ଆଜିର ରାଶିଫଳ

0 113

୨୦୨୪ମସିହା ଫେବୃଆରୀମାସ ୨୭ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ଘ୬/୧୨/୭,ସୂର୍ଯ୍ୟାସ୍ତ- ଘ୫/୪୭/୭,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଭୌମବାସ,
ତିଥି- ତୃତୀୟା ରାତ୍ରି ଘ୨/୫ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୨/୫ମିପରେ ନୈର୍ଋତ କୋଣରେ।ମଙ୍ଗଳବାର,ବିଷ୍ଟିକରଣ ରିକ୍ତାତିଥିଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳଭକ୍ଷଣ ନିଷେଧ।
ଅଶୁଭବେଳା-ବାରବେଳା ଦିବାଘ୭/୩୫ମି ରୁ ଘ୯/ ୨ମି ପର୍ଯ୍ୟନ୍ତ।କାଳଵେଳା ଦିବାଘ୧/୨୫ମି ରୁ ଘ୨/ ୫୩ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୨୧ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୮/ ୩୩ମି ରୁ ଘ୧୦/୫୭ମି ମଧ୍ୟେ, ଘ୧/୨୧ମି ରୁ ଦିବା ଘ୨/୫୭ମି ମଧ୍ୟେ, ଘ୩/୪୫ମି ରୁ ଘ୫/୨୧ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ସନ୍ଧ୍ୟାଘ୬/୩୭ମି ମଧ୍ୟେ, ରାତ୍ରି ଘ୯/୧ମି ରୁ ଘ୧୧/୨୫ମି ମଧ୍ୟେ,ଘ୧/୪୯ମି ରୁ ଘ୩/୨୫ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଷୌଭାଗ୍ୟବତୀ,ଶୁଭ,ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ରାତ୍ରି ଘ୨/୫ମି ଗତେ ବାର ଓ ତିଥିଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ୧୩ ନକ୍ଷତ୍ରର ତୃତୀୟପାଦ ବିଦ୍ଧ ଓ ମଙ୍ଗଳବାର, ବିଷ୍ଟିକରଣଦୋଷ ହେତୁ ରାତ୍ରି ଘ୨/୫ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ୧୩ନକ୍ଷତ୍ରେ ବିବାହ (ପାଣି ଗ୍ରହଣ)।ସୂର୍ଯ୍ୟୋଦୟ ରୁ ଦିବାଘ୧୨/୪୭ମି ମଧ୍ୟେ ୧୩ ନକ୍ଷତ୍ରେ ସାମବେଦୀବ୍ରତ (ଉପନୟନ), ଚୁଡାକରଣ, ଯାନକ୍ରୟ, ଯାନପୂଜା, ଦୂରଯାତ୍ରା ।
🐏ମେଷ👉ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦରସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ।ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତାପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକଅଟେ ।ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି ।ପାରିବାରିକ ତଥା ଘରବିଷୟରେ ଆଲୋଚନା ମଙ୍ଗଳମୟହେବ ।ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁନାହିଁ ।
🐮ବୃଷ👉ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ ।ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ ।କାମ ଅଧିକଥିବା ସତ୍ତ୍ୱେ ମନ ଭଲରହିବ ।ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
👩‍❤️‍👨ମିଥୁନ👉କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନରାଶିର ବ୍ୟକ୍ତିମାନେ ସତର୍କହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି ।ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶିଯାଆନ୍ତୁ ।ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
🦀କର୍କଟ👉ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗସାଥି ସହିତ ମଜା ମଜଲିସ୍‌ କରିପାରନ୍ତି ।ଆର୍ଥିକଲାଭ ହୋଇପାରେ ।ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜିଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ଠାରୁ ଆପଣ ଲାଭବାନ ହେବେ ।ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କମନରେ ବହୁତଦିନ ପର୍ଯ୍ୟନ୍ତ ଛାପି ରହିବ ।
🦁ସିଂହ👉ଆଜି ଦିନଟି ଆପଣଙ୍କପାଇଁ ଏତେଟା ଶୁଭ ନୁହେଁ ।ଆପଣ ଅସଂଖ୍ୟଚିନ୍ତା,ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରିପକାଇପାରେ ।ଛାତିକୁ ଦମ୍ଭ କରନ୍ତୁ ।ଆଜିରଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବା କଠିନହେବ ।
🙎‍♀️କନ୍ୟା👉ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କରଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲା ମାନେ ଦିନସାରା ଆପଣଙ୍କୁ ବ୍ୟସ୍ତକରି ପକାଇବେ । ଆଜି, ନିବେଶକମାନେ ସାବଧାନତା ଅବଲମ୍ବନ କରିବେ ।ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
⚖️ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ
🦂ବିଛା👉ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବନାହିଁ ସାବଧାନ ରୁହନ୍ତୁ ।ଶେଷ ହୋଇ ନଥିବାକାର୍ଯ୍ୟ ସଂପୂର୍ଣ୍ଣକରିବା ଆପଣଙ୍କପାଇଁ କଷ୍ଟକର ହୋଇପଡିବ,ତଥାପି ଆପଣ ଶାନ୍ତରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
🏹ଧନୁ👉ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ ।ନୂଆକାମ ହାତକୁ ନେବାର ଏହା ହେଉଛି ସଠିକସମୟ ।ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ ।
🐊ମକର👉ଦିନଟି ଆଶ୍ଚର୍ଯ୍ୟ ମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍‌ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
🏺କୁମ୍ଭ👉ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳି ଯାଆନ୍ତୁ।
🐟ମୀନ👉ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ!!ଜୟ ଜଗନ୍ନାଥ, ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.