ଅଗଷ୍ଟମାସ ୦୭ତାରିଖ ୨୦୨୪ ମସିହା (ବୁଧବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ ୦୯/୫୮ ଗତେ ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୮ /୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭ /୦୪,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୯/୫୯ ଗତେ ନୈରୁତେ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ ରାଶିର ଘାତାଚନ୍ଦ୍ର,କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୭ ମଧ୍ୟେ,ବାରବେଳା – ଦିବା ଘ ୧୧/୫୨ଗତେ ଘ୦୧/୨୯ ମଧ୍ୟେ,ମୃତେ ରାତ୍ରି ଘ୦୯/୧୪ ଗତେ ଏକପାଦପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ ଓରାତ୍ରି ଘ୦୭/୦୨ ଗତେ ଘ୦୯/୨୭ ମଧ୍ୟେ ଓ ଘ୦୨/୧୪ ଗତେ ଘ୦୪/୫୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ପୋଟଳ ଭକ୍ଷଣ ନିଷେଧ।
ମେଷ👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା👉ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତାଦେବ ।ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁହେବ ।ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କଭାଗ୍ୟ ଯୋଗୁଁହେଉଛି ।ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ମୃତ୍ୟୁ ଛଡା ସବୁ ରୋଗର ଚିକିତ୍ସା ଅଟେ ଏହି ଗଛ
ଆଜି ଆମେ ଆପଣଙ୍କୁ ଏକ ଏମିତି ଗଛ ବିଷୟରେ କହିବୁ ଯେଉଁଥିରେ ଥିବା କ୍ୟାଲସିୟମ ପୋଟାସିୟମ ଆଇରନ ଏବଂ କିଛି ଅନ୍ୟ ପୋଷକ ତତ୍ଵ ସବୁ ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଏହି ଗଛର ନାମ ହେଉଛି ‘ବଥୁଆ’ ବ ଜାଣିବା ଏହା ଦ୍ଵାରା କେଉଁ ସବୁ ରୋଗ ଠିକ ହେଉଛି । ଏହା ଆମ ମାନଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ ।
ଆଣ୍ଠୁଯନ୍ତ୍ରଣା-ଆଣ୍ଠୁ ଜନିତ କଷ୍ଟ ଭୋଗୁଥିବା ବ୍ୟକ୍ତି ମାନେ ଏକ ମାସ ପାଇଁ ଯଦି ୧୦ଗ୍ରାମ ବଥୁଆ ମଞ୍ଜିକୁ ୨୦୦ ମିଲି ପାଣିରେ ଫୁଟାଇ ଗରମ ଥିବା ସମୟରେ ପିଇବା ସହିତ ଏହାର ପତ୍ରକୁ ଗୁଣ୍ଡ କରି ଟିକେ ଉଷୁମ ଥିବା ସମୟରେ ଆଣ୍ଠୁରେ ବାନ୍ଧିବା ଦ୍ଵାରା ଉପସମ ମିଳିଥାଏ ।
ପେଟରୋଗ ପାଇଁ-ପ୍ରତିଦିନ ବଥୁଆ ଶାଗ ଖାଇବା ସହିତ ଏହାର ଫୁଟା ଯାଇଥିବା ପାଣିକୁ ପିଇବା ଦ୍ଵାରା ଗ୍ୟାସ ସହିତ ପେଟରେ ପଥର ଭଳି ଅନ୍ୟ ରୋଗରୁ ମୁକ୍ତି ମିଳିଥାଏ ।
କୋଷ୍ଠକାଠିନ୍ୟ-କିଛି ସପ୍ତାହ ପର୍ଯ୍ୟନ୍ତ ବଥୁଆ ଶାଗ ଖାଇବା ଦ୍ଵାରା କୋଷ୍ଠକାଠିନ୍ୟତା ଦୂର ହେବା ସହିତ ପେଟ ସଫା ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଆମ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ ।
ଷ୍ଟୋନ-ପ୍ରତିଦିନ ସକାଳୁ ଗୋଟିଏ ଗ୍ଳାସ କଞ୍ଚା ବଥୁଆ ରସ ସହିତ ଚିନୀ ମିଶାଇ ପିଇଲେ ଆପଣଙ୍କର ଷ୍ଟୋନ ବାହାରକୁ ବାହାରି ଆସିଥାଏ ।
କିଡନୀ ରୋଗ-ଯଦି କୌଣସି ବ୍ୟକ୍ତିଙ୍କର ପରିସ୍ରା ରହି ରହି ଆସିବା ସହିତ କଷ୍ଟ ଅନୁଭବ ହୋଇ ଥାଏ ତେବେ ତାଙ୍କୁ ବଥୁଆ ରସ ପିଇବା ଆବଶ୍ୟକ ଅଟେ ।
ହୃଦୟଜନିତ ରୋଗ-ବଥୁଆ ର ନାଲି ପତ୍ରକୁ ବାଟି ସେଥିରେ ସନ୍ଧବ ଲୁଣ ମିଶାଇ ପିଇବା ଦ୍ଵାରା ହୃଦୟ ଜନିତ ରୋଗରୁ ମୁକ୍ତି ମିଳିଥାଏ ଏବଂ ଏହାର ରାଇତା ଖାଇବା ବି ବହୁତ ଉପକାରୀ ହୋଇ ଥାଏ ।
ଓଜନକମାଇବା-ବଥୁଆ ଶାଗରେ ଭରି ରହିଥିବା ପୋଷକ ତତ୍ଵ ପେଟ ଭିତରର ଚର୍ବିକୁ କମାଇ ଓଜନ କମ କରିଥାଏ । ବଥୁଆ ଶାଗ ଖାଇବା ଦ୍ଵାରା ମୋଟାପଣ ରୁ ମୁକ୍ତି ମିଳିଥାଏ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

