ଆଜିର ରାଶିଫଳ

0 94

୨୦୨୪ମସିହା ଅପ୍ରେଲମାସ ୧ତାରିଖ ସୋମବାର।
ଉତ୍କଳଦିବସ,ସୁର୍ଯ୍ୟୋଦୟ- ଘ୫/୪୪/୫
,ସୂର୍ଯ୍ୟାସ୍ତ- ଘ୫/୫୭/୨୯, ଚୈତ୍ରମାସ, କୃଷ୍ଣପକ୍ଷ, ଚ଼ନ୍ଦ୍ରବାସ,ତିଥି- ସପ୍ତମୀ ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର-ମୂଳାନକ୍ଷତ୍ର ରାତ୍ରି ଘ୧୧/୫୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଯୋଗ- ବରୀୟାନଯୋଗ ରାତ୍ରି ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ପରୀଘଯୋଗ।କରଣ- ବିଷ୍ଟିକରଣ ଦିବା ଘ୯/୨୦ମି ପର୍ଯ୍ୟନ୍ତ ତଦନ୍ତେ ବବକରଣ ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ।ରାତ୍ରି ଘ୯/୧୦ମି ପରେ ଐଶାନ୍ୟ କୋଣରେ।ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଦିବା ଘ୯/୨୦ମି ପରେ ରାତ୍ରି ଘ୯/୧୦ମି ମଧ୍ୟେ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ, ନୈର୍ଋତକୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ,କର୍କଟ,କନ୍ୟା,ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।
ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିରଘାତଚନ୍ଦ୍ର,ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ,ରାତ୍ରି ଘ୯/୧୦ମିପରେ ନଡ଼ିଆଭକ୍ଷଣ ନିଷେଧ।
ଅଶୁଭବେଳା-(କାଳବେଳା)ଦିବା ଘ୭/୧୧ମି ରୁ ଘ୮/୪୪ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୨/୫୩ମି ରୁ ଘ୪/୨୬ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୦ /୨୧ମି ରୁ ଘ୧୧/୪୮ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/ ୨୭ମି ମଧ୍ୟେ, ଘ୧୦/୩୯ମି ରୁ ଘ୧/୩ମି ମଧ୍ୟେ,ସନ୍ଧ୍ୟା ଘ୬/୪୭ମି ରୁ ରାତ୍ରି ଘ୯/୧୧ମି ମଧ୍ୟେ, ଘ୧୧/୩୫ମି ରୁ ଘ୨/ ୪୭ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା-ଦିବା ଘ୩/୨୭ମି ରୁ ଅପରାହ୍ନ ଘ୫/୩ମି ପର୍ଯ୍ୟନ୍ତ।ପୁଷ୍କରଦୋଷ-ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୯/୧୦ମି ମଧ୍ୟେ ୧ପାଦ ତିଥି ପୁଷ୍କର ଦୋଷ।ଫଳଂ ଗୋପଶୁସମ୍ପଦର ବିନାଶ। ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତି ବିଧେୟ ।
ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୧୧/୫୧ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ପୁତ୍ରିଣୀ।ପୀତବସ୍ତ୍ର, ତିଳ ସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।ଶୁଭକର୍ମ- ଦିବା ଘ୯/୨୦ମି ପରେ ୧୯ ନକ୍ଷତ୍ରେ ଋଗ୍ ବେଦୀ ବ୍ରତୋପନୟନ, ବସନ୍ତଋତୁ ହେତୁ ଗଜଗ୍ରହତିଥି ଦୋଷ ନୁହେଁ।ଗୃହ ପ୍ରବେଶ (ପ୍ରତିଷ୍ଠା),ଦେବବତାପ୍ରତିଷ୍ଠା,ଜଳାଶୟ ପ୍ରତିଷ୍ଠା,ତରୁ ଓ ଋଦ୍ରପ୍ରତିଷ୍ଠା,ବୃକ୍ଷରୋପଣ, ଔଷଧ କରଣ ଓ ସେବନ,ହଳପ୍ରବାହ,ବୀଜବପନ ,ଧାନ୍ୟଚ୍ଛେଦନ ଓ ସ୍ଥାପନ।
🐏ମେଷ👉ମନରେ ଧାର୍ମିକକାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ।ନେତା ଓ ଉଚ୍ଚପଦସ୍ଥଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ।ଦାତବ୍ୟ ଜୀବନରେ ମଧୁରତାବଢ଼ିବ।ଛାତ୍ରଙ୍କୁ କୌଣସି ଶୁଭସୂଚନା ମିଳିବ।
🐮ବୃଷ👉ଇଷ୍ଟଦେବୀଙ୍କୁ ସ୍ମରଣକରନ୍ତୁ,ସ˚ମ୍ଭବ୍ୟ ସ˚କଟଦୂରହେବ।ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇ ଯିବ।ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ।ଭାବିଥିବା ସବୁକାମ ଠିକ୍‌ ଭାବରେ ହେବ।
👩‍❤️‍👨ମିଥୁନ👉ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ।ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ।ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
🦀କର୍କଟ👉 ନୂଆକାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନଲାଗି ଦିନଟି ଭଲ।ରାଜନୀତି ରେ ମହତ୍ବାକା˚କ୍ଷା ପୂରାହେବ।ବିରୋଧୀଙ୍କଉପରେ ବିଜୟପାଇବେ।ଛାତ୍ରଛାତ୍ରୀଙ୍କଲାଗି ଦିନଟି ବଢ଼ିଆ ରହିବ।
🦁ସିଂହ👉ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ।ଆୟ ବୃଦ୍ଧି ହେବ।ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ।
🙎‍♀️କନ୍ୟା👉ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ।କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ।ଅଚାନକ ଧନପ୍ରାପ୍ତି ହେବ।ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ।
⚖️ତୁଳା👉 ଉନ୍ନତିପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ।ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ।ପରିବାର ରେ ସୁଖ ଓ ଶାନ୍ତି ବଜାୟ ରହିବ।ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
🦂ବିଛା👉 ସୁନ୍ଦର କଳ୍ପନାରେ ବିଭୋର ରହିବେ।ଅନ୍ୟମାନଙ୍କ ସହିତ ଖୁସିବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
🏹ଧନୁ👉 ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ।କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିିଁରେ ଲାଭମିଳିବ।ଶତ୍ରୁ ଆପଣଙ୍କର କିଛି କ୍ଷତିକରି ପାରିବେ ନାହିିଁ।ଜୀବନସାଥୀଙ୍କଠାରୁ ଖୁବ୍‌ ପ୍ରେମ ମିଳିବ।
🐊ମକର👉ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି।ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି।ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ।ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ।
🏺କୁମ୍ଭ👉ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି।କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ।ଚାକିରିରେ ଉନ୍ନତି ହେବ।ବୈବାହିକ ଜୀବନରେ ମଧୁରତା ଆସିବ।
🐟ମୀନ👉ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ।ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ।ପାରିବାରିକ ଜୀବନ ସୁଖମୟ ହେବ।
!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!! 

 

Leave A Reply

Your email address will not be published.