ଆଜିର ରାଶିଫଳ

0 143

୨୦୨୩ମସିହା ଡିସେମ୍ବରମାସ ୧୧ତାରିଖ ସୋମବାର। ଶ୍ରୀମନ୍ଦିରରେଦେବ ଦୀପାବଲ୍ବ୍ୟୁତ୍ସବ ଆରମ୍ଭ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା।ସୁର୍ଯ୍ୟୋଦୟ- ଘ୬/୧୪/୫୧ ,ସୂର୍ଯ୍ୟାସ୍ତ- ଘ୫/୪/୪୭ ,ମାର୍ଗଶିର ମାସ ,କୃଷ୍ଣ ପକ୍ଷ ,ଚନ୍ଦ୍ର ବାସ ,ତିଥି- ତ୍ରୟୋଦଶୀ ଦିବା ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ବିଶାଖା ନକ୍ଷତ୍ର ଦିବା ଘ୧୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୭ମି ପରେ ପଶ୍ଚିମ ଦିଗରେ। ରିକ୍ତାତିଥି, ବିଷ୍ଟିକରଣ ଓ ରବି ମଙ୍ଗଳଯୁକ୍ତଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃ ଘ୬/୪୨ମିମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ, ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମିଥୁନରାଶିର ଘାତବାର।ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବାଇଗଣ ଦିବା ଘ୭/୭ମି ପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା= ଦିବା ଘ୭/୩୯ମି ରୁ ଘ୯/୦ମି ପର୍ଯ୍ୟନ୍ତ।ବାରବେଳା- ଦିବା ଘ୨/୨୪ମି ରୁ ଘ୩/୪୫ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୦/୩ମି ରୁ ଘ୧୧/୪୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟରୁ ଦିବା ଘ୭/୫୩ମି ମଧ୍ୟେ, ଘ୯/୨୯ମି ରୁ ଘ୧୧/୫୩ମି ମଧ୍ୟେ, ରାତ୍ରି ଘ୭/୩୦ମି ରୁ ଘ୧୦/୪୨ମି ମଧ୍ୟେ, ଘ୧/୫୪ମି ରୁ ଘ୨/୪୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ । ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଦିବା ଘ୧୨/୪୭ମି ମଧ୍ୟେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)। ଦିବାଘ୧୨/୪୭ମିପରେ ପୁତ୍ରିଣୀ। ପ୍ରାତଃ ଘ୭/୭ ମିଗତେ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ-ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୪୨ମି ମଧ୍ୟେ ୧୬ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ହଳପ୍ରବାହ, ବୀଜବପନ, ବାଣିଜ୍ୟ କରଣ, ଧାନ୍ୟଚ୍ଛେଦନ, ବୃକ୍ଷରୋପଣ।
ମେଷ-ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ
ବୃଷ-ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।
ମିଥୁନ-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
କର୍କଟ-ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
ସିଂହ-ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
କନ୍ୟା-ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।
ତୁଳା-ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।
ବିଛା-ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।
ଧନୁ-ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।
ମକର-ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।
କୁମ୍ଭ-ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।
ମୀନ-ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.