ଆଜିର ରାଶିଫଳ

0 156

୧୪-୭-୨୦୨୩(ଶୁକ୍ରବାର)ଅଦ୍ୟ  ମିଥୁନ ଦି୩୦ନ ଶ୍ରାବଣ କୃଷ୍ଣଦ୍ଵାଦଶୀ ଦ୩୪।୫୧ ସଂଘ୭।୧୬ ରୋହିଣୀ ଦ୪୪।୨୨ ରାଘ୧୧।୫,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ନୈରୃତେ । ସନ୍ଧ୍ୟା ଘ୭।୧୬ଗତେ ଦକ୍ଷିଣେ ଯାତ୍ରାନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ବିବାହ ଓ ପାଣିଗ୍ରହଣ ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛାରାଶିର ଘାତଚନ୍ଦ୍ର । ବିଛା ,ଧନୁ ଓ ମୀନ ରାଶିର ଘାତବାର । ଦିବା ଘ୮।୩୫ ଗତେ ଘ୧୧।୫୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୫ ଗତେ ଘ୧୦।୨୭ ମଧ୍ୟେ କାଳରାତ୍ରି । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପୋଇ ଭକ୍ଷଣ ନିଷେଧ ।ଅମୃତ –ଦିବା ଘ୬।୫୫ ମଧ୍ୟେ ଘ୭।୪୩ ଗତେ ଘ୫।୧୯ ମଧ୍ୟେ ରାତ୍ରି ଘ୮।୦ ଗତେ ଘ୯।୩୫ ମଧ୍ୟେ ଘ୪।୦ ଗତେ ଘ୪।୪୭ ମଧ୍ୟେ । ମାହେନ୍ଦ୍ର –ଘ୧୧।୧୨ ଗତେ ଘ୧୨।୦ ମଧ୍ୟେ ଘ୪।୪୮ ଗତେ ଘ୫।୨୦ ମଧ୍ୟେ ।
ମେଷ:- ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ।
ବୃଷ:- ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରକୁ ଖୁସି ଆସିବ।
ମିଥୁନ:- ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ। ଅଫିସ୍‌ରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।
କର୍କଟ:- ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ସୁଯୋଗ ମିଳିବ।
ସିଂହ:- ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। କିଛି ନୂଆ ସକାରାତ୍ମକ କରିବାକୁ ଭାବିବେ। ଯୋଜନା ତିଆରି ଓ ପରିଶ୍ରମ କଲେ ଯାଇ ଲାଭ ପାଇବେ।
କନ୍ୟା:- ପରିବାରରେ କୌଣସି ଲୋକ ସହ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
ତୁଳା:- ପୁରୁଣା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ବାଧାବିଘ୍ନ ଦୂର ହୋଇଯିବ।
ବିଛା:- କାମରେ ଉତ୍ତମ ପ୍ରଦର୍ଶନ ପାଇଁ ଚେଷ୍ଟା କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ଧନୁ:- ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।
ମକର:- ଇଂଜିନିୟର ଠିକ୍ ଦିଶାରେ ଅଭିଜ୍ଞତା ପ୍ରୟୋଗ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପାରିବାରିକ ଜୀବନ ସୁଖକର ହେବ।
କୁମ୍ଭ:- କୌଣସି କାମ କରିବା ପୂର୍ବରୁ ଭଲ ଭାବେ ବିଚାର କରି ନିଅନ୍ତୁ। ପରିବାର ସହଯୋଗରେ କାମ ସଂପୂର୍ଣ୍ଣ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।
ମୀନ:- ବନ୍ଧୁ ସହଯୋଗରେ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କଲାଗି ଦିନଟି ଲାଭଦାୟକ ରହିବ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!


!

 

Leave A Reply

Your email address will not be published.