୨୦୨୩ମସିହା ଅଗଷ୍ଟମାସ ୧୦ତାରିଖଗୁରୁବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୮/୪୮ ,ସୂର୍ଯ୍ୟାସ୍ତ- ଘ୬/୧୫/୧୪ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଦଶମୀ ରାତ୍ରି ଘ୪/୫୮ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୪/୫୮ମି ପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବା ଘ୪/୩୩ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁତ୍ୟାଗ, ରାତ୍ରି ଘ୪/୫୮ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବାଘ୩/୩ମି ରୁ ଘ୬/୧୫ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୧୧/୫୨ମି ରୁ ଘ୧/୧୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରିଘ୧/୨୫ମି ରୁ ଘ୩/୪୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ସୂର୍ଯ୍ୟୋଦୟ ରୁ ଦିବା ଘ୭/୬ମି ମଧ୍ୟେ, ଘ୧୦/୧୮ମି ରୁ ଘ୧୨/୪୨ମିପର୍ଯ୍ୟନ୍ତ । ପୁଷ୍କରଦୋଷ – ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ଶୁଭକର୍ମ:- ସୂର୍ଯ୍ୟୋଦୟରୁ ଦିବାଘ୪/୩୩ମି ମଧ୍ୟେ ୪ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ବୃକ୍ଷରୋପଣ, ନୌକାଗଠନ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ, ହଳପ୍ରବାହ, ବୀଜବପନ, ବାଣିଜ୍ୟକରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ।
ମେଷ-ଅସୁଲି କରିବାପାଇଁ ଏବଂ ଯାତ୍ରାପାଇଁ ଆଜିରଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାରସଟ୍ଟାରେ ଆର୍ଥିକଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତା ରହିବ।
ବୃଷ-ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ସନ୍ତାନମାନଙ୍କର ପ୍ରଗତିରେ ମନ ପ୍ରସନ୍ନ ରହିବ। ଗୃହସ୍ଥ ଜୀବନ ଆନନ୍ଦପୂର୍ବକ ବିତିବ।
ମିଥୁନ-ନକାରାତ୍ମକ ବିଚାରକୁ ମନରୁ ଦୂର କରିବାକୁ ଉପଦେଶ। ଖାଦ୍ୟ-ପେୟରେ ଧ୍ୟାନ ରଖିବେ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। କୌଣସି କାରଣବଶତଃ ବାହରକୁ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ। ମଧ୍ୟାହ୍ନ ପରେ ବୌଦ୍ଧିକ ଅଥବା ସାହିତ୍ୟିକ ପ୍ରବୃତ୍ତିଗୁଡ଼ିକରେ ରୁଚି ରହିବ। ସନ୍ତାନମାନଙ୍କର ପ୍ରଶ୍ନରେ ମାନସିକ ବ୍ୟଗ୍ରତା ବଢ଼ିବ। ଧନର ଖର୍ଚ୍ଚ ଅଧିକ ନ ହେଉ ଏହାର ଧ୍ୟାନ ରଖିବେ।
କର୍କଟ-ସ୍ଵାଦିଷ୍ଟ ଏବଂ ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କୁ ସାଥିରେ ପାଇ ଆପଣ ପ୍ରସନ୍ନ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଚାନକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ। ଚାକିରି-ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ କାବୁ ରଖିବେ ଏବଂ ନୂଆ କାମ ଆରମ୍ଭ କରିବାରେ ସାବଧାନ ପୂର୍ବକ କରିବେ।
ସିଂହ-ଆପଣଙ୍କ ବ୍ୟାପାରର ବିସ୍ତାର ହେବ। ଉଚିତ କାର୍ଯ୍ୟଗୁଡ଼ିକ ଉପରେ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀମାନଙ୍କ ଲାଭ ହେବାର ସମ୍ଭାବନା ଅଛି। ଆୟର ବୃଦ୍ଧି ହେବାପାଇଁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ଯୋଗ ଅଛି। ବିଚାରରେ ଦ୍ୱନ୍ଦ୍ୱ ରହିବ। ଯାତ୍ରା ଯୋଗ ଅଛି। ଆକସ୍ମିକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ହୋଇପାରେ, ତଥାପି ମଧ୍ୟ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।
କନ୍ୟା-ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।
ତୁଳା-ଦିନ ମଧ୍ୟମ ଫଳଦାୟୀ ରହିବ। ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ହୋଇପାରେ। ପରିବାରରେ ବାଦ-ବିବାଦ ହୋଇପାରେ। ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ଯୋଡ଼ିହୋଇ ରହିବେ।
ବିଛା-ସଂପତ୍ତି ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକରେ ଏବଂ ଗୃହସ୍ଥ ଜୀବନର ପ୍ରଶ୍ନର ନିରାକରଣ ହେବ। ବ୍ୟାବସାୟୀ ଲୋକମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ। ଭାଇ-ବନ୍ଧୁମାନଙ୍କର ବ୍ୟବହାର ସହଯୋଗପୂର୍ଣ୍ଣ ରହିବ। ଶତ୍ରୁ ପରାସ୍ତ ହେବେ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରତିକୂଳତା ରହିବ। ବ୍ୟାବହାରିକ ଜୀବନରେ ଅପଯଶ ମିଳିବାର ସମ୍ଭାବନା ଅଛି। ଧନ ହାନିର ଯୋଗ ଅଛି।
ଧନୁ-ସ୍ଵାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ରହିବ। ମନରେ ଯାହା ଦ୍ୱନ୍ଦ୍ୱ ରହିବ ତାହାର ନିରାକରଣ ମିଳିଯିବ। ଶରୀର ଏବଂ ମନ ଦ୍ୱୟ ସ୍ଵସ୍ଥ ରହିବେ।
ମକର-ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ଆନନ୍ଦର ମାତ୍ରା ବଢ଼ିବ। ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ନକାରାତ୍ମକତା ଚିନ୍ତା ଅଧିକ ରହିବ। ଶେୟାର ବ୍ୟବସାୟରେ ସମ୍ଭାଳିକରି ନିବେଶ କରିବେ।
କୁମ୍ଭ-ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ବନ୍ଧୁମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଝଗଡ଼ା ହୋଇପାରେ। ଆଜି କିଛି ଅଧିକ ଆଧ୍ୟାତ୍ମିକତା ଆପଣଙ୍କ ବ୍ୟବହାରରେ ଦେଖିବାକୁ ମିଳିବ। ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସା ପ୍ରତି ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ଦେଖାଯିବ। ଅଫିସରେ ଆପଣଙ୍କ ପ୍ରଭାବ ବଢ଼ିବ। ଅଧିକାରୀମାନଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ମାନସିକ ଶାନ୍ତି ଆପଣଙ୍କ ମନରେ ରହିବ।
ମୀନ-ଆଜିର ଦିନ ଆପଣଙ୍କପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହ ପ୍ରଶ୍ନର ନିରାକରଣ ହୋଇଯିବ। ଯାତ୍ରା ଯୋଗ ଅଛି ମିତ୍ରମାନଙ୍କଠାରୁ ଉପହାର ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅଧିକ ଶ୍ରମ କରିବା ଉପରେ ମଧ୍ୟ କମ ଫଳ ପ୍ରାପ୍ତି ହୋଇପାରେ। ଅଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆପଣଙ୍କ ମନ ଅଧିକ ହେବ।
ନିତୀବାଣୀ-ଆଗରୁ ଲୋକମାନେ ମିଛକହିବାକୁ ଭୟକରୁଥିଲେ ପାପ ହେବ ବୋଲି କିନ୍ତୁ ଏବେ ସତକହିବାକୁ ଭୟକରୁଛନ୍ତି। ବିପଦରେ ପଡ଼ିବେବୋଲି..
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

