ଆଜିର ରାଶିଫଳ

0 129

୨୦୨୩ମସିହା ଡିସେମ୍ବରମାସ ୨୧ତାରିଖ ଗୁରୁବାର।ବୁଧାଷ୍ଟମୀସ୍ନାନ,ଗୁରୁବାରମାଣବସା(୪ର୍ଥପାଳି)।ସୁର୍ଯ୍ୟୋଦୟ- ଘ୬/୨୦/୩୦ ,ସୂର୍ଯ୍ୟାସ୍ତ- ଘ୫/୮/୪୬ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ନବମୀ ଦିବା ଘ୯/୫୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୯/୫୯ମିପରେ ଉତ୍ତରଦିଗରେ।ରିକ୍ତାତିଥିଦୋଷ ହେତୁ ଦିବାଘ୯/୫୯ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର-ଧନୁରାଶିର ଏବଂ ରାତ୍ରି ଘ୧୧/୪ମିପରେ ମେଷ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୯/୫୯ମିପରେ କଳମଶାଗଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୨୮ମିରୁ ସୂର୍ଯ୍ୟାସ୍ତ ଘ୫/୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୪୭ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟରୁ ଦିବା ଘ୭/୫୭ମି ମଧ୍ୟେ, ଘ୨/୨୨ମି ରୁ ଘ୩/୫୮ମି ମଧ୍ୟେ, ସନ୍ଧ୍ୟା ଘ୫/୫୯ମି ରୁ ରାତ୍ରି ଘ୯/୧୧ମି ମଧ୍ୟେ, ଘ୧୧/୩୫ମି ରୁ ଘ୨/୫୭ମି ମଧ୍ୟେ, ଘ୩/୩୫ମି ରୁ ନିଶାନ୍ତ ଘ୫/୧୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟା ବେଶ୍ୟା। ଦିବା ଘ୯/୫୯ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ, ଶାନ୍ତିକରଣୀୟ। ଶୁଭକର୍ମ- ଦିବା ଘ୯/୫୯ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୭ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ନାମକରଣ,ନିଷ୍କ୍ରାମଣ,ବୃକ୍ଷରୋପଣ, ନୌକାଗଠନ,ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ରପରିଧାନ,ଔଷଧକରଣ ଓ ସେବନ, ହଳପ୍ରବାହ,ବୀଜବପନ,ବାଣିଜ୍ୟକରଣ,ଧାନ୍ୟଚ୍ଛେଦନ ଓ ସ୍ଥାପନ, ରାଜଦର୍ଶନ, ବିଦ୍ୟାରମ୍ଭ, ମନ୍ଦିର ପ୍ରତିଷ୍ଠା, ଭୂମିପୂଜା, ଗୃହାରମ୍ଭ, ଗୃହପ୍ରବେଶ, ଜଳାଶୟାରମ୍ଭ, ନୂତନ ବ୍ୟବସାୟ ଆରମ୍ଭ, ଶିଳ୍ପାରମ୍ଭ।
ମେଷ-କାରବାରରେ ଆସୁଥିବା ସମସ୍ୟାଲାଗି ଅଶାନ୍ତି ବଢ଼ିବ।ସ୍ବାସ୍ଥ୍ୟନେଇ ସଚେତନରୁହନ୍ତୁ।କୌଣସି ସମାରୋହରେ ନିକଟସଂପର୍କୀୟଙ୍କ ସହ ସାକ୍ଷାତ ହେବ।
ବୃଷ-ନିଜର ଲକ୍ଷ୍ୟପ୍ରାପ୍ତି ଲାଗି ଆପ୍ରାଣଚେଷ୍ଟା କରିବେ।ଜୀବନସାଥୀଙ୍କଉପରେ ଭରସା ବଜାୟରଖନ୍ତୁ।ସନ୍ତାନଙ୍କ ଶିକ୍ଷାରେ ଉନ୍ନତିହେବାର ସମ୍ଭାବନା ଅଛି।
ମିଥୁନ-ବହୁଦିନର ସ୍ବପ୍ନ ସାକାରହେବ।ବେପାରରେ ଅନ୍ୟମାନଙ୍କସହ ମିଳାମିଶାବଢ଼ିବ।ଚାକିରିଆଙ୍କୁ ସାଥୀଙ୍କଠାରୁ କମ୍ ସହଯୋଗ ମିଳିପାରେ।
କର୍କଟ-କ୍ୟାରିୟରରେ ଉନ୍ନତିଲାଗି ଭଲପରାମର୍ଶ ପାଇବେ।ଯାହାବି ନିଷ୍ପତ୍ତିନେବେ ସେଥିରୁ ନିଶ୍ଚୟ ଲାଭମିଳିବ।ରାଜନେତା ସାମାଜିକ କାର୍ଯ୍ୟରେ ସାମିଲ ହେବେ।
ସିଂହ-ଅଫିସରେ ଆପଣଙ୍କୁ ଭଲଖବର ମିଳିପାରେ।ଆପଣଙ୍କକାମରେ ସ୍ଥିରତା ବଜାୟରହିବ।ଘରୋଇଖର୍ଚ୍ଚ ବଢ଼ିବାହେତୁ ଆର୍ଥିକସ୍ଥିତି ଦୁର୍ବଳ ହେବ।
କନ୍ୟା-ତଟକାଫୁଲ ଭଳି ନିଜବ୍ୟବହାରକୁ ତାଜାରଖନ୍ତୁ।ବନ୍ଧୁମାନଙ୍କସହ ସମୟବିତିବ।ମହିଳାମାନେ ଜିନିଷକିଣିବାରେ ଅଧିକସମୟ ବ୍ୟୟ କରିବେ।
ତୁଳା-ଧୈର୍ଯ୍ୟ ବଜାୟରଖନ୍ତୁ,ଆପଣ ଯାହା ଆଶାକରିଛନ୍ତି ତାହାମିଳିବ।ଜରୁରୀକାମ ଶୀଘ୍ର ସଂପୂର୍ଣ୍ଣ କରିନିଅନ୍ତୁ।ଅଫିସରେ ଆପଣଙ୍କସ୍ଥାନ ପରିବର୍ତ୍ତନ ହୋଇପାରେ।
ବିଛା-ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। କୌଣସି ଆହ୍ବାନମୂଳକ କାମ ଆପଣଙ୍କୁ ମିଳିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ଧନୁ-ମହତ୍ତ୍ବପୂର୍ଣ୍ଣକାର୍ଯ୍ୟ ସଂପୂର୍ଣ୍ଣହେବ।ପୁରୁଣା ବନ୍ଧୁମାନଙ୍କସହ ସାକ୍ଷାତହେବ।ବାହାରକୁ ବୁଲିଯିବାର ଯୋଜନାକରିପାରନ୍ତି।ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ।
ମକର-କୌଣସି କଥାନେଇ ମନ ଅସ୍ଥିରରହିବ। କୋର୍ଟକଚେରି ମାମଲାରେ ଆରାମ ପାଇବେ। ଛାତ୍ରଙ୍କୁ ବରିଷ୍ଠଙ୍କ ଠାରୁ ଭଲ ପରାମର୍ଶ ମିଳିବ।
କୁମ୍ଭ-ଆପଣଙ୍କ ଆତ୍ମବିଶ୍ବାସରସ୍ତର ଉଚ୍ଚାରହିବ।ଅଫିସରେ ଆପଣଙ୍କକାମରେ କର୍ତ୍ତୃପକ୍ଷ ଖୁସିହେବେ।ବେପାରରେ ଅଚାନକଧନଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।
ମୀନ-ନିବେଶ କରିବାପୂର୍ବରୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।ନିଜରଭାବନାକୁ ସକାରାତ୍ମକରଖନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବାଲାଗି ସୁଯୋଗ ପାଇବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.