ଆଜିର ରାଶିଫଳ

0 106

ମାର୍ଚ୍ଚମାସ ୦୮ତାରିଖ ୨୦୨୪ ମସିହା(ଶୁକ୍ରବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୧୬ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,
ନକ୍ଷତ୍ର-ଶ୍ରାବଣ ଦିବା ଘ୧୧/୨୯ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟା,ମହାଶିବରାତ୍ରି,ସୁର୍ୟୋଦୟ-ପ୍ରାତଃ ଘ୦୬ /୦୫/୦୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୯,
ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୧୬ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୦୦ ଗତେ ଘ୧୧/୫୬ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୦ମଧ୍ୟେ ଓ ଘ୦୮/୨୬ ଗତେ ଘ୦୮/୫୯ ମଧ୍ୟେ ଓ ଘ୦୧/୧୫ ଗତେ ଘ୦୨/୫୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୪୦ ଗତେ ଘ୧୧/୩୦ ମଧ୍ୟେ, ବାଇଗଣ ଭକ୍ଷଣ ନିଷେଧ।
ମେଷ-ଆଜି ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ।ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ।ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟକ୍ଷେତ୍ର ମନ୍ଦ ହେବନି।
ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ରପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ।ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସାପାଇବେ।ଏକ ନୂତନ ପରିବେଶମଧ୍ୟରେ ମିତ୍ରତାବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବନାହିଁ।ସାହିତ୍ୟ ଚର୍ଚ୍ଚା,ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂରହେବ।
ମିଥୁନ-ଆଜି ଅଧିକବ୍ୟୟ ହେବ ।ଯାହା ଖୋଜୁଥିବେ ତାହା ପାଇବେନାହିଁ,ବରଂ ଖର୍ଚ୍ଚାନ୍ତହେବେ। ଆନୁଷ୍ଠାନିକକାମରେ,ବ୍ୟବସାୟିକସ୍ଥିତିରେ,ସଭା ସମିତିରେ ସୁବିଧା ଓ ସୁଯୋଗଲାଭ କରିବେ। ସାଧାରଣକଥାରେ ଯୁକ୍ତିତର୍କକରି କଳହକୁ ନିମନ୍ତ୍ରଣ କରିପାରନ୍ତି।ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ-ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବାକାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ।ବହୁତଦିନରୁ ରହି ଆସିଥିବା ବକେୟାଅର୍ଥ ଆଦାୟ କରିବାରେ ସକ୍ଷମହେବେ।କେତେକ ଘରୋଇ କାରଣକୁନେଇ ଅଶାନ୍ତ ରହିବେ।
ସି˚ହ-ଆଜି କୌଣସିସ୍ଥାନକୁ ଯିବାସମୟରେ ନିଜ ଜିନିଷପତ୍ରପ୍ରତି ସତର୍କ ରୁହନ୍ତୁ।ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକଜୀବନରେ ଉଚିତ ବୁଝାମଣା ହେବ।ଚାକିରିକ୍ଷେତ୍ରରେ ବହୁତଦିନରୁ ପ୍ରତୀକ୍ଷିତ ଖବରପାଇ ଖୁସି ହେବେ।ଅଫିସରେ ନୂତନଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା-ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସକରି ଠକାମିରେପଡ଼ିବେ।ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କସହ ମନୋମାଳିନ୍ୟଯୋଗୁ ମନ ଉଦାସ ରହିବ।ଷ୍ଟେସନାରିଜିନିଷ, ଧାତୁଅଳଙ୍କାର, ଔଷଧପତ୍ର ଓ ସୌଖୀନଦ୍ରବ୍ୟ କ୍ରୟ କରିପାରନ୍ତି।ଯାତ୍ରା ଓ ପରିବହନପାଇଁ ଦିନଟି ଭଲ।
ତୁଳା-ଆଜି ଖରାପଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ାହେବାର ସମ୍ଭାବନାରହିଛି। ଯାନବାହନରେ ସତର୍କରହିବା ଭଲହେବ।କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକଅବସ୍ଥାରେ ଉନ୍ନତିଘଟିବ।ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା-ଆଜି ଅଯଥାଗୁଡ଼ାଏ ଚିନ୍ତା ମନକୁ ନଆଣି ନିଜ କାମରେ ମନଦେବା ଭଲହେବ।ଜ୍ୟେଷ୍ଠାନକ୍ଷତ୍ର ଅନ୍ୟମାନଙ୍କବିଷୟ ଚିନ୍ତାକରି ନିଜପ୍ରତି ଅବହେଳା କରିପାରନ୍ତି।ପୂର୍ବରୁ ଆଲୋଚନାକରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ-ଆଜି ପାପଯୁକ୍ତ ଗୁରୁଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ।ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ।ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ।ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର-ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ।ବୈବାହିକ ସମ୍ବନ୍ଧ ନେଇ ନୂତନବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି।ରାଜନୀତିକ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ।ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁମାନଙ୍କଠାରୁ ଆଦ ଅଭ୍ୟର୍ଥନା ମିଳିବ।
କୁମ୍ଭ-ଆଜି ପୂର୍ବପରି ସବୁକିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବନାହିଁ।ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ।ଯାହା କହିବାପାଇଁ ଭାବୁଥିବେ ତାହା ବନ୍ଧୁଙ୍କମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନ-ଆଜି ଭାଗ୍ୟସ୍ଥାନପ୍ରତି ଶୁଭଗ୍ରହଙ୍କ ଦୃଷ୍ଟିଯୋଗୁ ସମସ୍ତକାମ ସହଜ ଓ ସୁବିଧାରେ ସମ୍ପନ୍ନହେବ।ନୂତନ ଯୋଜନାକରିବାରେ ମନଦେବେ।ନିକଟ ସମ୍ପର୍କୀୟ ମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନଘଟିବ।ବନ୍ଧୁଙ୍କ ଉପରେ ବୃଥାସନ୍ଦେହ କରନ୍ତୁନାହିଁ।

 

Leave A Reply

Your email address will not be published.