର୍ଥାତ ଅଗଷ୍ଟମାସ ୧୬ତାରିଖ ଶ୍ରାବଣ ମଳ ଅମାବାସ୍ୟା ତିଥି(ବୁଧବାର)ରେ ଶେଷହେବ ।ମଳମାସ ଭୋଗହେଉଥିବାରୁ ଚଳିତବର୍ଷ ନିମ୍ନଲିଖିତ ୪ଟି ସୋମବାରରେ ବୋଲବମଭକ୍ତ ଶିବଙ୍କ ନିକଟରେ ଜଳଲାଗି କରିପାରିବେ ।
୧:-ମିଥୁନ ଦି୨୬ନ ଜୁଲାଇମାସ ୧୦ତାରିଖ ସୋମବାର୨:-କର୍କଟ ଦି୧ନ ଜୁଲାଇମାସ ୧୭ତାରିଖ ସୋମବାର୩:-ସିଂହ ଦି୫ନ ଅଗଷ୍ଟମାସ ୨୧ତାରିଖ ସୋମବାର ୪:-ସିଂହ ଦି୧୨ନ ଅଗଷ୍ଟ ୨୮ତାରିଖ ସୋମବାର।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.