୨୦୨୪ମସିହା ଜୁଲାଇମାସ ୨୫ତାରିଖ ଗୁରୁବାର।ମନସା ପଞ୍ଚମୀ, (ମନସାଷ୍ଟ ନାଗ ପୂଜା), ମଧ୍ୟାହ୍ନ କର୍ମକାଳଃ, ଶରଣଶେଷ।ସୁର୍ଯ୍ୟୋଦୟ- ଘ୫/୨୩/୩୭ ,ସୂର୍ଯ୍ୟାସ୍ତ- ଘ୬/୨୨/୨୯ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି-ପଞ୍ଚମୀ ଦିବା ଘ୨/୧୪ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଅପରାହ୍ନ ଘ୫/୫ମିପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଭାଦ୍ର ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୨/୧୪ମି ପରେ ପଶ୍ଚିମଦିଗରେ। ଅଗନ୍ତବ୍ୟ, ଶନିଯୁକ୍ତ ଓ ମାସଦଗ୍ଧା ଷଷ୍ଠୀ ଦୋଷ ହେତୁ ଦିବା ଘ୧୧/୩୯ମି ପରେ ରାତ୍ରି ଘ୨/୧୪ମି ମଧ୍ୟେ ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ସିଂହ, କନ୍ୟା ବିଛା,ଧନୁ ଓ କୁମ୍ଭ ଏହିରାଶିମାନଙ୍କର ଏବଂ ଦିବା ଘ୧୧/୩୯ମିପରେ ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ମିଥୁନ ଓ ମୀନରାଶିର ଏବଂ ଦିବା ଘ୧୧/୩୯ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି- ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଅପରାହ୍ନ ଘ୫/୫ମି ପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲଭକ୍ଷଣ ନିଷେଧ।ଅଶୁଭବେଳା— କାଳ ଓ ବାରବେଳା ଦିବା ଘ୩/୬ମି ରୁ ସୂର୍ଯ୍ୟାସ୍ତ ଘ୬/୨୨ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୧/୫୪ମି ରୁ ଘ୧/୧୫ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ରାତ୍ରିଘ୧/୩୨ମି ରୁ ଘ୩/୫୬ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟ ରୁ ଦିବା ଘ୭/୧ମି ମଧ୍ୟେ, ଘ୧୦/୧୩ମି ରୁ ଘ୧୨/୩୭ମିପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଅପରାହ୍ନ ଘ୫/୫ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ-ରଜଶ୍ଚକ୍ରେ ସର୍ବସମ୍ପନ୍ନା।କନ୍ୟାର ଅପରାହ୍ନଘ୫/୫ମିମଧ୍ୟେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀବିଧବା।ତିଳସୁବର୍ଣ୍ଣ,ପୀତବସ୍ତ୍ର ଓ ତଣ୍ଡୁଳଦାନ କରଣୀୟ।ଶୁଭକର୍ମ- ଦିବା ଘ୧୧/୩୯ମିପରେ ଅପରାହ୍ନ ଘ୫/୫ମି ମଧ୍ୟେ ୨୫ନକ୍ଷତ୍ରେ ନୌକାଚାଳନ ଓ ଯାତ୍ରା।ଦିବା ଘ୧୧/୩୯ମିପରେ ସୂର୍ଯ୍ୟାସ୍ତମଧ୍ୟେ ୨୫ ଓ ୨୬ନକ୍ଷତ୍ରେ ଉଗ୍ରଦେବତାପ୍ରତିଷ୍ଠା, ବାଣିଜ୍ୟକରଣ। ଦିବା ଘ୫/୫ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୬ନକ୍ଷତ୍ରେ ଦେବତାଗଠନ,ନବଦୋଳାଦ୍ୟାରୋହଣ,ବୃକ୍ଷରୋପଣ,ନୌକାଗଠନ,ନାମକରଣ,ନିଷ୍କ୍ରାମଣ,ଦୀକ୍ଷାଗ୍ରହଣ,ହୋମାଦି ସ୍ବସ୍ତ୍ୟୟନ ,ନବଶଯ୍ୟା ସନାଦ୍ବୁପଭୋଗ,ନବବସ୍ତ୍ର ପରିଧାନ,ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ,ଅଳଙ୍କାରଭୂଷଣ,ଧାନ୍ୟଚ୍ଛେଦନ ଓ ସ୍ଥାପନ,ନାଟ୍ୟାରମ୍ଭ,ରାଜଦର୍ଶନ।ରାତ୍ରି ୨/୧୪ମି ମଧ୍ୟେ ୨୬ନକ୍ଷତ୍ରେ ନିଷେକ।
🐏ମେଷ-ଆଜିରଦିନ ଆପଣଙ୍କପାଇଁ ଶୁଭ ଅଟେ।ପରିଜନ ତଥା ମିତ୍ରମାନଙ୍କସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି।ନୂଆକାର୍ଯ୍ୟର ପ୍ରାରମ୍ଭ କରିବାପାଇଁ ଉତ୍ସାହ ରହିବ,କିନ୍ତୁ ଅତି ଉତ୍ସାହରେ କ୍ଷତି ନହେଉ ଏହାର ଧ୍ୟାନ ରଖିବେ।ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନରଖିବେ।ଆଜି ଧନପ୍ରାପ୍ତିର ଯୋଗ ଅଛି।
🐮ବୃଷ-ଶାରୀରିକ ତଥା ମାନସିକରୂପରେ ଆଜି ଆପଣବ୍ୟଗ୍ର ରହିପାରନ୍ତି। ଚିନ୍ତାରକାରଣ ମାନସି ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ଘରର ବାତାବରଣ ବିଗିଡ଼ିପାରେ। ସଫଳତାରପ୍ରାପ୍ତି କମ ହେବାରୁ ଆର୍ଥିକ ସଂକଟର ଚିନ୍ତା ରହିବ।
👩❤️👨ମିଥୁନ-ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭଅଟେ। ମିତ୍ରମାନଙ୍କ ଅଚାନକ ସାକ୍ଷାତ ଆନନ୍ଦଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭହେବ।ଆଜି ଆପଣଙ୍କୁ ଭଲଖାଦ୍ୟ ମିଳିବ।ମହିଳାମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ସନ୍ତାନପକ୍ଷରୁ ଭଲ ସମାଚାର ମିଳିବ। ବ୍ୟାପାର କିମ୍ବା ଚାକିରିରେ ଲାଭହେବ। ଆୟରେବୃଦ୍ଧି ହେବ।ବୈବାହିକ ସୁଖର ଅନୁଭୂତି ହେବ।
🦀କର୍କଟ-ଆଜିରଦିନ ଆପଣଙ୍କପାଇଁ ଭଲ ରହିବ।ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରିପାରିବେ।ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ।ଆପଣଙ୍କ ପ୍ରମୋଶନଯୋଗ ଅଛି।ଉଚ୍ଚଅଧିକାରୀମାନଙ୍କ; ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚାହେବ।ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲରହିବ, ସରକାରୀଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।
🦁ସିଂହ-ଆଜି ଆପଣଙ୍କଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମଆଡ଼କୁ ଆପଣଙ୍କ ପ୍ରୟାସ ରହିବ।ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକକାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ,ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀଉପରେ ନିୟନ୍ତ୍ରଣ ରଖିବେ। ବିଦେଶରେ ରହୁଥିବା ବନ୍ଧୁମାନଙ୍କର ଭଲସମାଚାର ମିଳିବ।
🙎♀️କନ୍ୟା-ଆଜିର ଦିନ କୌଣସି ନୂଆକାର୍ଯ୍ୟ କରିବାପାଇଁ ଯୋଗ ଅଛି।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ଏବଂ ବିଶେଷକରିକି ବାହରର ଖାଦ୍ୟ-ପାନୀୟ ଗ୍ରହଣ ନକରିବାକୁ ଚେଷ୍ଟା କରିବେ। ପରିଜନମାନଙ୍କର ଉଗ୍ରଚର୍ଚ୍ଚାର କାରଣରୁ ମନମାଳିନ୍ୟ ନହେଉ,ଏହାର ବିଶେଷଧ୍ୟାନ ରଖିବେ। ଆଜି ଧନର ବ୍ୟୟ ଅଧିକ ହେବ। ଆଜି ରାଜ୍ୟ ତଥା ସରକାର ଏବଂ ବିରୋଧୀମାନଙ୍କ ଠାରୁ ଦୂରରେ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁନାହିଁ।
⚖️ତୁଳା-ଆଜି ଆପଣଙ୍କ ଦିନ ଆମୋଦପ୍ରମୋଦରେ ବିତିବ।ପ୍ରଣୟପାଇଁ ଆଜିରଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ।ମାନସମ୍ମାନ ମିଳିବ।ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ।
🦂ବିଛା-ଆଜି ଆପଣ ଅନିଶ୍ଚିତତା ଏବଂ ସୁଖଶାନ୍ତି ସହିତ ଘରେ ସମୟ ବିତାଇବେ।ଶାରୀରିକ ତଥା ମାନସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ସହକାରୀଙ୍କର ସହାୟତା ପାଇ ବହୁତକାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ।
🏹ଧନୁ-ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ନମିଳିଲେ ହତାଶ ହୁଅନ୍ତୁ ନାହିଁ, କ୍ରୋଧଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିବିଧପ୍ରଶ୍ନର ବିଷୟରେ ମନ ଚିନ୍ତାଗ୍ରସ୍ତ ରହିବ। ଆଜି କୌଣସି ଯାତ୍ରା କରନ୍ତୁନାହିଁ, ଅଧିକ ଧନବ୍ୟୟ ହୋଇପାରେ।
🐊ମକର-ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟଗୁଡ଼ିକରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟ ପ୍ରାରମ୍ଭପାଇଁ ଦିନ ଭଲଅଟେ। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ କମ ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସନ୍ତାନମାନଙ୍କ ବିଷୟରେ ଦ୍ୱନ୍ଦ୍ୱ ରହିବ।
🏺କୁମ୍ଭ-ଚିନ୍ତାର ବାଦଲ ହଟିଲାପରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ।ମନରେ ଉତ୍ସାହର ସଂଚାରହେବ,ଏହି କାରଣରୁ ଦିନର ସମୟ ଆନନ୍ଦପୂର୍ବକ ବିତିବ।ଭାଇବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।ଆଜି କୌଣସି ମହତ୍ତ୍ଵପୂର୍ଣ୍ଣଯୋଜନା ମଧ୍ୟ ବନାଇପାରିବେ।କୌଣସି ଛୋଟଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ।
🐟ମୀନ-ଆଜି ଆପଣ ନିଜରବାଣୀଉପରେ ନିୟନ୍ତ୍ରଣରଖିବେ,ଅନ୍ୟଥା ଲଢ଼ାଇଝଗଡ଼ାର ଆଶଂକାଅଛି।ଖର୍ଚ୍ଚଉପରେ ମଧ୍ୟ ନିୟନ୍ତ୍ରଣରଖିବା ଅତି ଆବଶ୍ୟକ ଅଟେ।ଧନସମ୍ବନ୍ଧିତ ଦେବାନେବାରେ ସାବଧାନରୁହନ୍ତୁ।ଶାରୀରିକ ଏବଂ ମାନସିକସ୍ଵାସ୍ଥ୍ୟ ଖରାପହୋଇପାରେ।ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଆସି ପାରେ।

ରୁଦ୍ରାକ୍ଷ ପିନ୍ଧିଲେ ହୋଇନଥାଏ ଏହି ସବୁ ରୋଗ…
ରୁଦ୍ରାକ୍ଷ ପିନ୍ଧିବାର ଫାଇଦା:-ରୁଦ୍ରାକ୍ଷ ପିନ୍ଧିବାର ଧାର୍ମିକ ଦୃଷ୍ଟିକୋଣରୁ ଆପଣ ସମସ୍ତେ ଜାଣିଥିବେ ।ଏହାର ସ୍ୱାସ୍ଥ୍ୟସଂବନ୍ଧି ବହୁତ ଫାଇଦା ହୋଇଥାଏ , ଏହାଦ୍ୱାରା ବହୁତ ସାଂଘାତିକରୋଗ ଦୂରରେ ରୁହନ୍ତି ।ସେଥିପାଇଁ ବିନା କିଛି ଡେରିକରି ଏହାକୁ ଧାରଣ କରିନେବା ଉଚିତ୍ ।ଭାରତୀୟ ସମାଜରେ ଏହାକୁ ବହୁତ ଶୁଭବୋଲି ମାନିଥାନ୍ତି ।ଏହାକୁ ପିନ୍ଧିଲେ ବହୁତ ଅସାଧ୍ୟରୋଗ ଦୂର ହୋଇପାରିବ , ଏହା ଆଧ୍ୟାତ୍ମିକଫାଈଦା ସହ ଶାରରୀକ ଫାଇଦା ବି ଦେଇଥାଏ ।
ରୁଦ୍ରାକ୍ଷ ପିନ୍ଧିବାର ଫାଇଦା:- ରୁଦ୍ରାକ୍ଷ ପିନ୍ଧିଲେ ବଡରୋଗରୁ ମୁକ୍ତି ମିଳିପାରିବ ,ଏହି କଥାରୁ କେହି ବି ମନା କରିପାରିବେ ନାହିଁ , ରୋଗ ଗୁଡିକର ଜୋର୍ ଚାଲେ ନାହିଁ ଓ ରୋଗଗୁଡିକ ଦୁରେଇଯାଏ , କିନ୍ତୁ ସାବଧାନତା ରଖିବା ଜରୁରୀ ଅଟେ ।
ଚିନ୍ତା ଓ ମାନସିକ ପୀଡାରୁ ଦେଇଥାଏ ମୁକ୍ତି:-ଯଦି ଆପଣ ଦୁଇମୁହଁ ବାଲା ରୁଦ୍ରାକ୍ଷ ପିନ୍ଧିବେ ତେବେ ଚିନ୍ତାରୁ ଦୁରେଇ ରହିବେ।ଏତିକି ନୁହେଁ ଅବସାଦରୁ ଦୂରେଇ ରହିପାରିବେ ।ଏହା ସମସ୍ତଙ୍କୁ ପିନ୍ଧିବା ଜରୁରୀ
ହୃଦରୋଗୀଙ୍କ ପାଇଁ :-ଏହାର ଧାରଣକରିଲେ ,ଆପଣଙ୍କୁ ହୃଦରୋଗ ସଂବନ୍ଧିତ ସବୁବିପଦ ଟଳିଯାଇଥାଏ ,କାରଣ ଏଥିରେ କେମୋ ଫର୍ମୋକୋଲାଇଜିକଲ୍ ନାମରଗୁଣ ମିଳିଥାଏ ,ଯାହା ବ୍ଲଡ୍ ପ୍ରେସର୍ ଓ କୋଲେଷ୍ଟୋଲ୍ ଉପରେ କାବୁ କରିଥାଏ ।
ସୁଗର୍ କିମ୍ବା ଡାଇବେଟିଜ୍ :-ରୁଦ୍ରାକ୍ଷ ଧାରଣକରିଲେ ଆପଣଙ୍କ କିଡନି ଡାଇବେଟୀଜ୍ ସମସ୍ୟା ଦୂରେଇଯାଏ,ଏମିତି ଆପଣଙ୍କୁ ଦୁଇମୁହାଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ । ଯାହାଦ୍ୱାରା ଆପଣ ଏହି ରୋଗରୁ ଦୁରେଇ ଯିବେ ।
ନର୍ଭସ୍ ସିଷ୍ଟମ୍ :- ରୁଦ୍ରାକ୍ଷରେ ଆଇରନ୍ ,ଫସଫରସ୍,ଆଲୁମିନିୟମ୍ ,କ୍ୟାଲସିୟମ୍ ,ସୋଡିୟମ୍ ପରି ଗୁଣ ମିଳିଥାଏ , ଯାହା ଗୁଣଗୁଡିକ ସହ୍ ନର୍ଭସ୍ ସିଷ୍ଟମକୁ ସୁଚାର ରୁପେ ରଖିଥାଏ ।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

