ଆଜିର ରାଶିଫଳ

0 191

୨୦୨୩ମସିହା ଅଗଷ୍ଟମାସ ୧୬ତାରିଖ ବୁଧବାର।ମାସାନ୍ତ, ମଳମାସ ସମାପ୍ତି।ବିବିଧ- ସ୍ତ୍ରୀ ତୈଳବର୍ଜ୍ଜନ, ହଳ ନିଷେଧ ଦିବାଘ୧୧/୫୪ମି ମଧ୍ୟେ ଚନ୍ଦ୍ରକ୍ଷୟ। ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୦/୩୪ ,ସୂର୍ଯ୍ୟାସ୍ତ- ଘ୬/୧୧/୨୬ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ପଣ୍ଡିତ ବାସ ,ତିଥି- ଅମାବାସ୍ୟା ଦିବା ଘ୩/୧୨ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୩/୧୨ମି ପରେ ପୂର୍ବଦିଗରେ। ପକ୍ଷାନ୍ତଦୋଷ, ମାସାନ୍ତ, ରବିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ଅପରାହ୍ନ ଘ୫/୪୬ମିପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ଆମିଷ,ଦିବା ଘ୩/୧୨ମି ପରେ ପାଣିକଖାରୁଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୦ମି ରୁ ଘ୧୦/୧୫ମି ପର୍ଯ୍ୟନ୍ତ। କାଳରାତ୍ରି ରାତ୍ରି ଘ୧/୧୫ମି ରୁ ଘ୨/୩୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୮ମି ମଧ୍ୟେ, ଘ୧୧/୫୬ମି ରୁ ଘ୧/୩୨ମି ମଧ୍ୟେ, ରାତ୍ରି ଘ୬/୫୭ମି ରୁ ଘ୯/୨୧ମି ମଧ୍ୟେ, ଘ୧/୯ମି ରୁ ରାତ୍ରିଶେଷ ଘ୫/୩୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୩/୫୬ମି ରୁ ଘ୫/୩୨ମି ମଧ୍ୟେ, ରାତ୍ରି ଘ୯/୨୧ମି ରୁ ଘ୧୦/୫୭ମି ପର୍ଯ୍ୟନ୍ତ । ପୁଷ୍କରଦୋଷ – ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ସମ୍ବତ୍ସର, ଅପରାହ୍ନ ଘ୫/୪୬ମି ପରେ ପାଞ୍ଚମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ଅପରାହ୍ନ ଘ୫/୪୬ମି ପରେ ଶୋକାତୁରା। ରଜଶ୍ଚକ୍ରେ ବନ୍ଧ୍ୟା। ଘୃତପୂର୍ଣ୍ଣକାଂସ୍ୟପାତ୍ର ଶୁକ୍ଳବସ୍ତ୍ର ତିଳ ସୁବର୍ଣ୍ଣତଣ୍ଡୁଳ ଗୁଡ଼ଦାନ କରଣୀୟ। ତିଥିଦୋଷହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ। ଶୁଭକର୍ମ:- ନାହିଁ।
ମେଷ-ମନରେ ଧାର୍ମିକଭାବନା ଉଦୟହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସିଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ।
ବୃଷ-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ-ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସିଂହ-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା-ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
ମୀନ-ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସାକରିବେ। ଯିବାକୁଥିବା ଯାତ୍ରା କଲ୍ୟାଣକାରୀହେବ। ବ୍ୟବସାୟରୁ ପ୍ରଚୁରଲାଭ ମିଳିବ।

Leave A Reply

Your email address will not be published.