ଆଜିର ରାଶିଫଳ

0 210

୨୦୨୩ମସିହା ନଭେମ୍ବରମାସ ୧୭ତାରିଖ ଶୁକ୍ରବାର। ବିଛାସଂକ୍ରାନ୍ତି, କାର୍ତ୍ତିକେୟପୂଜା ଓ ବ୍ରତ, ନାଗଚତୁର୍ଥୀବ୍ରତ, ମାସିକ ଗଣେଶଚତୁର୍ଥୀ।ସୁର୍ଯ୍ୟୋଦୟ- ଘ୫/୫୯/୫୦ ,ସୂର୍ଯ୍ୟାସ୍ତ- ଘ୫/୩/୨୨ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଥୀ ଦିବା ଘ୧୧/୪ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ପୂର୍ବାଷାଢ଼ା ନକ୍ଷତ୍ର ରାତ୍ରି ଘ୧/୫୯ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼ା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୧୧/୪ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି , ବିଷ୍ଟିକରଣ, ସଂକ୍ରମଣ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବା ଘ୧୧/୪ମି ପରେ ବେଲଭକ୍ଷଣ ନିଷେଧ ଏବଂ କାର୍ତ୍ତିକ ମାସଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୮ମି ରୁ ଘ୧୧/୩୨ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୮/୧୭ମି ରୁ ଘ୯/୫୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୫୦ମି ମଧ୍ୟେ, ଘ୭/୩୭ମି ରୁ ଘ୧୦/୨ମି ମଧ୍ୟେ, ଘ୧୨/୨୬ମି ରୁ ଘ୩/୩୮ମି ମଧ୍ୟେ, ଘ୪/୨୬ମି ରୁ ସୂର୍ଯ୍ୟାସ୍ତ ଘ୫/୩ମି ମଧ୍ୟେ, ସନ୍ଧ୍ୟା ଘ୫/୫୧ମି ରୁ ରାତ୍ରି ଘ୯/୩ମି ମଧ୍ୟେ, ଘ୧୧/୨୭ମି ରୁ ଘ୨/୩୯ମି ମଧ୍ୟେ, ଘ୩/୨୭ମି ରୁ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ- ମୃତବ୍ୟକ୍ତିର ରାତ୍ରି ଘ୧/୫୯ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୧/୫୯ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ପୀତବସ୍ତ୍ର ଓ ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ। ରଜଶ୍ଚକ୍ରେ ପୁତ୍ରିଣୀ। ଦିବା ଘ୧୧/୪ମିପର୍ଯ୍ୟନ୍ତ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ନାହିଁ ।
ମେଷ-ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାର ପକ୍ଷରୁ ସୁଖକର ପରିସ୍ଥିତି ରହିବ ।ଆଜି ଆପଣଙ୍କ କୌଣସିକାର୍ଯ୍ୟ ଦ୍ୱାରା ଆପଣଙ୍କ ପରିବାରର ନାମ ଉଜ୍ଜ୍ୱଳ ହେବ । ଉଧାର ଟଙ୍କା ଫେରସ୍ତ ପାଇବେ ଏବଂ ଟଙ୍କା ଅର୍ଥ ସଂଚୟ କରିବେ ।
ବୃଷ-ଆଜି ଆପଣ ଚାକିରୀରେ ସମ୍ମାନ ସହିତ ସଫଳତା ପାଇବେ । ଉପରିସ୍ଥ ଅଫିସର ମାନେ ଆପଣଙ୍କ ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା କରିବେ । ଆପଣଙ୍କ ପିଲାମାନେ ପ୍ରଶଂସନୀୟକାର୍ଯ୍ୟ କରିବେ । ବନ୍ଧୁ କିମ୍ବା ପରିବାର ସହିତ ଏକ ସୁନ୍ଦର ସ୍ଥାନ କୁ ଭ୍ରମଣ ରେ ଯିବେ । ପରିବାର ସହିତ ଭଲ ସମୟ ଅତିବାହିତ କରନ୍ତୁ ।
ମିଥୁନ-ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି । ଛାତ୍ରମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ । ଆଜି ଆପଣ କାହାକୁ ଋଣ ଦିଅନ୍ତୁ ନାହିଁ । ବ୍ୟବସାୟ ପାଇଁ ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ହେବ । ପେଟରେ ସମସ୍ୟା ଦେଖାଦେବ ତେଣୁ ଖାଦ୍ୟ ଏବଂ ପାନୀୟର ଟିକିଏ ଯତ୍ନ ନିଅନ୍ତୁ ନଚେତ୍ ଗ୍ୟାସ୍ ଜନିତ ସମସ୍ୟା ହୋଇପାରେ ।
କର୍କଟ- ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଉଚ୍ଚ ପ୍ରତିଭା ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ । ପ୍ରେମ ସଂପର୍କରେ ବୁଝିବିଚାରି କଥାବାର୍ତା କରନ୍ତୁ । ଆପଣଙ୍କ ଜୀବନ ସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ନେଇ ଅଂଶୀଦାର ହୁଅନ୍ତୁ । ଆପଣ ଆଜି ବରିଷ୍ଠ ଗୁରୁଜନ ମାନଙ୍କୁ ସମାନ ଦେଖାଇବେ ଏବଂ ଆଶୀର୍ବାଦ ପାଇବେ ।
ସିଂହ- ଆପଣଙ୍କର ଉତ୍ତମବ୍ୟବହାର ଯୋଗୁଁ ଅନେକଲୋକଙ୍କ ସହିତ ମଧୁର ସମ୍ପର୍କ ରଖିବେ । କର୍ମକ୍ଷେତ୍ରରେ କିଛିସମସ୍ୟା ଆସିପାରେ । ଆପଣଙ୍କ ଉପରେ କୌଣସି ଗମ୍ଭୀର ଆରୋପ ଲାଗିପାରେ ସତର୍କ ରୁହନ୍ତୁ । କୌଣସି ଆତ୍ମୀୟ ଆପଣଙ୍କୁ ଯେଉଁମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ସହିତ ସଫଳତା ହାସଲ କରିବାରେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ କରିବେ ।
କନ୍ୟା-ଆଜି ଆପଣଭାଗ୍ୟର ପୂର୍ଣ୍ଣ ସମର୍ଥନପାଇବେ ।ଆପଣଙ୍କର ମାନସିକଦୁର୍ବଳତା ସମାପ୍ତହେବ ଏବଂ ଆପଣ ସବୁଦିଗରୁ ଭଲଖବର ପାଇବେ ।କାର୍ଯ୍ୟରେ ଉନ୍ନତିପାଇଁ ଆପଣ କଠିନପରିଶ୍ରମ କରିବେ ଏବଂ ଏଥିପାଇଁ ଭାଗ୍ୟ ଆପଣଙ୍କୁ ସାଥ ଦେବ ।କାର୍ଯ୍ୟକ୍ଷେତ୍ରରେ ଲାଭଜନକ ସ୍ଥିତିରେ ରହିବୋ
ତୁଳା-କାର୍ଯ୍ୟକ୍ଷେତ୍ରରେ ଚତୁରତା ଦେଖାଇଲେ କାର୍ଯ୍ୟ ସଫଳ ହେବ । ଅତ୍ୟଧିକ କ୍ରୋଧ ଆପଣଙ୍କ ସମସ୍ୟା ବଢାଇପାରେ । ପିଲାମାନଙ୍କର ଦ୍ୱାରା ସୁଖ ପ୍ରାପ୍ତି କରିବେ । ଈଶ୍ୱର ଙ୍କୁ ଧ୍ୟାନ କରନ୍ତୁ ମାନସିକ ଶାନ୍ତି ମିଳିବ । ଏକାଡେମିକ୍ କାର୍ଯ୍ୟରେ ନିରନ୍ତର ପ୍ରୟାସ ଯୋଗୁଁ ଉତ୍ତମ ମାର୍ଗଦର୍ଶନ ପାଇବେ ।
ବିଛା- ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ ହେବ । ଆଜି ଆପଣ ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଯେଉଁଥିପାଇଁ ଆପଣ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଆର୍ଥିକ ଦୃଷ୍ଟିରୁ ଦିନଟି ସନ୍ତୋଷଜନକ ହେବ ।
ଧନୁ-ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଚିନ୍ତାଧାରା ଅନୁଯାୟୀ ଯୋଜନା ସଫଳ ହେବ ,ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ । ସାଙ୍ଗମାନଙ୍କ ସହିତ ସମୟ ଭଲରେ ଅତିବାହିତ କରିବେ । କ୍ରୋଧ କୁ ଦୂରେଇଲେ ଦିନଟି ଭଲ ରେ କାଟିବ ।
ମକର-ଆଜି ଆପଣଙ୍କର ଭ୍ରମଣ ଯୋଗ ରହିଛି , ଏହା ଆପଣଙ୍କ ପାଇଁ ଆନ୍ଦଦୟକ ହେବ । କାର୍ଯ୍ୟକ୍ଷତ୍ରରେରେ ଆପଣଙ୍କର ପୂର୍ଣ୍ଣ ସହଯୋଗ ରହିବ । ଋତୁ ପରିବର୍ତନ ଜନିତ ଅସୁସ୍ଥତା ଅନୁଭବ କରି ପାରନ୍ତି । ପ୍ରେମ ପାଇଁ ଦିନଟି ଅନୁକୂଳ ।
କୁମ୍ଭ-କୌଣସି ପୁରୁଣା କଥାକୁ ନେଇ ସହକର୍ମୀମାନଙ୍କସହିତ ଯୁକ୍ତିତର୍କ ହୋଇପାରେ । ତେଣୁ, ସତର୍କତାର ସହିତ କାର୍ଯ୍ୟକରନ୍ତୁ ଏବଂ ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଆସି ପାରେ । ଆପଣ ନିଜ ଜୀବନ ସାଥୀଙ୍କ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତୁ ,ଆପଣଙ୍କ ପାଇଁ ଭଲ ହେବ ।
ମୀନ- ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲରହିବ । ଅନ୍ୟମାନଙ୍କସହିତ ଆଚରଣ ମଧୁରହେବ ।ବିଦେଶଭ୍ରମଣରେ ଯାଇପାରନ୍ତି ।କାର୍ଯ୍ୟପାଇଁ ଦୂରଯାତ୍ରା କରିପାରନ୍ତି । ଆଜି ଆପଣଅର୍ଥ ସଂଚୟକରିପାରନ୍ତି । ପଲିସୀ ,ସେୟାରମାର୍କେଟରେ ଅର୍ଥ ନିବେଶକରିବେ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.