ଆଜିର ରାଶିଫଳ

0 128

୨୦୨୪ମସିହା ଫେବୃଆରୀମାସ ୨୯ ତାରିଖ ଗୁରୁବାର।ପ୍ରାଚୀନଦୀକୂଳ ଅନ୍ଧ କପିଳେଶ୍ୱରଙ୍କଠାରୁ ୭ଦିନ ପ୍ରାଚୀପରିକ୍ରମା ଆରମ୍ଭ ।ସୁର୍ଯ୍ୟୋଦୟ- ଘ୬/୧୦/୩୮,ସୂର୍ଯ୍ୟାସ୍ତ- ଘ୫/୪୭/୫୪, ଫାଲ୍ଗୁନ ମାସ,କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ପଞ୍ଚମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ।ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ।ଦକ୍ଷିଣ ଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ରନାହିଁ।ଘାତବାର–ତୁଳା ଓ କୁମ୍ଭରାଶିରଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାର ଵେଳା ଦିବା ଘ୨/୩୪ମି ରୁ ସୂର୍ଯ୍ୟାସ୍ତ ଘ୫/୪୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୭ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧/୧ମି ରୁ ଘ୩/୨୫ମି ପର୍ଯ୍ୟନ୍ତ।ମାହେନ୍ଦ୍ର ସୂର୍ଯ୍ୟୋଦୟ ରୁ ଦିବା ଘ୭/୪୪ମି ମଧ୍ୟେ, ଘ୧୦/୫୬ମି ରୁ ଘ୧/୨୦ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତବ୍ୟକ୍ତିର ପୁଷ୍କର ଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)। ଶାନ୍ତି କରଣୀୟ।ଶୁଭକର୍ମ- ୧୫ ନକ୍ଷତ୍ରର ପ୍ରଥମ ପାଦକୁ ରବିବେଧ, ଦ୍ବିତୀୟ ପାଦକୁ ଶନିବେଧ,ଏଣୁ ସୂର୍ଯ୍ୟୋଦୟ ରୁ ଦିବା ଘ୧୧/୮ମି ମଧ୍ୟେ ୧୪ନକ୍ଷତ୍ରେ ଏବଂ ରାତ୍ରି ଘ୧୨/୧୯ ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ୧୫ନକ୍ଷତ୍ରେ ବିବାହ, ପାଣିଗ୍ରହଣ। ଅଦ୍ୟ ୧୪ ଓ ୧୫ ନକ୍ଷତ୍ରେ ତତୁର୍ବେଦୀ ବ୍ରତ (ଉପନୟନ),ଗୃହାରମ୍ଭ, ଗୃହପ୍ରବେଶ, ଦେବତା ଗଠନ,ଦେବତାପ୍ରତିଷ୍ଠା,ଜଳାଶୟ ପ୍ରତିଷ୍ଠା, ନବଦୋଳା ଦ୍ୟାରୋହଣ,ନୌକାଗଠନ,ବିଦ୍ୟାରମ୍ଭ,ନାମକରଣ , ନିଷ୍କ୍ରାମଣ,ଔଷଧକରଣ ଓ ସେବନ,ବାଣିଜ୍ୟକରଣ, ହୋମାଦିସ୍ବସ୍ତ୍ୟୟନ,ନବବସ୍ତ୍ରପରିଧାନ,ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ,ସୂର୍ଯ୍ୟୋଦୟ ରୁ ଦିବା ଘ୧୧/୮ମି ମଧ୍ୟେ ୧୪ ନକ୍ଷତ୍ରେ ଜଳାଶୟାରମ୍ଭ,ଦୀକ୍ଷାଗ୍ରହଣ, ନବଶଯ୍ୟା ସନା ଦ୍ବୁପଭୋଗ,ଅଳଙ୍କାରଭୂଷଣ,ରାଜଦର୍ଶନ,ଦିବା ଘ୧୧/୮ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୧୫ନକ୍ଷତ୍ରେ ତରୁ ଓ ଋଦ୍ରପ୍ରତିଷ୍ଠା,ହଳପ୍ରବାହ,ବୀଜବପନ,ଧାନ୍ୟଚ୍ଛେଦନ।
🐏ମେଷ👉 ଚଞ୍ଚଳ ପ୍ରକୃତିର ହୋଇପାରନ୍ତି।ଆକସ୍ମିକଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣଫଳ ଆପଣଙ୍କ ସପକ୍ଷରେ ଯାଇପାରେ।ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
👩‍❤️‍👨ମିଥୁନ👉ଦୀର୍ଘଦିନର ଆଶା ପୂରଣହେବ।ମନୋବଳ ଦୃଢ଼ ରହିବ।ଆସ୍ତିକ ସ୍ବଭାବର ହୋଇ ପାରନ୍ତି।ମଧୁରଭାଷୀ ହେବେ।ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି।ପ୍ରେମୀ ଓ ସାହସୀ ହେବେ।ଭ୍ରାତୃଭାବ ଅତୁଟ ରହିବ।
🦀କର୍କଟ👉ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟ ଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
🦁ସିଂହ👉 ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ।ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି।ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
🙎‍♀️କନ୍ୟା👉ଚଞ୍ଚଳ ସ୍ବଭାବର ହେବେ।ଥଣ୍ଡାକଫ ଜନିତ ସାମାନ୍ୟପୀଡ଼ା ଅନୁଭବ କରି ପାରନ୍ତି।ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ।ଧର୍ମ ମାର୍ଗରେ ଧନଖର୍ଚ୍ଚ କରିପାରନ୍ତି। ସାହସୀ,ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
⚖️ତୁଳା👉ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
🦂ବିଛା👉ଶ୍ରମସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି।ମନ ପ୍ରସନ୍ନ ରହିବ।ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇ ପାରନ୍ତି।ବ୍ୟବସାୟ ଲାଭଜନକ ହେବ।ଯଶ ଅର୍ଜନ କରିପାରନ୍ତି। ପରିବାରପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ।
🏹ଧନୁ👉 ପରୋପକାରୀ ହେବେ।ଭାଗ୍ୟଶାଳୀ ହୋଇ ପାରନ୍ତି।ଭୋଗବିଳାସରେ ସମୟ ବିତାଇ ପାରନ୍ତି।ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ।ଧର୍ମତ୍ମା,ପ୍ରବାସପ୍ରିୟ, ବିଦ୍ବାନ,ସାହସୀ ଓ ସମ୍ପତ୍ତିବାନ୍‌ ହେବେ।ତାରୁଣରୂପରେ ଅଧି କାରୀ ହେବେ।
🐊ମକର👉କୃତକର୍ମରଫଳ ଭୋଗ କରିପାରନ୍ତି।ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉ ଥିବାରୁ ପ୍ରତିପାଦ ପାତରେ ସତର୍କତାଲୋଡ଼ା।ସ୍ବାଭିମାନୀ ହେବେ।ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
🏺କୁମ୍ଭ👉ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ।ବନ୍ଧୁ ସହଯୋଗପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି।ବ୍ୟବସାୟ ଲାଭଜନକ ହେବ।ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇ ପାରନ୍ତି।ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
🐟ମୀନ👉 ଯେକୌଣସି ମତେ କାର୍ଯ୍ୟହାସଲ କରିପାରନ୍ତି।ଶତ୍ରୁଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କପ୍ରତି ସ୍ନେହଭାବ ରହିବ।ସୁସ୍ଥ ଓ ନିରାମୟ ରହିବେ।ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🕉️🙏🏿ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା🕉️🙏🏿

Leave A Reply

Your email address will not be published.