ଆଜିର ରାଶିଫଳ

ଜାଣିବା ପ୍ରଥମାଷ୍ଟମୀର ଉତ୍ପତ୍ତି ବିଷୟରେ

0 249

୨୦୨୩ମସିହା ଡିସେମ୍ବରମାସ ୫ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଓ ସର୍ବତ୍ର ପ୍ରଥମାଷ୍ଟମୀ, ଅଷ୍ଟକା ଶ୍ରାଦ୍ଧ, ଶ୍ରୀ ଲିଙ୍ଗରାଜଦେବଙ୍କ ଯାତ୍ରା।ସୁର୍ଯ୍ୟୋଦୟ- ଘ୬/୧୧/୭ ,ସୂର୍ଯ୍ୟାସ୍ତ- ଘ୫/୩/୧୭ ,ମାର୍ଗଶିରମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୩୯ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୨/୩୯ମିପରେ ପୂର୍ବ ଦିଗରେ। ମଙ୍ଗଳବାର, ଅଗନ୍ତବ୍ୟ ପରେ ରିକ୍ତତିଥି ଓ ଶନିଶପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତ ବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ପିତୃ ସାମ୍ବତ୍ସରିକ ଶ୍ରାଦ୍ଧ ଅଷ୍ଟକା ତନ୍ତ୍ରରେ କରଣୀୟ।ନିଷିଦ୍ଧ ଖାଦ୍ୟ- ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ।ଅଶୁଭ ବେଳା-(ବାରବେଳା) ଦିବା ଘ୭/୩୪ମି ରୁ ଘ୮/୫୫ମି ପର୍ଯ୍ୟନ୍ତ।(କାଳବେଳା) ଦିବା ଘ୧/୦ମି ରୁ ଘ୨/୨୨ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୬/୪୨ମି ରୁ ଘ୮/୨୧ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୨ମି ମଧ୍ୟେ, ଘ୭/୫୦ମି ରୁ ଘ୧୧/୫୦ମି ମଧ୍ୟେ, ରାତ୍ରି ଘ୭/୨୮ମି ରୁ ଘ୮/୧୬ମି ମଧ୍ୟେ, ଘ୯/୪ମି ରୁ ଘ୧/୨୮ମି ମଧ୍ୟେ, ଘ୧/୪ମି ରୁ ଘ୨/୪୦ମି ମଧ୍ୟେ, ଘ୪/୧୬ମି ରୁ ନିଶାନ୍ତ ଘ୫୪ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା) ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୨୮ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମି ଦାନ। ରାତ୍ରି ଘ୪/୨୪ମି ପରେ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷି ହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୪/୨୪ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ସୁଭଗା। ପୀତବସ୍ତ୍ର, ତିଳସୁବର୍ଣ୍ଣ ଓ ତଣ୍ଡୁଳ ଦାନ କରଣୀୟ। ସୂର୍ଯ୍ୟୋଦୟ ଠାରୁ ଦିବା ଘ୧୨/୩୯ମି ପର୍ଯ୍ୟନ୍ତ ବାର ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ), ଏବଂ ତା’ପରେ ବାର ଓ ତିଥି ଦୋଷ ହେତୁ ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ନବବସ୍ତ୍ର ପରିଧାନ ।
ମେଷ-ମାଆ ମଙ୍ଗଳାଙ୍କ କରୁଣାରୁ ଆର୍ଥିକଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣହେବେ ।କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ।ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧିହେବ । ସମସ୍ତକାର୍ଯ୍ୟ୍ୟରେ ସୁଫଳପ୍ରାପ୍ତି ହେବ ।କମ୍ପ୍ୟୁଟର ତଥା ନେଟଦ୍ୱାରା ବାର୍ତ୍ତାବିନିମୟ ମଜାଦାରହେବ । ଛୋଟିଆଯାତ୍ରା କରିପାରନ୍ତି ।ସାମାଜିକକାର୍ଯ୍ୟରେ ମନୋନିବେଶ କରିବେ ।
ବୃଷ-ଆଜି ନକ୍ଷତ୍ର ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆପଣଙ୍କ ଏକ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ଆଜି ଆସିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ ।
ମିଥୁନ-ଆପଣଙ୍କ ଘରେ ଆଜି ଖୁସି ଓ ଉଲ୍ଲାସରେ ପରିପୂର୍ଣ୍ଣ ହେବ । ଆପଣ ପିଲାମାନଙ୍କ ସହିତ ବହୁତ ସମୟ କଟାଇବେ । ଆପଣ ବହୁତ ଦିନ ଧରି ବାକିଆ ଥିବା ଘରକାମଗୁଡିକ ଶେଷ କରିବେ ଓ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ଆନମନା କୁ ଠିକ କରିବେ ।
କର୍କଟ-ଆଜି ଆପଣ ମହିଳାଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ଅଛି । ଯଦିଓ ଆପଣ କାର୍ଯ୍ୟରେ ବ୍ୟବସ୍ଥିତ ଓ ଅନୁଶାସିତ ଥାଆନ୍ତି, ତଥାପି ଆପଣ ନିୟନ୍ତ୍ରଣହୀନ ଅନୁଭବ କରିବେ । ତଥାପି ଆପଣ ଏହି ନିରସତାରୁ ବାହାରକୁ ଆସି ଉଲ୍ଲାସପୂର୍ଣ୍ଣ ହେବେ ।
ସିଂହ-ସମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ, ପରିବାର ସହିତ ହସଖୁସୀରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଆବଶ୍ୟ, ଯଦି ଆପଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ । ଅନ୍ତିମରେ ଆପଣଙ୍କ ପାଇଁ ଏହା ଏକ ଅନ୍ୟନ୍ତ ଶୁଭ ଦିନ ନୁହେଁ । ଆର୍ଥିକ ଲାଭର ଅଭାବ ରହିବ, ନୂଆ ସମ୍ପର୍କ ସୃଷ୍ଟି କରି ଆପଣ ଏହି ଅଭାବକୁ ଦୂର କରିବାରେ ସମର୍ଥ ହେବେ ।
କନ୍ୟା-ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।
ତୁଳା-ଆପଣଙ୍କ ପାଇଁ ଭଲ ଦିନ ନୁହେଁ, ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ, ଏଡାନ୍ତୁ ନାହିଁ, ଉପଯୂକ୍ତ ଚିକିତ୍ସା କରନ୍ତୁ ।ନିଶ୍ଚିତ କରନ୍ତୁ ଯେ ଭାବି ଚିନ୍ତି ନ କହି ଆପଣ କାହାକୁ ଅପମାନିତ କରନ୍ତୁ ନାହିଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିର ଦିନ ସମସ୍ୟା ବହୁଳ ରହିବ ଯାହାକି ଶୀଘ୍ର ପଦକ୍ଷେପ ଆବଶ୍ୟକ କରିପାରେ ।
ବିଛା-ନୂତନ କାର୍ଯ୍ୟ୍ୟରେ ଲିପ୍ତ ରହିବେ । ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ । ମଧୁର କାମକୁ ଉପଭୋଗ କରନ୍ତୁ । ଅବିବାହିତ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । ତାରକା ବ୍ୟକ୍ତିତ୍ୱ ଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ । ମାଲିକ ମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ ।
ଧନୁ-ଆପଣ ଆପଣଙ୍କର ‍ଅର୍ଥ ଭଲ ଭାବରେ ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି, ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି ।
ମକର-ଅନ୍ୟ ଦିନ ଭଳି ଏହା ମଧ୍ୟ ଏକ ସାଧାରଣ ଦିନ । ଅବଶ୍ୟ, ବୁଦ୍ଧି ଏବଂ କୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ହେଉଛି ଭଲ ଦିନ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡିପାରେ ଯାହାକି ସରକାର ସମ୍ପର୍କିତ ବିଷୟରୁ ସୃଷ୍ଟି ହେବ ।
କୁମ୍ଭ-ଆଜି ଆପଣ ନିଜସହ ସମୟ ଅତିବାହିତକରିବାକୁ ଚାହୁଁଛନ୍ତି ।ଅବଶ୍ୟ ଏହା ଆପଣ ଆଶାକରୁଥିବା ଶାନ୍ତିଦେଇନପାରେ ।ଏକ ଅପ୍ରିୟପରିସ୍ଥିତି ଆପଣଙ୍କ ସମ୍ମୁଖକୁ ବାସ୍ତବିକତାକୁ ଆଣିବ । ବର୍ତ୍ତମାନ ଆପଣ ଅନୁଭବ କରିବେ ଭଗବାନଙ୍କ ପ୍ରତି ଆପଣଙ୍କ ଥିବା ଭକ୍ତିରୁ ଆପଣ କେତେ ଶକ୍ତି ପାଇଥାଆନ୍ତି ।
ମୀନ-ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜି ର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

।।ପ୍ରଥମାଷ୍ଟମୀ -ପାପନାଶିନୀ ତୀର୍ଥ ଉତ୍ପତ୍ତି।।
ଆସନ୍ତାକାଲି ପ୍ରଥମାଷ୍ଟମୀ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ କେନ୍ଦ୍ରକରି ଉତ୍ପତ୍ତି ହୋଇଥିବା ଏହିଯାତ୍ରା ଉତ୍ସବ ସମଗ୍ରଉତ୍କଳରେ ପ୍ରସିଦ୍ଧ ଅଟେ। ଏହି ଅବସରରେ ଆସନ୍ତୁଜାଣିବା ଏହି ଯାତ୍ରାର ଉତ୍ପତ୍ତି ବିଷୟରେ। ଏହି ପ୍ରଥମାଷ୍ଟମୀଯାତ୍ରାର କେନ୍ଦ୍ରବିନ୍ଦୁ ହେଉଛି ଶ୍ରୀ ପାପନାଶିନୀତୀର୍ଥ। ତୀର୍ଥରନାମ ପାପନାଶିନୀ ଯେମିତି, ସେମିତି ଏହିତୀର୍ଥ ସମସ୍ତ ପାପବିନାଶ କରିବାରେ ସକ୍ଷମଅଟେ। କେବଳଯେ ଏହା ପାପବିନାଶ କରେନାହିଁ ବରଂ ଏହା ମଧ୍ୟପଶୁ ଯୋନିରୁ ମୁକ୍ତ କରି ଦିବ୍ୟ ଶିବଭକ୍ତି ଯୁକ୍ତ ମାନବ ଜୀବନ ପ୍ରଦାନ କରିଥାଏ। ଏକାମ୍ର ପୁରାଣ ବର୍ଣ୍ଣନା କରନ୍ତି ସପ୍ତର୍ଷିମଣ୍ଡଳ ତେଜରୁ ସୁଯୋତି ଜଣେ ସିଦ୍ଧ ପୁରୁଷ ଉଦ୍ଭବ ହୁଅନ୍ତି। ସଂସାର ଜନଙ୍କ ପାପତାପଭୟରୁ ଉଦ୍ଧାର କରିବା ନିମିତ୍ତ ତପ ସାଧନା କରିବାକୁ ନିଶ୍ଚୟ କରନ୍ତି। ହେଲେ ସମଗ୍ର ପୃଥିବୀ ପର୍ଯ୍ୟଟନ ପରେ ମଧ୍ଯ ତାଙ୍କର ତପ ସାଧନା ନିମନ୍ତେ ଉପଯୁକ୍ତ ସ୍ଥାନ ମିଳେ ନାହିଁ। ହେଲେ ସର୍ବ ଶେଷରେ ଶ୍ରୀ ପରମେଶ୍ଵରଙ୍କ କୃପା ଫଳରେ ତାଙ୍କ ପରିକ୍ରମଣ ଶେଷରେ ସେ ଆସି ପହଞ୍ଚନ୍ତି ଏହି ଏକାମ୍ର ବନରେ। ସେ ଏହି ବନର ସୌନ୍ଦର୍ଯ୍ୟ ଦେଖି ଓ ସନାତନ ବ୍ରହ୍ମଲିଙ୍ଗ ଶ୍ରୀ କୋଟିଲିଙ୍ଗେଶ୍ବରଙ୍କ ଅନୁଭୂତି ପାଇ ଅଭିଭୂତ ହୋଇ ପଡ଼ନ୍ତି।ଏହି ସ୍ଥାନରେ ନିଜ ସାଧନା କ୍ରମ ଅନୁସାରେ ଫଳମୂଳ, ଜଳ ଓ ସର୍ବ ଶେଷରେ ବାୟୁ ସେବନ କରି କରି ଦୀର୍ଘ ଏକ ହଜାର ବର୍ଷ ତପସ୍ୟାରେ ରତ ହୁଅନ୍ତି। ଖରା ବର୍ଷା ଶୀତ ସହ୍ୟ କରି ଅତୀବ କଠିନ ତପସ୍ୟାରେ ମଗ୍ନ ହୋଇ ସେହି ଦିବ୍ୟ ସନ୍ୟାସୀ ଶ୍ରୀ ଶ୍ରୀ ତ୍ରିଭୁବନେଶ୍ଵର ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରାଧନା କରନ୍ତି।
ତାପସଙ୍କ ତପ ପ୍ରଭାବ ଫଳରେ ପରମବ୍ରହ୍ମ ସ୍ଵୟମ୍ଭୁ ପରମେଶ୍ଵର ତାଙ୍କ ନିକଟରେ ପ୍ରକଟ ହୁଅନ୍ତେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି ସୁଯୋତି ମୁନି କୃତ୍ୟକୃତ୍ୟ ହୋଇ ପଡିଲେ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ସନ୍ୟାସୀଙ୍କୁ ବର ମାଗିବାକୁ କହିବାରୁ, ଯେପରି ସନ୍ୟାସୀ ନିଜ ସୁଖ ଛାଡି ସଂସାର ମଙ୍ଗଳ କାମନା କରନ୍ତି ସେହିପରି ସୁଯୋତି ସନ୍ୟାସୀ ଇହଲୋକ, ପରଲୋକ, ସମସ୍ତ ପାପ ତାପ ହରଣ କରୁଥିବା ଏବଂ ଅନ୍ତ ପରେ ଅବା ଜୀବନ୍ତ ସମୟରେ ସ୍ଵର୍ଗ ସୁଖ ପ୍ରଦାନ କରୁଥିବା ଏକ ଜଳାଶୟ ସୃଷ୍ଟି ନିମନ୍ତେ ବର ପ୍ରାର୍ଥନା କଲେ। ଶ୍ରୀ ମହାପ୍ରଭୁ ଅତ୍ୟନ୍ତ ପ୍ରୀତ ହୋଇ ସ୍ଵ ଅନୁଗ୍ରହରୁ ଏକ ଜଳାଶୟ ସୃଷ୍ଟି କଲେ। ନିଜ ପ୍ରାର୍ଥନାକୁ ଗ୍ରହଣ କରିଥିବାରୁ ସୁଯୋତି ସନ୍ୟାସୀ ପରମେଶ୍ୱରଙ୍କ ଜୟ ଜୟକାର କରି ପରମେଶ୍ବରଙ୍କ ହୃଦୟ ବିଗଳିତ କରିବା ଭଳି ସ୍ତୁତି ପାଠ କରିବା ଆରମ୍ଭ କଲେ।
ଭଗବାନ ମହେଶ୍ୱର ଏହି ସ୍ତୁତିରେ ପ୍ରସନ୍ନ ହୋଇ ପୁନଃ ଶ୍ରୀବଚନ କହୁ ଅଛନ୍ତି। ଏହି ସ୍ତୁତି ମୋ ହୃଦୟକୁ ଛୁଇଁ ଥିବାରୁ ଏହା ମୋର ଅତ୍ୟନ୍ତ ପ୍ରିୟ ହେବ। ପୁନଶ୍ଚ ଆମ୍ଭେ ବର ପ୍ରଦାନ କରୁଅଛୁ ଏହି ସ୍ତୁତି ଯେ ଜନ ପାଠ କରିବ ତାହାର ଅଶେଷ ଦୂରିତ ଖଣ୍ଡନ ହୋଇବ। ଏହି ତୀର୍ଥ ଦେବତା, ପିତୃପୁରୁଷ, ମାନବ ଏବଂ ସମସ୍ତ ପ୍ରାଣୀଙ୍କୁ ସନ୍ତୋଷ କରିବାରେ ସକ୍ଷମ ହେବ। ଅକ୍ଷୟ ସୁଖ ସମୃଦ୍ଧି ଜାତ କରିବାରେ ସକ୍ଷମ ହେବ ଏହି ତୀର୍ଥ।
ତାପସ ପୁନଶ୍ଚ ମହାପ୍ରଭୁଙ୍କୁ ଅନୁରୋଧ କରୁଅଛନ୍ତି। ଏହି ପୁଷ୍କରିଣୀ ସମସ୍ତ ପ୍ରାଣୀଙ୍କ ପାପ ନାଶକାରୀ ହେବା ହେତୁ ଏହାର ନାମ ପାପନାଶିନୀ ତୀର୍ଥ ରଖିବାକୁ ଅନୁରୋଧ କରୁଅଛି। ଶ୍ରୀ ପରମେଶ୍ଵର ପ୍ରୀତ ହୋଇ ଅସ୍ତୁ ବଚନ କରି ଅନ୍ତର୍ହିତ ହୋଇଗଲେ।
ଏହାପରେ ସନ୍ୟାସୀ ଜୀବନର ଶେଷ ପର୍ଯ୍ୟନ୍ତ ସେହି ତୀର୍ଥ କୂଳରେ ନିବାସ କରି ତପ ଆଚରଣ କରିବା ପୂର୍ବକ ପ୍ରଭୁ ପୂଜାରେ ମନ ନିବେଶ କଲେ। ଯେଉଁ ଲିଙ୍ଗ ସ୍ଥାପନା କରି ମହାପ୍ରଭୁଙ୍କୁ ଉପାସନା କରୁଥିଲେ ତାହା ଆଜିବି ଦୃଶ୍ୟମାନ ହୋଇଥାଏ। ସନ୍ନ୍ୟାସୀଙ୍କ ଶେଷ ସମୟରେ ସେ ପରମେଶ୍ଵରଙ୍କ ଠାରେ ବିଲୀନ ହୋଇଗଲେ। ମଠ ସ୍ଥାନ ବିଘ୍ନ ହେଲେ ମଧ୍ଯ ସୁଯୋତି ସନ୍ୟାସୀଙ୍କ ସମାଧି ମନ୍ଦିର ଆଜିବି ସେହିଠାରେ ଅଛି। ପ୍ରତିବର୍ଷ ପ୍ରଥମାଷ୍ଟମୀ ଯାତ୍ରା ସମୟରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସହ ସେହି ସମାଧି ପୀଠରେ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ତପସ୍ବୀଙ୍କ ଉପାସିତ ଦେବୀ କପାଳି ଆଜି ବି ମଧ୍ଯ ଏହି ମଠ ଦେବୀ ଭାବେ ପୂଜିତା ହୋଇଥାନ୍ତି। ଏଣୁ ଏହି ମଠର ନାମ କପାଳି ମଠ ଅଟେ। ପାପନାଶିନୀ ତୀର୍ଥ ସୃଷ୍ଟି ହେବା ପରେ ଅନେକ ବର୍ଷ ପରେ ସୁଯୋତି ସନ୍ୟାସୀ ବ୍ରହ୍ମଲୀନ ହୁଅନ୍ତି। ଏହାପରେ ସେହି ସ୍ଥାନ ନାନବିଧ ବନ ଲତାରେ ପରିପୂର୍ଣ୍ଣ ହୋଇଯାଏ। ବାଂଶ ବନରେ ପୂର୍ଣ୍ଣ ହୁଏ ପାପନାଶିନୀ ତୀର୍ଥ……..

 

Leave A Reply

Your email address will not be published.