ଅଗଷ୍ଟମାସ ୦୯ତାରିଖ ୨୦୨୪ମସିହା(ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ରାତ୍ରି ଘ ୦୩/୦୫ ଗତେ ଷଷ୍ଠୀ ,ନକ୍ଷତ୍ର- ହସ୍ତା ରାତ୍ରି ଘ୦୩/୨୦ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୫୪ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୩/୦୫ ଗତେ ପଶ୍ଚିମେ , ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତାଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୪୧ ଗତେ ଘ୧୧/୫୩ ମଧ୍ୟେ ,ମୃତେ ପୁଷ୍କରଦୋଷ ନାସ୍ତି ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ ଓ ଘ୦୭/୫୩ ଗତେ ଘ୦୮/୪୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୭ଗତେ ଘ୦୫/୩୧ ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:=କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ନର୍କ କେମିତି ହୋଇଥାଏ ,କଣ ଥାଏ ନର୍କ ଦଣ୍ଡ ?
ନର୍କର ବର୍ଣ୍ଣନା ଗରୁଡ଼ ପୁରାଣର ଦୁତୀୟ ଅଧ୍ୟାୟରେ ମିଳିଥାଏ ଏହା ଅନୁସାରେ ଗରୁଡ କହିଛନ୍ତି ହେ କେଶବ ଯମ ଲୋକର ମାର୍ଗ କେମିତିକା ହୋଇଥାଏ ଓ ପାପୀଲୋକ ସେଠାକୁ କେମିତି ଯାଆନ୍ତି । ଭଗବାନ କହିଲେ ହେ ଗରୁଡ଼ ଯମ ମାର୍ଗରେ ଗଛର ଛାୟା ନଥାଏ ସେଠାରେ ଜଳ ମଧ୍ୟ ନାହିଁ । ସେଠାରେ ବହୁତ ତାପ ଥାଏ । ସେହି ମାର୍ଗରେ ଯାଉଥିବା ପାପୀ ବରଫର ପବନ ଖାଏ ତ କେବେ କଣ୍ଟାର ଆଘାତ ମଧ୍ୟ ପାଇଥାଏ ତ କେବେ ସାପ ଦ୍ୱାରା କାମୁଡା ଖାଇଥାଏ ତ କଉଠି ନିଆଁରେ ତାକୁ ଜଳାଯାଏା ଆଉ କଉଠି ବାଘ,ସିଂହ ଭୟଙ୍କର ଜୀବ ଦ୍ୱାରା ଖିଆଯାଏ କଉଠି ବିଛା ଦ୍ୱାରା କାମୁଡ଼ାଯାଏ ତାପରେ ସେ ନର୍କରେ ପହଁଚିଥାଏ । ଯାହା ୨୦୦ ଓଜନରେ ବିସ୍ତାର ହେଇଛି ଏହା କାଉ ରାକ୍ଷାସରେ ଭରା ଅଛି ତା ଚାରିପାଖରେ ଅଗ୍ନି ଓ ଜଙ୍ଗଲରେ ଲାଗିଥିବା ଅଗ୍ନି ସବୁବେଳେ ଜଳିକି ରହିଥାଏ । ସେଠାରେ ମଣିଷ ଅନ୍ଧ କୂଅରେ ପଡ଼ିଯାଏ କଉଠି ପାହାଡ଼ରେ ଓହଳିଥାଏ ତ କଉଠି ଖଣ୍ଡାର ଧାର ଉପରେ ଚାଲିଥାଏ । କଉଠି ଘନ ଅନ୍ଧକାରରେ ପଡିଥାଏ କଉଠି ଗଭୀର ଜଳରେ ପଡିଥାଏ ତ କଉଠି ଜୋକର ଭରା ଥିବା କାଦୁଅରେ ପଡିଥାଏ କଉଠି ଭରା ଧୂଆଁରେ ଚାଲିବାକୁ ପଡିଥାଏ । କଉଠି ପଥରର ବର୍ଷା କଉଠି ବିଜୁଳିର ବର୍ଷା କଉଠି ଗରମ ଜଳର ବର୍ଷା ହୋଇଥାଏ । ଯମଲୋକ ମଝିରେ ଏକ ଉଚ୍ଚା ଓ ଗଭୀର ବୈତରଣୀ ନଦୀ ପ୍ରବାହିତ ହେଉଛି ତାହା ଦେଖିବାକୁ ଦୁଃଖଦାୟକ ଓ ତାହା ରକ୍ତରେ ଭରା ହୋଇଥାଏ । ତାହା ପାପିକୁ ଦେଖି ନିଆ ଓ ଧୂଆଁରେ ଖୋଲିଯାଏ ଓ ସେହି ନଦୀ ଭୟାନକ ପୋକରେ ଭରପୁର ଥାଏ ସେଥିରେ ପଡୁଥିବା ପାପୀ ହେ ପ୍ରଭୁ ,ହେମା କହି ଚିଲେଇବାକୁ ଲାଗିଥାଏ । କଳା ସାପ ଓ ବିଛାରେ ଭରପୁର ହୋଇଥିବା ସେହି ନଦୀରେ ପାପିକୁ ରକ୍ଷା କରିବାକୁ କେହି ନାହାନ୍ତି । ସେଠାରେ ପଡି ପାପୀ ପାତାଳକୁ ଚାଲିଯାଇଥାଏ । କିଛି ପାପୀ ଝଞ୍ଜିରରେ ବନ୍ଧା ହୋଇଥାନ୍ତି ।କିଛି ପାପୀଙ୍କୁ ଅଂକୁଶରେ ଲଗାଇକି ଟଣାଯାଏା କିଛି କାଉ ଦ୍ୱାରା ଟଣାଯାଏ ଏମିତି ତାଙ୍କୁ ୧୭ ଦିନ ପର୍ୟ୍ୟନ୍ତ କରାଯାଏ ୧୮ ଦିନରେ ସେ ଆତ୍ମା ଯମପୁର ରେ ପହଞ୍ଚିଯାଏା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

